Home ଓଡ଼ିଶା ଜିଆଇଏସ ଡାସବୋର୍ଡ ବ୍ୟବହାର କରି କୋଭିଡ-19 ହଟସ୍ପଟର ନିରୀକ୍ଷଣ କରୁଛି ଆଗ୍ରା ସ୍ମାର୍ଟ ସିଟି

ଜିଆଇଏସ ଡାସବୋର୍ଡ ବ୍ୟବହାର କରି କୋଭିଡ-19 ହଟସ୍ପଟର ନିରୀକ୍ଷଣ କରୁଛି ଆଗ୍ରା ସ୍ମାର୍ଟ ସିଟି

852

ନୂଆ ଦିଲ୍ଲୀ ୩୦-୪ (ଓଡ଼ିଆ ପୁଅ) ଆଗ୍ରା ସ୍ମାର୍ଟ ସିଟି ଏକ ଜିଆଇଏସ ଡାସବୋର୍ଡର ନିର୍ମାଣ କରିଛି, ଯାହାକି କୋଭିଡ-19 ହଟସ୍ପଟ ଅଞ୍ଚଳ ତଥା ସଂକ୍ରମିତ ଓ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ଇତ୍ୟାଦି ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରୁଛି। ଏହି ଡାସବୋର୍ଡକୁ ପ୍ରତିଦିନ ଅପଡେଟ କରାଯାଉଛି, ଏହାକୁ ନିମ୍ନ ଲିଙ୍କରେ ଦେଖିହେବ http://covid.sgligis.com/agra। ଆଇଜିଆଇଏସ ପ୍ଲାଟଫର୍ମରେ ସ୍ୱଦେଶୀ ଜ୍ଞାନକୌଶଳ ପ୍ରୟୋଗ କରି ଏହି ଡାସବୋର୍ଡକୁ ତିଆରି କରାଯାଇଛି। ଏହି ଡାସବୋର୍ଡ ପ୍ରସ୍ତୁତିରେ ଜିଆଇଏସ, ଇମେଜ ପ୍ରସେସିଂ, ଫଟୋଗ୍ରାମେଟ୍ରି ଏବଂ ସିଏଡିର ବ୍ୟବହାର କରାଯାଇଛି। ଏହି ଡାସବୋର୍ଡକୁ କୃଷି, ପ୍ରତିରକ୍ଷା, ଜଙ୍ଗଲ, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ମାଇନିଂ, ଶକ୍ତି, ସ୍ମାର୍ଟ ସିଟି ଓ ସହରାଞ୍ଚଳ ପ୍ଲାନିଂ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.