Home ଓଡ଼ିଶା କୋରାପୁଟ ଜିଲ୍ଲାର ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ

କୋରାପୁଟ ଜିଲ୍ଲାର ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ

163

କୋରାପୁଟ : ୨୪-୨ (ଓଡ଼ିଆ ପୁଅ/ଅଭିନାଶ ଜାନମ) କୋରାପୁଟ ପୋଲିସକୁ ଦୀର୍ଘ ଦିନ ପରେ ମିଳିଛି ବଡ଼ ସପଳତା। ଏସଓଜି ଓ ବିଏସେପ ଅପରେସନ ବେଳେ କୋରାପୁଟ ଜିଲ୍ଲାର ପଟାଙ୍ଗି ଥାନା ଅନ୍ତର୍ଗତ ଆମ୍ପାପାଲି ନିକଟସ୍ଥ କମଳାବନ୍ଦ, ବାଇଲଗୁଡା, ପାନାବାଡି, ତୁମ୍ବିଗୁଡା, ଗ୍ରାମରେ ମିଳିତ ଭାବରେ ଏରିଆ ଡମିନେସନ ଅପରେସନ ଚାଲିଥିବା ବେଳେ ପାନାବାଡି, ତୁମ୍ବିଗୁଡା ନିକଟ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି।

ମାଓ କ୍ୟାମ୍ପରୁ ଅସ୍ତ୍ରଶସ୍ତ୍ର ମାଓ ପୁସ୍ତିକା ଅନ୍ୟାନ୍ୟ ଉପକରଣ ଜବତ କରାଯାଇଥିବା ଜଣାପଡିଛି। ଜବତ ଅସ୍ତ୍ରଶସ୍ତ୍ର ମାଓ ପୁସ୍ତିକା ବିଭିନ୍ନ ଉପକରଣ କୋରାପୁଟ ଶ୍ରୀକାକୁଲମ ମାଓ ଡିଭିଜନ ନନ୍ଦପୁର ଏରିଆ କମିଟିର ବୋଲି କୋରାପୁଟ ଆରକ୍ଷୀ ଅଧିକ୍ଷକ ମୁଖେଶ କୁମାର ଭାମୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.