Home Coronavirus Outbreak ଅଗଷ୍ଟ ୧୨ ପର୍ଯ୍ୟନ୍ତ ସମସ୍ତ ନିୟମିତ ଟ୍ରେନ ବାତିଲ – ଭାରତୀୟ ରେଳବାଇ

ଅଗଷ୍ଟ ୧୨ ପର୍ଯ୍ୟନ୍ତ ସମସ୍ତ ନିୟମିତ ଟ୍ରେନ ବାତିଲ – ଭାରତୀୟ ରେଳବାଇ

366

ନୂଆଦିଲ୍ଲୀ ୨୫-୬ (ଓଡ଼ିଆ ପୁଅ) : ଭାରତୀୟ ରେଳବାଇ ଗୁରୁବାର ଦିନ ଜାରି ବିଜ୍ଞପ୍ତିରେ ଅଗଷ୍ଟ ୧୨, ୨୦୨୦ ପର୍ଯ୍ୟନ୍ତ ସମସ୍ତ ନିୟମିତ ଟ୍ରେନକୁ ବାତିଲ କରିଛି। ସମସ୍ତ ସ୍ୱତନ୍ତ୍ର ରାଜଧାନୀ, ମେଲ୍ ଏବଂ ଏକ୍ସପ୍ରେସ ଟ୍ରେନ୍ ଚଳାଚଳ ଜାରି ରଖିବ।

ରେଲୱେ ବୋର୍ଡ ବିଜ୍ଞପ୍ତିରେ କହିଛି, “ନିଷ୍ପତ୍ତି ହୋଇଛି ଯେ ମେଲ ଏବଂ ଏକ୍ସପ୍ରେସ, ଯାତ୍ରୀ ଏବଂ ଉପନଗର ସେବା ସହିତ ନିୟମିତ ରେଳ ଯାତ୍ରୀ ସେବା ୧୨-୦୮-୨୦୨୦ ପର୍ଯ୍ୟନ୍ତ ବାତିଲ ହୋଇଛି।

ମେ ୧୫ ରେ ଜାରି ବିଜ୍ଞପ୍ତିରେ ରେଳବାଇ ୩୦ ଜୁନ୍ ୨୦୨୦ ପର୍ଯ୍ୟନ୍ତ ଯାତ୍ରା ପାଇଁ ଧାର୍ଯ୍ୟ ହୋଇଥିବା ସମସ୍ତ ଟ୍ରେନ୍ ବାତିଲ କରି ଟିକେଟ୍ ଫେରସ୍ତ କରିବାକୁ ନିଷ୍ପତ୍ତି ନେଇଥିଲା।

ଏହାସହ ଏହା ମଧ୍ୟ କୁହାଯାଇଛି ଯେ ଜୁଲାଇ ୧ ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଯାତ୍ରା ପାଇଁ ବୁକ୍ ହୋଇଥିବା ସମସ୍ତ ଟିକେଟ୍ ମଧ୍ୟ ବାତିଲ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.