Home ଓଡ଼ିଶା ବାଲେଶ୍ୱରର କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୫

ବାଲେଶ୍ୱରର କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୫

93

ବାଲେଶ୍ୱର, ୨୫ା୬ (ଓଡ଼ିଆ ପୁଅ/ଅଭୟ ଦାସ) : କରୋନା ଯୋଗୁଁ ସରକାରଙ୍କ ପକ୍ଷରୁ ଜାରି ଅନଲକ୍‌-୧ର ଅବଧି ଶେଷ ହୋଇ ଆସୁଥିବା ବେଳେ ସମ୍ପ୍ରତି ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଛୁଇଁବାକୁ ଯାଉଥିବା ବେଳେ ବାଲେଶ୍ୱରରେ ମଧ୍ୟ କ୍ରମବର୍ଦ୍ଧମାନ ହାରରେ ବଢ଼ି ବଢ଼ି ଚାଲିଛି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଏବେ ଜିଲ୍ଲା ପାଇଁ ଚିନ୍ତାଜନକ ବିଷୟ ହୋଇଛି। ଆଜି ନୂଆ ଭାବେ ଚିହ୍ନଟ ୨ ପଜିଟିଭ୍‌ଙ୍କୁ ମିଶାଇ ଜିଲ୍ଲାରେ ସକ୍ରମିତଙ୍କ ସଂଖ୍ୟା ୩୨୫ ରେ ପହଞ୍ଚିଛି। ଅଦ୍ୟାବଧି ଜିଲ୍ଲାରେ ଆଜି ୭ ଜଣଙ୍କୁ ମିଶାଇ ଆଜି ସୁଦ୍ଧା୨୨୨ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୧୦୨ଜଣ ଏକ୍ଟିଭ୍ କରୋନା ସଂକ୍ରମିତଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉଛି। ଅନ୍ୟପକ୍ଷରେ ୪ଟି ପର୍ଯ୍ୟାୟ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ସମୟରେ ସଂକ୍ରମଣ ହାର ଆୟତ୍ତ ଭିତରେ ଥିବା ବେଳେ ଅନଲକ୍‌-୧ରେ ଏହି ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ଆସନ୍ତା ୩୦ ତାରିଖ ପରେ ଯଦି ଅନଲକ୍‌-୨ ଜାରି ହେବା ସହ ଆଉ କିଛି କଟକଣା ଉଠାଇ ଦିଆଯାଏ, ତାହାଲେ ସଂକ୍ରମଣ ସଂଖ୍ୟା ଆଶାତୀତ ବୃଦ୍ଧି ପାଇବ ବୋଲି ଏବେଠାରୁ ଆଶଙ୍କା ଦେଖାଗଲାଣି। ତେବେ କରୋନା ସଂକ୍ରମଣ ରୋକିବା ପାଇଁ ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରକ୍ଷାକୁ ଗୁରୁତ୍ୱ ଦେବାକୁ ସବୁ ମହଲରୁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.