Home ଓଡ଼ିଶା ମନ୍ଦିର ବେଢାରେ ଅସ୍ଥାୟୀ ମାଉସୀ ମା ମନ୍ଦିରରେ ଶ୍ରୀଜୀଉ ଙ୍କ ବରାହ ନରସିଂହ ଅବତାର

ମନ୍ଦିର ବେଢାରେ ଅସ୍ଥାୟୀ ମାଉସୀ ମା ମନ୍ଦିରରେ ଶ୍ରୀଜୀଉ ଙ୍କ ବରାହ ନରସିଂହ ଅବତାର

144

ମାଲକାନଗିରି,୨୫ା୬ (ଓଡିଆ ପୁଅ ) ସମଗ୍ର ବିଶ୍ୱରେ କରୋନା ମହାମାରି ବ୍ୟାପିଥିବାରୁ ମାଲକାନଗିରି ରେ ସବ ର୍ସାଧରଣରେ ରଥ ଯାତ୍ରାକୁ ବନ୍ଦକରା ଯାଇ କୋଭିଡ୧୯ ନିୟମ ପାଳନ କରି କେବଳ ମନ୍ଦିର ବେଢାରେ ପଟିଦିଅଁକୁ କୁନିରଥରେ ବିଜେ କରି ରଥଟଣା ଯାଇଥିଲା । ଠାକୁରଙ୍କୁ ମାଉସୀ ମା ମନ୍ଦିରକୁ ନିଆ ନ ଯାଇ ମନ୍ଦିର ବେଢାରେ ଅସ୍ଥାୟୀ ମାଉସୀ ଘର କରାଯାଇ ଚତୁର୍ଧାମୂର୍ତିଙ୍କୁ ରଖାଯାଇଥିଲା । ଆଜି ସକାଳେ ଅସ୍ଥାୟୀ ଆଡପମଣ୍ଡପରେ ମନ୍ଦିରର ବଡପଣ୍ଡା ମୁଖ୍ୟପୂଜାରି କୃଷ୍ଣଚନ୍ଦ୍ର ନନ୍ଦ ଓ ପୂଜକ ସନ୍ତୋଷକୁମାର ନନ୍ଦ, କାହ୍ନୁନନ୍ଦ ଚତୁର୍ଦ୍ଦାମୂର୍ତିଙ୍କ ସକାଳ ସ୍ନାନ,ନିତି ରିତି, ଆଳତି ସାରିବାପରେ ଶ୍ରୀଜୀଉ ଙ୍କୁ ବରାହ ଓ ନହସିଂହ ଅବତାରରେ ସଜିତକରି ପୁଜାକରିଥିଲେ । କୋଭିଡ ନିୟମ ପାଳନକରି ଅଳ୍ପ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଏହି ତିନିଠାକୁରଙ୍କ ମନୋରମ ଅବତାର ଦୃଶ୍ୟ ଆଖିଭରି ଦେଖିଥିଲେ । କରୋନା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ପ୍ରୀୟ ମାଲପୁଆ,ଗଜା, ରଶାବଳି, ବାଲଶା,ବିଭିନ୍ନ ମିଷ୍ଠାନ ଭୋଗ ଭକ୍ତମାନଙ୍କ ପାଇଁ ବିକ୍ରୟ ହୋଇ ପାରିନଥିବାରୁ ଭକ୍ତ ମାନେ ମନଦୁଃଖରେ ଫେରି ଯାଇଥିଲେ । ଠିକ ସେହିପରି କାଲିମେଳା,ମୋଟୁ,ପଡିଆ, ବାଲିମେଳା, ଗୋବିନ୍ଦପାଲି,ମାଥିଲି ବିଭିନ୍ନ ସ୍ଥାନରେ ମଧ୍ୟ ଶ୍ରୀଜୀଉ ଙ୍କ ବରାହ ଓ ନରସିଂହ ଅବତାରରେ ସଜିତ ହୋଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.