Home ଆନ୍ତର୍ଜାତୀୟ ରୋମରେ ଥିବା ଭାରତୀୟ ଦୂତାବାସ ଭବନକୁ ଭଙ୍ଗାରୁଜା କଲେ ଖାଲିସ୍ତାନ ସମର୍ଥକ

ରୋମରେ ଥିବା ଭାରତୀୟ ଦୂତାବାସ ଭବନକୁ ଭଙ୍ଗାରୁଜା କଲେ ଖାଲିସ୍ତାନ ସମର୍ଥକ

41

ନୂଆଦିଲ୍ଲୀ ୨୮-୧ (ଓଡ଼ିଆ ପୁଅ) : ରୋମରେ ଭାରତର ଦୂତାବାସ ଭବନରେ ଖାଲିସ୍ତାନ ସମର୍ଥକଙ୍କ ବିଶୃଙ୍ଖଳା ସମ୍ପର୍କରେ ଇଟାଲୀ ସରକାରଙ୍କ ନିକଟରେ ଭାରତ ଦ୍ୱାରା ଚିନ୍ତା ପ୍ରକାଶ କରାଯାଇଛି। ଖବର ଅନୁଯାୟୀ, ଭାରତ ତରଫରୁ କୁହାଯାଇଛି ଯେ ସେଠାରେ ଭାରତୀୟ କୂଟନୀତିଜ୍ଞଙ୍କ ସୁରକ୍ଷା ଇଟାଲୀର ଅଟେ। ଯେଉଁମାନେ ଭଙ୍ଗାରୁଜା କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ତଥା ଏହିପରି ଘଟଣା ଆଉ ଆଗକୁ ଘଟିବ ନାହିଁ ବୋଲି ଆଶା କରାଯାଉଛି।

ସୂଚନାନୁସାରେ, ଗଣତନ୍ତ୍ର ଦିବସ ପୂର୍ବରୁ ମଧ୍ୟ ସେଠାରେ ଏଭଳି ମାମଲାକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା। କେତେକ ରିପୋର୍ଟ ଅନୁଯାୟୀ, ରୋମରେ ଥିବା ଭାରତୀୟ ଦୂତାବାସ ଭବନରେ ରାତିରେ ଖାଲିସ୍ତାନ ପତାକା ଉତ୍ତୋଳନ କରାଯାଇଥିଲା ଏବଂ କାନ୍ଥରେ ‘ଖାଲିସ୍ତାନ ଜିନ୍ଦାବାଦ’ ଭଳି ସ୍ଲୋଗାନ ଲେଖାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.