Home କେନ୍ଦୁଝର ମରୈଗାଁ ଛକରେ ଦୋକାନ ଜାଳିଦେଲେ ଦୁର୍ବୁତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମୀଭୂତ

ମରୈଗାଁ ଛକରେ ଦୋକାନ ଜାଳିଦେଲେ ଦୁର୍ବୁତ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମୀଭୂତ

309

ହାଟଡ଼ିହି, ୧୩ । ୧୦ (ଓଡିଆପୁଅ/ବିକାଶ ବିଶ୍ୱାଳ)ନନ୍ଦିପଦା ଥାନା ଠାରୁ ମାତ୍ର ଦୁଇଶହ ମିଟର ଦୁରରେ ଥିôବା ଦୁଇଟି ଦୋକନୁ କେହି ଦୁର୍ବୁତ ନିଆଁ ଲଗାଇ ପୋଡି ଦେଇଛି । ଫଳରେ ଦୁଇଟିଯାକ ଦୋକାନର ଅଢ଼େଇ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ପୋଡି ଭଷ୍ମୀଭୁତ ହୋଇଯାଇଛି । ଖବରରୁ ଜଣାଯାଇଛି ଯେ ମରୈଗାଁ ଗ୍ରାମର ଦୁର୍ଯ୍ୟୋଧନ ନାୟକ ମରୈଗାଁ ଛକରେ ଦୀର୍ଘବର୍ଷ ଧରି ଏକ କେବିନ ପକାଇ ପାନ, ଷ୍ଟେସନାରୀ ଦୋକନ କରିଥିଲେ । ଏହି ଦୋକନରୁ ଯାହା ବ୍ୟବସାୟ ହୁଏ ସେଥିରେ ତାଙ୍କର ପରିବାର ପ୍ରତିପୋଷଣ କରିଥାନ୍ତି । ସେହିପରି ପାଖରେ ସନାତନ ଜେନା ସେ ମଧ୍ୟ ଏକ କେବିନରେ ମୋବାଇଲ ମରାମତି ଦୋକନ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ଗତକାଲି ସନ୍ଧ୍ୟାରେ ମରୈଗାଁର ଜଣେ ଯୁବକ କୌଣସି କାରଣ ନଥାଇ ହଠାତ ଆସି ଏହି ଦୋକାନୀ ମାନଙ୍କୁ ଗାଳି ଗୁଲଜ କରିବା ସହିତ ବିଭିନ୍ନ ପ୍ରକାର ଧମକ ଚମକ ଦେଇଥିଲା । କିନ୍ତୁ ଏହି ବ୍ୟବସାୟୀମାନେ ଏହାକୁ ସେତେ ଗୁରୁତ୍ୱ ଦେଇ ନଥିଲେ । ବିଳମ୍ବିତ ରାତିରେ ପ୍ରଥମେ ଦୁର୍ଯ୍ୟୋଧନଙ୍କ ଦୋକନଟି ହୁତ ହୁତ ହୋଇ ଜଳୁଥିବାବେଳେ ସ୍ଥାନୀୟ କିଛି ଦୋକାନୀ ଦେଖି ତୁରନ୍ତ ଦମକଳକୁ ଡାକିବା ସହ ପାଣି ଢ଼ାଳି ନିଆଁ ଲିଭଗାଇବା ପାଇଁ ଚେଷ୍ଟା କରିଥିଲେ । ଏହାରି ଭିତରେ ପାଖରେ ଥିବା ସନାତନଙ୍କ ଦୋକନାକୁ ନିଆଁ ବ୍ୟାପିଯିବା ସହ ତାଙ୍କ କେବିନିଟି ଅଧା ପୋଡି ଯାଇଥିଲା । ପରେ ହାଟଡିହି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା । ଏହି ଅଗ୍ନିକାଣ୍ଡରେ ଦୁର୍ଯ୍ୟୋଧନଙ୍କ ଦୋକାନର ୨ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ପୋଡି ଯାଇଥିବାବେଳେ ସନାତନଙ୍କ ୫୦ହଜାରରୁ ଉର୍ଦ୍ଧ ଟଙ୍କାର ତ୍ସାମଗ୍ରୀ ପୋଡି ଯାଇଛି । ସନ୍ଧ୍ୟାରେ ଗାଳିଗୁଲଜ କରିଥିବା ବ୍ୟକ୍ତି ଜଣକ ଏହି ଅଗ୍ନିକାଣ୍ଡ ଭିଆଇଥିବା ସନ୍ଦେହକରି ଦୁର୍ଯ୍ୟୋଧନ ଆଜି ନନ୍ଦିପଦା ଥାନାରେ ଏକ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ କ୍ଷତିଗ୍ରସ୍ତ ଉଭୟ ଦୋକାନୀ ସେମାନଙ୍କ ସର୍ବସ୍ୱ ହରାଇ ଅସହାୟ ହୋଇପଡିଥିବାରୁ ତହସିଲଦାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.