ad
ଓଡ଼ିଶା

ଭାରତୀୟ ବାୟୁ ସୀମାରେ ପାକିସ୍ଥାନ ଏୟାରସ୍ପେସରୁ ଆସିଥିବା ବିମାନକୁ ଏୟାର ଫୋର୍ସ ଜୟପୁରରେ ଓହ୍ଲାଇଲେ, ଚାଲିଛି ପଚରା ଉଚରା

ନୂଆ ଦିଲ୍ଲୀ ୧୦-୫ (ଓଡ଼ିଆ ପୁଅ) ଭାରତୀୟ ବାଯୁସେନାର ଫାଇଟର ଜେଟ୍ସ ଭାରତୀୟ ବାୟୁ ସୀମାରୁ ଆସିଥିବା ପାକିସ୍ଥାନୀ ଏୟାରସ୍ପେସରୁ ଆସିଥିବା ଏଟେନବ ଏ ଏନ ୧୨ ବିମାନକୁ ଜୟପୁର ଏୟାରପୋର୍ଟ ରେ ଓହ୍ଲାଇଛି। ଏହା ଏକ କାର୍ଗୋ ବିମାନ ଅଟେ। କୁହାଯାଉଛିଯେ, ବିନା ଅନୁମତିରେ ଏହା ଭାରତୀୟ ବାୟୁ ସୀମାରେ ପ୍ରବେଶ କରିଥିଲା। ବର୍ତ୍ତମାନ ବାୟୁସେନା ବିମାନର ପାଇଲଟକୁ ପଚରା ଉଚରା କରୁଛନ୍ତି।

ଖବର ମୁତାବକ  ଆଜି ଦ୍ୱିପ୍ରହରରେ ଏକ ଏୟାରକ୍ରାଫ୍ଟ ଏଏନ-୧୨ ଯିଏକି ପାକିସ୍ତାନର କରାଚୀରୁ ଦିଲ୍ଲୀ ପାଇଁ ଉଡ଼ାନ ଭରି ଥିଲା ତାହା ନିଜର ନିର୍ଦ୍ଧାରିତ ରାସ୍ତା ଭୁଲି ଉତ୍ତର ଗୁଜରାତ ରାସ୍ତାରେ ଭାରତୀୟ ବାୟୁ କ୍ଷେତ୍ର ଭୀତରେ ପ୍ରବେଶ କରିଥିଲା।

ଇଣ୍ଡିଆନ୍ ଏୟାର ଫୋର୍ସର ଫାଇଟର ଜେଟ ପ୍ଲେନ୍ସ ପାକିସ୍ତାନରୁ ଆସୁଥିବା ହେବୀ କାର୍ଗୋ ପ୍ଲେନକୁ ରୋକିଛି ଏବଂ ତାକୁ ଜୟପୁର ବିମାନ ବନ୍ଦରରେ ଲ୍ୟାଣ୍ଡ କରାଯାଇଛି। ପ୍ଲେନର ପାଇଲଟକୁ ପଚରା ଉଚରା ଚାଲିଛି। ଏହି ପ୍ଲେନର ନାମ ଏଂଟୋନୋବ ଏଏନ-୧୨। କୁହାଯାଉଛିଯେ, ଏହା ପାକିସ୍ତାନୀ ବାୟୁ କ୍ଷେତ୍ରରୁ ଭାରତୀୟ ବାୟୁ କ୍ଷେତ୍ରରେ ପ୍ରବେଶ କରିଥିଲା।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top