Home Coronavirus Outbreak ଭାରତରେ କରୋନା ସକ୍ରିୟ ମାମଲାରେ କ୍ରମାଗତ ହ୍ରାସ

ଭାରତରେ କରୋନା ସକ୍ରିୟ ମାମଲାରେ କ୍ରମାଗତ ହ୍ରାସ

74

– ଲଗାତର ଦଶମ ଦିନରେ ସକ୍ରିୟ ମାମଲା ୧୦ ଲକ୍ଷରୁ କମ୍ ରହିଛି

– ଭାରତରେ ମୋଟ ସୁସ୍ଥ ପ୍ରାୟ ୫୩ ଲକ୍ଷ

– ଗତ ୧୨ ଦିନରେ ୧୦ ଲକ୍ଷ ସୁସ୍ଥ

ନୂଆଦିଲ୍ଲୀ ୧-୧୦ (ଓଡ଼ିଆ ପୁଅ) ଭାରତରେ କରୋନା ସକ୍ରିୟ ମାମଲା ସଂଖ୍ୟା କ୍ରମାଗତ ୧୦ ଲକ୍ଷରୁ ତଳେ ରହିଛି। କ୍ରମାଗତ ଦଶମ ଦିନ ପାଇଁ ଦେଶରେ ସକ୍ରିୟ ମାମଲା ୧୦ ଲକ୍ଷ ତଳେ ରହିଛି। ଦେଶରେ ପ୍ରତିଦିନ ଅଧିକରୁ ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ସୁସ୍ଥ ହେବାରେ ଲାଗିଛନ୍ତି। ଏହି ସଂଖ୍ୟାର ହାର ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୮୫, ୩୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ଭାରତରେ ଆଜିସୁଦ୍ଧା ମୋଟ ସୁସ୍ଥଙ୍କ ସଂଖ୍ୟା ୫୨, ୭୩, ୨୦୧ରେ ପହଞ୍ଚିଛି। ପ୍ରତିଦିନ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜାତୀୟ ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଉଛି। ଜାତୀୟ ସୁସ୍ଥତା ହାର ଏବେ ୮୩-୫୩%ରେ ରହିଛି।

ମୋଟ ସୁସ୍ଥଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଗତ ୧୨ ଦିନରେ ୧୦ ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇପାରିଛନ୍ତି। ମୋଟ ସୁସ୍ଥଙ୍କ ମଧ୍ୟରୁ ୭୭ ପ୍ରତିଶତ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏହା ପଛକୁ ଅଛନ୍ତି ଆନ୍ଧ୍ର ପ୍ରଦେଶ ଓ ତାମିଲନାଡ଼ୁ।

ଦେଶରେ ଏବେ ସକ୍ରିୟ କରୋନା ମାମଲା ୯, ୪୦, ୭୦୫ରେ ଅଛି। ୨୦୨୦ ସେପ୍ଟେମ୍ବର ୧୧ରେ ମଧ୍ୟ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୯-୪ ଲକ୍ଷ ଥିଲା।

ମୋଟ ସକ୍ରିୟ ମାମଲାରୁ ୭୬ ପ୍ରତିଶତ ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି। ଦେଶରେ ମୋଟ ପଜିଟିଭ୍ ସଂଖ୍ୟାର ମାତ୍ର ୧୪-୯୦% ଏବେ ସକ୍ରିୟ ମାମଲା ଭାବେ ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୬, ୮୨୧ଟି ନୂଆ ପଜିଟିଭ୍ ମାମଲା ଆସିଛି। ନୂତନ ମାମଲା ଗୁଡ଼ିକ ମଧ୍ୟରୁ ୭୬% କେବଳ ୧୦ଟି ରାଜ୍ୟରୁ ଆସିଛି। ନୂଆ ମାମଲା ଗୁଡ଼ିକ ମଧ୍ୟରେ କେବଳ ମହାରାଷ୍ଟ୍ରରୁ ଆସିଛି ୧୮ ହଜାର ମାମଲା। କର୍ଣ୍ଣାଟକ ଏବଂ କେରଳରୁ ୮ ହଜାର ଲେଖାଏଁରୁ ଅଧିକ ମାମଲା ଆସିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧୮୧ଟି ମୃତ୍ୟୁ ମାମଲା ହୋଇଛି। ଏଥିରୁ ୮୨% ମୃତ୍ୟୁ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ହୋଇଛି। ଗତକାଲି ହୋଇଥିବା ମୃତ୍ୟୁର ୪୦% ଅର୍ଥାତ୍ ୪୮୧ଟି ମହାରାଷ୍ଟ୍ରରୁ ଏବଂ ୮୭ଟି କର୍ଣ୍ଣାଟକରୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.