Home Coronavirus Outbreak ଭାରତରେ କରୋନା ସକ୍ରିୟ ମାମଲା ହ୍ରାସ ଧାରା ଜାରି – କ୍ରମାଗତ ଦ୍ୱିତୀୟ ଦିନରେ...

ଭାରତରେ କରୋନା ସକ୍ରିୟ ମାମଲା ହ୍ରାସ ଧାରା ଜାରି – କ୍ରମାଗତ ଦ୍ୱିତୀୟ ଦିନରେ ସକ୍ରିୟ ମାମଲା ସାଢ଼େ ୭ ଲକ୍ଷ ତଳେ ରହିଛି

66

– ୧୪ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମୃତ୍ୟୁହାର ୧% ତଳେ ରହିଛି

ନୂଆ ଦିଲ୍ଲୀ ୨୧-୧୦ (ଓଡ଼ିଆ ପୁଅ) କ୍ରମାଗତ ଦ୍ୱିତୀୟ ଦିନରେ ମଧ୍ୟ ଭାରତରେ କରୋନା ସକ୍ରିୟ ମାମଲା ସାଢ଼େ ୭ ଲକ୍ଷ ତଳେ ରହିଛି। ଦୈନିକ ସୁସ୍ଥ ସଂଖ୍ୟା ମଧ୍ୟ କ୍ରମେ ବୃଦ୍ଧି ପାଇ ଚାଲିଛି। ଦେଶରେ ଗତ ୨୪ ଘଣ୍ଟାରେ ୬୧ ହଜାର ୭୭୫ ଜଣ ସୁସ୍ଥ ହୋଇଥିବା ବେଳେ ନୂତନ ପଜିଟିଭ ମାମଲା ରହିଛି ୫୪, ୦୪୪। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦, ୮୩, ୬୦୮ଟି ନମୁନା ପରୀକ୍ଷା କରାଯାଇଛି।

ସଫଳତାର ସହ ଟେଷ୍ଟ, ଟ୍ରାକ୍ ଓ ଟ୍ରିଟ୍ ରଣକୌଶଳ ସହ ଉଚିତ ସମୟରେ ଚିକିତ୍ସା କରାଯାଉଥିବାରୁ ମୃତ୍ୟୁହାର କ୍ରମାଗତ ହ୍ରାସ ପାଉଛି। ଜାତୀୟ ମୃତ୍ୟୁହାର ଏବେ ଦୈନିକ ୧.୫୧%କୁ ହ୍ରାସ ପାଇଛି।

ଏହି ମୃତ୍ୟୁହାର ୧%ରୁ ତଳକୁ ହ୍ରାସ କରିବା ଲାଗି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଏବେ ୧୪ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ମୃତ୍ୟୁହାର ୧% ତଳେ ରହିଛି।

ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା ଏବେ ୬୭, ୯୫, ୧୦୩ ଅଛି। ପ୍ରତିଦିନ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜାତୀୟ ସୁସ୍ଥ ହାର ବୃଦ୍ଧି ପାଇ ୮୯% (୮୮-୮୧%) ହେବାକୁ ଯାଉଛି।

ନୂତନ ସୁସ୍ଥଙ୍କ ମଧ୍ୟରୁ ୭୭% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି। ସୁସ୍ଥ କ୍ଷେତ୍ରରେ କର୍ଣ୍ଣାଟକ ମହାରାଷ୍ଟ୍ରକୁ ପଛରେ ପକାଇଛି। ଏହି ରାଜ୍ୟରେ ୮୫୦୦ ଜଣ ସୁସ୍ଥ ହୋଇଛନ୍ତି। ମହାରାଷ୍ଟ୍ର ଏବଂ କେରଳରେ ୭ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୪, ୦୪୪ ନୂଆ ପଜିଟିଭ୍ ମାମଲା ଆସିଛି। ତନ୍ମଧ୍ୟରୁ ୭୮% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି। ମହାରାଷ୍ଟ୍ରରୁ କେବଳ ୮ ହଜାର ପଜିଟିଭ୍ ମାମଲା ଆସିଛି। କର୍ଣ୍ଣାଟକ ଓ କେରଳରୁ ୬ ହଜାରରୁ ଅଧିକ ମାମଲା ଆସିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୧୭ଟି ମୃତ୍ୟୁ ମାମଲା ହୋଇଛି। ତନ୍ମଧ୍ୟରୁ ୮୨% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି। ୨୯% ମୃତ୍ୟୁ କେବଳ ମହାରାଷ୍ଟ୍ର (୨୧୩) ଆସିଥିବା ବେଳେ କର୍ଣ୍ଣାଟକରୁ ୬୬ଟି ମୃତ୍ୟୁ ମାମଲା ଆସିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.