Home Coronavirus Outbreak ୩ କୋଟି ଅତିକ୍ରମ କଲା ଭାରତର ନମୁନା ପରୀକ୍ଷଣ – ନିୟୁତ ପିଛା ପରୀକ୍ଷଣ କ୍ରମାଗତ...

୩ କୋଟି ଅତିକ୍ରମ କଲା ଭାରତର ନମୁନା ପରୀକ୍ଷଣ – ନିୟୁତ ପିଛା ପରୀକ୍ଷଣ କ୍ରମାଗତ ଭାବେ ବୃଦ୍ଧି ପାଇ ଆଜି ୨୧, ୭୬୯ରେ ପହଞ୍ଚିଛି

212

ନୂଆ ଦିଲ୍ଲୀ ୧୭-୮ (ଓଡ଼ିଆ ପୁଅ) କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମନ୍ଵୟରେ ଭାରତ ୩ କୋଟି ନମୁନା ପରୀକ୍ଷା କରି ଆଜି ରେକର୍ଡ ସୃଷ୍ଟି କରିଛି। ରୋଗ ନିରୂପଣ ପରୀକ୍ଷାଗାରର ସମ୍ପ୍ରସାରଣ ଓ ସଅଳ ପରୀକ୍ଷଣ ସୁବିଧା ଯୋଗୁଁ ଏଥିରେ ଉଲ୍ଲେଖନୀୟ ସଫଳତା ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭, ୩୧, ୬୯୭ ନମୁନା ପରୀକ୍ଷା କରାଯାଇଛି। ଏହାଫଳରେ ଏକ ନିୟୁତ ପିଛା ନମୁନା ପରୀକ୍ଷଣ ଦ୍ରୁତ ଗତିରେ ବୃଦ୍ଧି ପାଇ ୨୧, ୭୬୯ରେ ପହଞ୍ଚିଛି।

ଗତ ଜୁଲାଇ ୧୪ରେ ନମୁନା ପରୀକ୍ଷା ୧.୨୦ କୋଟିରେ ପହଞ୍ଚିଥିବା ବେଳେ ଗତକାଲି ସୁଦ୍ଧା (୧୬.୦୮.୨୦୨୦) ଏହି ସଂଖ୍ୟା ୩ କୋଟି ଅତିକ୍ରମ କରିଛି। ଏହି ସମୟ ମଧ୍ୟରେ ଏହା ଶତକଡା ୭.୫ରୁ ୮.୮୧ ପ୍ରତିଶତକୁ ବୃଦ୍ଧି ପାଇଛି। ଅଧିକ ନମୁନା ପରୀକ୍ଷା ଯୋଗୁଁ ସ୍ଵାଭାବିକ ଭାବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଦିଲ୍ଲୀରେ ନିଆଯାଇଥିବା ପଦକ୍ଷେପରୁ ଏହା ସ୍ପଷ୍ଟ ହୋଇଛି ଯେ, କ୍ରମାଗତ ସଙ୍ଗରୋଧ, ଚିହ୍ନଟିକରଣ ଓ ସମୟୋଚିତ ଉପଚାର ବଳରେ ଏହା କ୍ରମଶଃ ହ୍ରାସ ପାଇବ।

ବ୍ୟାପକ ପରୀକ୍ଷଣ ଯୋଗୁଁ ସଅଳ ଚିହ୍ନଟିକରଣ ଓ ସଂକ୍ରମିତ ରୋଗୀଙ୍କ ସଙ୍ଗରୋଧ ଶୀଘ୍ର କରାଯାଇ ପାରୁଛି। ଏଥିସହ ଦକ୍ଷ ଉପଚାର ଯୋଗୁଁ ମୃତ୍ୟୁହାର ମଧ୍ୟ ହ୍ରାସ ପାଉଛି। ସେଦୃଷ୍ଟିରୁ ଅଧିକ ଓ ସମୟୋଚିତ ପରୀକ୍ଷା ସଂକ୍ରମିତଙ୍କୁ ଚିହ୍ନଟ କରିବା ସହ ମୃତ୍ୟୁ ସଂଖ୍ୟା ହ୍ରାସରେ ମଧ୍ୟ ସହାୟକ ହେଉଛି। ରୋଗ ନିରୂପଣ ପାଇଁ ପରୀକ୍ଷାଗାରଗୁଡିକର ଦ୍ରୁତ ସମ୍ପ୍ରସାରଣ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଗତ ଜାନୁଆରୀ ମାସରେ ଦେଶରେ ପୁଣେରେ ମାତ୍ର ଗୋଟିଏ ପରୀକ୍ଷାଗାର ଥିବା ବେଳେ ବର୍ତ୍ତମାନ ୯୬୯ଟି ସରକାରୀ ଓ ୫୦୧ଟି ଘରୋଇ ଏହିଭଳି ମୋଟ ୧୪୭୦ଟି ପରୀକ୍ଷାଗାରରେ ନମୁନା ପରୀକ୍ଷା କରାଯାଇପାରୁଛି।

କୋଭିଡ ଜନିତ ସମସ୍ତ ପ୍ରକାର ବୈଷୟିକ ପ୍ରସଙ୍ଗରେ ନିର୍ଭୁଲ ଏବଂ ସର୍ବଶେଷ ତଥ୍ୟ, ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌କରନ୍ତୁ: https://www.mohfw.gov.in/ and @MoHFW_INDIA।

କୋଭିଡ୍‌ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid୧୯@gov.in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov୨୦୧୯@gov.in and @CovidIndiaSeva।

କୋଭିଡ-୧୯ ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ନିଃଶୁଳ୍କ)କୁ ପଚରା ଯାଇପାରିବ।

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdf ରେ ଉପଲବ୍ଧ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.