Home Coronavirus Outbreak ଦେଶରେ ସମସ୍ତ ରେକର୍ଡ ଭାଙ୍ଗିଲା କରୋନା – ୨୪ ଘଣ୍ଟାରେ ୨୪, ୮୦୫ ନୂଆ ଆକ୍ରାନ୍ତ...

ଦେଶରେ ସମସ୍ତ ରେକର୍ଡ ଭାଙ୍ଗିଲା କରୋନା – ୨୪ ଘଣ୍ଟାରେ ୨୪, ୮୦୫ ନୂଆ ଆକ୍ରାନ୍ତ – ୬୧୩ ମୃତ

312

ନୂଆଦିଲ୍ଲୀ ୫-୭ (ଓଡ଼ିଆ ପୁଅ) ଦେଶର ଦ୍ରୁତ ଗତିରେ ବଢ଼ୁଥିବା କରୋନାଭାଇରସ୍ ଏପର୍ଯ୍ୟନ୍ତ ସମସ୍ତ ରେକର୍ଡ ଭାଙ୍ଗିଛି। ଦେଶରେ ପ୍ରଥମ ଥର ପାଇଁ ଗୋଟିଏ ଦିନରେ ପ୍ରାୟ ୨୫ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ୨୪, ୮୦୫ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୬୧୩ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୬ ଲକ୍ଷ ୭୩ ହଜାର ୧୬୫ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ୧୯, ୨୬୮ ରୋଗୀଙ୍କର ମୃତ୍ୟୁ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ବର୍ତ୍ତମାନ ୨, ୪୪, ୮୧୪ ସକ୍ରିୟ କରୋନା ମାମଲା ରହିଛି। କରୋନା ମହାମାରୀ ହେତୁ ଏପର୍ଯ୍ୟନ୍ତ ୧୯, ୨୬୮ ରୋଗୀଙ୍କର ମୃତ୍ୟୁ ଘଟିଛି ଏବଂ ୪, ୦୯, ୦୮୨ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି।

ମହାରାଷ୍ଟ୍ର କରୋନା ଜୀବାଣୁ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ଜଣାପଡିଛି। ଗତ ୨୪ ଘଣ୍ଟା ବିଷୟରେ କହିବାକୁ ଗଲେ, ମହାରାଷ୍ଟ୍ରରେ ୭୦୭୪ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗୁଜୁରାଟରେ ଗୋଟିଏ ଦିନରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୭୧୨ ଅଟେ। ତାମିଲନାଡୁରେ ୪୩୪୩, ଉତ୍ତରପ୍ରଦେଶରେ ୭୬୯, ପଶ୍ଚିମବଙ୍ଗରେ ୬୪୯, ରାଜସ୍ଥାନରେ ୩୫୦ ଏବଂ ପଞ୍ଜାବରେ ୧୧୬ ଟି ନୂଆ କେସ୍ ଆସିଛି। ଏସବୁ ମଧ୍ୟରେ ଭଲ କଥା ହେଉଛି କରୋନା ସଂକ୍ରମିତ ରୋଗୀଙ୍କ ଆରୋଗ୍ୟ ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଦେଶରେ କରୋନା ରୋଗୀଙ୍କ ଆରୋଗ୍ୟ ହାର ୬୦.୭୭% ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.