Home Coronavirus Outbreak ଦେଶରେ ଗତ ୨୪ ଘଣ୍ଟାରେ ୧୪, ୯୩୩ ଟି ନୂଆ ଆକ୍ରାନ୍ତ, ୩୧୨ ମୃତ, ମୋଟ...

ଦେଶରେ ଗତ ୨୪ ଘଣ୍ଟାରେ ୧୪, ୯୩୩ ଟି ନୂଆ ଆକ୍ରାନ୍ତ, ୩୧୨ ମୃତ, ମୋଟ ମୃତ ୧୪୦୧୧ ମୋଟ ଆକ୍ରାନ୍ତ ୪୪୦୨୧୫

103

ନୂଆ ଦିଲ୍ଲୀ ୨୨-୬ (ଓଡ଼ିଆ ପୁଅ) ଦେଶରେ ମୋଟ କରୋନା ଭୂତାଣୁ ସଂକ୍ରମଣ ସଂଖ୍ୟା ଚାରି ଲକ୍ଷ ୪୦ ହଜାର ଅତିକ୍ରମ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୧୫ ହଜାର ନୂଆ କରୋନା ଆକ୍ରାନ୍ତ ରିପୋର୍ଟ ହୋଇଛନ୍ତି। ତେବେ ଏହି ସମୟ ମଧ୍ୟରେ କରୋନା ଟେଷ୍ଟ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୩୧୨ ଜଣଙ୍କର ମୃତ୍ୟୁ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରବିବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ କୋଭିଡ -୧୯ ସଂକ୍ରମିତ ମୋଟ ସଂଖ୍ୟା ୪୪୦୨୧୫ ରେ ପହଞ୍ଚିଛି। ଗତ ଗୋଟିଏ ଦିନରେ ୧୪, ୯୩୩ ଟି ନୂଆ କରୋନା ଆକ୍ରାନ୍ତ ରେକର୍ଡ଼ ହୋଇଛି।

ବର୍ତ୍ତମାନ ସୁଦ୍ଧା ୧୭୮୦୧୪ ସକ୍ରିୟ ରୋଗୀ ଅଛନ୍ତି ଏବଂ ୨୪୮୧୯୦ ଲୋକ ସୁସ୍ଥ ହୋଇଛନ୍ତି। ଏଥି ସହିତ ମୃତ୍ୟୁସଂଖ୍ୟା ୧୪୦୧୧ କୁ ବୃଦ୍ଧି ପାଇଛି।

ଗତ କିଛି ଦିନ ମଧ୍ୟରେ କରୋନା ଟେଷ୍ଟର ଗତି ମଧ୍ୟ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟାରେ ୧୦, ୯୯୪ ଜଣ ସୁସ୍ଥ ହୋଇଥିବା ବେଳେ ଆରୋଗ୍ୟ ହାର ୫୫.୮% ରୁ ୫୬.୪% କୁ ବୃଦ୍ଧି ପାଇଛି।

ଏବଂ ମୃତ୍ୟୁ ହାର ୩.୨୨% ରୁ ୩.୧୮% କୁ ହ୍ରାସ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.