Home ଓଡ଼ିଶା ଆରଏସଏସ ଯୋଗୁଁ ଆଜି ଭାରତ ସୁରକ୍ଷିତ:ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି

ଆରଏସଏସ ଯୋଗୁଁ ଆଜି ଭାରତ ସୁରକ୍ଷିତ:ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି

631

କୋଟିୟମ୍:କେରଳର କୋଟିୟମଠାରେ ଅନୁଷ୍ଠିତ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଏକ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟର ପୂର୍ବତନ ବିଚାପତି କେ.ଟି ଥମାସ୍ କହିଛନ୍ତି କି ଭାରତ ଆଜି ଚାରୋଟି ପର୍ଯ୍ୟାୟ ଯଥା ସମ୍ବିଧାନ,ଲୋକତନ୍ତ୍ର,ସେନା ଓ ରାଷ୍ଟ୍ରୀୟ ସ୍ଵୟଂସେବକ ପାଇଁ ସୁରକ୍ଷିତ।କାର୍ଯ୍ୟକ୍ରମରେ ସ୍ଵୟଂ ସେବକ ମାନଙ୍କର ଶାରୀରିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଶୃଙ୍ଖଳାକୁ ଉଚ୍ଚ ପ୍ରଶଂସା କରି ଥମାସ କହିଛନ୍ତି ଯେ ଏହା ପ୍ରତ୍ୟେକ ଭାରତୀୟ ମାନଙ୍କ ପାଇଁ ଆବଶ୍ୟକ ଅଛି।କାରଣ ଆପାତକାଳୀନ ଓ ଯୁଦ୍ଧ ସମୟରେ ଆରଏସଏସ ଦେଶକୁ ରକ୍ଷା କରିବାରେ ପ୍ରଥମେ ଆଗେଇ ଆସିଥାଏ।

ଏହାସହ ଧର୍ମ ନିରପେକ୍ଷତାର ଦ୍ୱାହି ଦେଇ କେବଳ ସଂଖ୍ୟାଲଘୁ ମାନଙ୍କର ସୁରକ୍ଷା ଓ ସୁବିଧା ନୁହେଁ,ପ୍ରତ୍ୟେକ ନାଗରିକଙ୍କର ସୁରକ୍ଷା ଓ ସୁବିଧା ଦରକାର ବୋଲି ଥମାସ କହିଛନ୍ତି।ସଂଖ୍ୟାଲଘୁ ମାନଙ୍କ ପାଇଁ ଗଠିତ ଅଳ୍ପସଂଖ୍ୟକ ଆୟୋଗ ବିରୋଧରେ ମତ ରଖି ସେ କହିଛନ୍ତି କି,ଏହାର କୌଣସି ଆବଶ୍ୟକତା ନାହିଁ।କାରଣ ଭାରତର ସମସ୍ତ ନାଗରିକଙ୍କର ପ୍ରଥମ କର୍ତ୍ତବ୍ୟ ଦେଶର ରକ୍ଷା।ଯାହା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଶିଖାଇଥାଏ।

ଏହା ସହ ସେ କହିଥିଲେ,ଯେଉଁମାନେ ଗାନ୍ଧୀ ହତ୍ୟାକାରୀ କହୁଛନ୍ତି ସେମାନେ ଜାଣିବା ଉଚିତ୍ ଏଥିରେ ଆରଏସଏସର କୌଣସି ଭୂମିକା ନାହିଁ।ଆଜି ଆରଏସଏସ ଅଛି ବୋଲି ଭାରତ ବର୍ଷ ସୁରକ୍ଷିତ ଅଛି ଓ ଆମେ ଏଥି ପାଇଁ ଗର୍ବ କରିବା ଉଚିତ୍।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.