Home Coronavirus Outbreak କ୍ରମାଗତ ଭାବେ ୧୧ ଦିନ ପାଇଁ କରୋନା ସକ୍ରିୟ ମାମଲା ସଂଖ୍ୟା ୧୦ ଲକ୍ଷରୁ କମ-...

କ୍ରମାଗତ ଭାବେ ୧୧ ଦିନ ପାଇଁ କରୋନା ସକ୍ରିୟ ମାମଲା ସଂଖ୍ୟା ୧୦ ଲକ୍ଷରୁ କମ- ୧୨ ଦିନରେ ସୁସ୍ଥ ହେଲେ ୧୦ ଲକ୍ଷ ଆକ୍ରାନ୍ତ

99

କ୍ରମାଗତ ୧୧ ଦିନ ଧରି ଭାରତରେ କରୋନା ସକ୍ରିୟ ମାମଲା ୧୦ ଲକ୍ଷରୁ କମ ରହିଛି।

ଆଜି କରୋନା ସକ୍ରିୟ ମାମଲାର ସଂଖ୍ୟା ରହିଛି ୯, ୪୨, ୨୧୭।

ପ୍ରତିଦିନ ଅଧିକରୁ ଅଧିକ ଆକ୍ରାନ୍ତ ସୁସ୍ଥ ହେଉଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୭୮, ୮୭୭ ଜଣ ସୁସ୍ଥ ହୋଇଛନ୍ତି। ଏହା କେବଳ ପ୍ରତିଦିନ ଜାତୀୟ ସୁସ୍ଥ ହାର ବୃଦ୍ଧି ପାଉଥିବାରୁ ସମ୍ଭବ ହୋଇପାରିଛି, ଯାହାକି ଏବେ ରହିଛି ୮୩-୭୦%।

ଆଜି ଦେଶରେ ମୋଟ ସୁସ୍ଥ ସଂଖ୍ୟା ରହିଛି ୫୩, ୫୨, ୦୭୮। ଶେଷ ୧୦ ଲକ୍ଷ ସୁସ୍ଥ କେବଳ ୧୨ ଦିନ ମଧ୍ୟରେ ହୋଇପାରିଛନ୍ତି। ଏହାସହ ଭାରତ ବିଶ୍ୱରେ ସବୁଠାରୁ ଅଧିକ ସୁସ୍ଥ ସଂଖ୍ୟାରେ ନିଜ ସ୍ଥାନ ବଜାୟ ରଖିଛି।

୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ୭୬.୬୨% ସକ୍ରିୟ ମାମଲା ଆସିଛି। ଏବେ ଦେଶର ମୋଟ ପଜିଟିଭ୍ ମାମଲା ମଧ୍ୟରୁ ମାତ୍ର ୧୪.୭୪% ସକ୍ରିୟ ମାମଲା ରହିଛି। ମହାରାଷ୍ଟ୍ରରେ ସର୍ବାଧିକ ୨.୫ ଲକ୍ଷ ସକ୍ରିୟ ମାମଲା ଥିବା ବେଳେ ଏହା ପଛକୁ କର୍ଣ୍ଣାଟକରେ ଅଛି ୧ ଲକ୍ଷ ସକ୍ରିୟ ମାମଲା।

୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୫ ହଜାରରୁ କମ୍ ସକ୍ରିୟ ମାମଲା ଅଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୮୧, ୪୮୪ଟି ପଜିଟିଭ୍ ମାମଲା ଚିହ୍ନଟ ହୋଇଛି। ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଏଥିରୁ ୭୮.୦୭% ଆସିଛି। ମହାରାଷ୍ଟ୍ରରୁ ସର୍ବାଧିକ ୧୬ ହଜାର ମାମଲା ଆସିଛି। କର୍ଣ୍ଣାଟକରୁ ୧୦ ହଜାର ଏବଂ କେରଳରୁ ୮ ହଜାର ମାମଲା ଆସିଛି।

ନୂତନ ଭାବେ ସୁସ୍ଥ ହୋଇଥିବା ଲୋକଙ୍କ ମଧ୍ୟରୁ ୭୨% ୧୦ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛନ୍ତି। ମହାରାଷ୍ଟ୍ରରେ ସବୁଠାରୁ ଅଧିକ ସୁସ୍ଥ ହୋଇଥିବା ବେଳେ ଏହା ପଛକୁ ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକର ସ୍ଥାନ ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୦୯୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥିରୁ ୮୩.୩୭% ମୃତ୍ୟୁ କେବଳ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୩୬% ମୃତ୍ୟୁ ଅର୍ଥାତ୍ ୩୯୪ ଜଣ ପ୍ରାଣ ହରାଇଛନ୍ତି। ଏହା ପଛକୁ କର୍ଣ୍ଣାଟକରେ ୧୩୦ ଜଣଙ୍କ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.