Home Top News ଆୟକର ଚଢ଼ାଉ – ୫୨୦ କୋଟି ଟଙ୍କାର କଳାଧନ ଠାବ

ଆୟକର ଚଢ଼ାଉ – ୫୨୦ କୋଟି ଟଙ୍କାର କଳାଧନ ଠାବ

49

ନୂଆ ଦିଲ୍ଲୀ ୨୨ ଜାନୁଆରୀ (ଓଡ଼ିଆ ପୁଅ) ଆୟକର ବିଭାଗ ୫୨୦ କୋଟିରୁ ଅଧିକ ଟଙ୍କା ଅଜ୍ଞାତ ଉତ୍ସରୁ ଆୟ ଜାଣିବା ପାଇଁ ମହାରାଷ୍ଟ୍ରର ଥାନେ ଜିଲ୍ଲାର ଜଣେ ବଡ ବିଲଡରଙ୍କ ଠିକଣା ଉପରେ ଚଢାଉ କରିଛନ୍ତି। କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ତରଫରୁ ଗୁରୁବାରଦିନ କୁହାଯାଇଛିଯେ, ୧୨ ଜାନୁଆରୀରେ ବୋରିଭାଲୀ, ମୀରା ରୋଡ ଏବଂ ଭୟନ୍ଦରରେ ସର୍ଚ୍ଚ ଓ ଚଢ଼ାଉ କରାଯାଇଥିଲା।

ଆୟକର ବିଭାଗ ମଧ୍ୟ ଏହି ଚଢ଼ାଉରେ ୧୦.୧୬ କୋଟି ନଗଦ ଟଙ୍କା ଜବତ ହୋଇଛି। ମୋଟାମୋଟି ଭାବେ ଆୟ ବହିର୍ଭୁତ ୫୨୦.୫୬ କୋଟି ଟଙ୍କା ଠାବ କରାଯାଇଛି।

ବିବୃତ୍ତି ଅନୁଯାୟୀ, ଅପରେସନ ସମୟରେ ଏହା ଜଣାପଡ଼ିଛିଯେ, ଜମି ଏବଂ ଫ୍ଲଟ ବିକ୍ରୟରୁ ମିଳିଥିବା ଅର୍ଥ ସହିତ ବହୁ ଆୟର କୌଣସି ଆକାଉଣ୍ଟ ରଖାଯାଇ ନାହିଁ ଏବଂ ଏହାର ବିବରଣୀ ବିଭାଗକୁ ଜଣାଇ ଦିଆଯାଇନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.