Home Top News ଏଆଇଏଡିଏମକେରୁ ବହିଷ୍କୃତ ଶଶିକଳା କରୋନା ସଂକ୍ରମିତ – ଡାକ୍ତରଖାନାରେ ଭର୍ତ୍ତି

ଏଆଇଏଡିଏମକେରୁ ବହିଷ୍କୃତ ଶଶିକଳା କରୋନା ସଂକ୍ରମିତ – ଡାକ୍ତରଖାନାରେ ଭର୍ତ୍ତି

39

ଚେନ୍ନାଇ ୨୨-୧ (ଓଡ଼ିଆ ପୁଅ) ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଭି.କେ ଶଶିକଳା କରୋନା ଭାଇରସ୍ ସଂକ୍ରମିତ ହେବା ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ଜେଲରୁ ମୁକୁଳିବାର କିଛି ଦିନ ପୂର୍ବରୁ ଶଶିକଳାଙ୍କୁ ଜ୍ୱର ଏବଂ ନିଶ୍ୱାସ ନେବାରେ ଅସୁବିଧାର ଅଭିଯୋଗ କ୍ରମେ ବୁଧବାର ଦିନ ସରକାରୀ ଡାକ୍ତରଖାନା ବୋରୀଙ୍ଗରେ ଭର୍ତ୍ତି କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଶଶିକଳା କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡିଛି। କିନ୍ତୁ ତାଙ୍କର ଅନ୍ୟ କୌଣସି ଅସୁବିଧା ନାହିଁ। ଶଶିକଳାଙ୍କୁ ବର୍ତ୍ତମାନ ଅକ୍ସିଜେନ ଦିଆଯାଉଛି। ତାଙ୍କର ଅମ୍ଳଜାନ ସ୍ତର ପ୍ରାୟ ୯୮ ପ୍ରତିଶତ ଅଛି। ଅମ୍ଳଜାନ ସ୍ତର ୯୫ କିମ୍ବା ତଦୁର୍ଦ୍ଧ ହେବା ସ୍ୱାଭାବିକ ବୋଲି ବିବେଚନା କରାଯାଏ। ଶଶିକଳାଙ୍କ ଫୁସଫୁସ ସଂକ୍ରମଣ ସମସ୍ୟା ଥିବା ଜଣାଯାଇଛି। ତେବେ ତାଙ୍କ ଅବସ୍ଥା ସ୍ଥିର ରହିଛି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥାବସ୍ଥା ଖରାପ ହେବାରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି।

ଏଆଇଏଡିଏମକେର ସାଧାରଣ ସମ୍ପାଦକ ଓ ଶଶିକଳାଙ୍କ ପୁତୁରା ଟିଟିଭି ଦିନକରନ୍ ଗଣମାଧ୍ୟମକୁ କହିଛନ୍ତି ଯେ, ବିଶ୍ୱାସଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶଶିକଳାଙ୍କ ଅବସ୍ଥା ସ୍ଥିର ଅଛି, ଡାକ୍ତରମାନେ ତାଙ୍କ ତଦାରଖ କରୁଛନ୍ତି ଓ ତାଙ୍କର ଭଲ ଭାବେ ଯତ୍ନ ନିଆଯାଉଛି। ସଂକ୍ରମଣ ହେତୁ ତାଙ୍କୁ ଅମ୍ଳଜାନ ଦେବା ଆବଶ୍ୟକ। ସିଟି ସ୍କାନର ଆବଶ୍ୟକତା ଅଛି କି ନାହିଁ ଡାକ୍ତରମାନେ ବର୍ତ୍ତମାନ ନିଷ୍ପତ୍ତି ନେଉଛନ୍ତି। ୬୩ ବର୍ଷୀୟା ଶଶିକଳା ଷ୍ଟ୍ରେସ୍, ଡାଇବେଟିସ୍ ଏବଂ ହାଇପରଟେନସନ ଭଳି ରୋଗରେ ଆକ୍ରାନ୍ତ ଥିବା ସହ କାଶ ଓ ଜ୍ୱର ଯୋଗୁଁ ତାଙ୍କୁ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଶଶିକଳାଙ୍କ ଅବସ୍ଥା ସ୍ଥିର ଏବଂ ତାଙ୍କୁ ଆଣ୍ଟିବାୟୋଟିକ୍ ସହିତ ଅମ୍ଳଜାନ ଦିଆଯାଉଛି। ଜାନୁଆରୀ ୨୭ ରେ ଜେଲରୁ ମୁକ୍ତ ହେବାକୁ ଥିବା ଶଶିକଳାଙ୍କର ରାପିଡ୍ ଆଣ୍ଟିଜେନ୍ ଏବଂ ଆରଟି-ପି ସି ଆର ଟେଷ୍ଟ ମଧ୍ୟ କରାଯାଇଥିଲା, ଯାହା ତାଙ୍କ ରିପୋର୍ଟରେ କରୋନା ଭୂତାଣୁ ସଂକ୍ରମିତ ହେବାର ନିଶ୍ଚିତ ହୋଇଥିଲା।

ତାଙ୍କର ଆୟ ଉତ୍ସଠାରୁ ୬୬ କୋଟି ଟଙ୍କା ମୂଲ୍ୟର ଆୟବହିର୍ଭୁତ ସମ୍ପତ୍ତି ପାଇଁ ଫେବୃଆରୀ ୨୦୧୭ ରେ ୪ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ଶଶିକଳାଙ୍କୁ ଏକ ସପ୍ତାହ ପରେ ଜାନୁଆରୀ ୨୭ ରେ ଜେଲରୁ ମୁକ୍ତ କରାଯିବାର ଯୋଜନା ରହିଛି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳା ଏଠାରେ ପରପନ୍ନା ଅଗ୍ରହାରା ଜେଲରେ ଦଣ୍ଡ ଭୋଗୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.