Home Top News ରାମ ମନ୍ଦିର ପାଇଁ ହୃହୟ ଖୋଲି ସହଯୋଗରାଶି ପ୍ରଦାନ କଲେ ବିଜେପି ସାଂସଦ ତଥା କ୍ରିକେଟର...

ରାମ ମନ୍ଦିର ପାଇଁ ହୃହୟ ଖୋଲି ସହଯୋଗରାଶି ପ୍ରଦାନ କଲେ ବିଜେପି ସାଂସଦ ତଥା କ୍ରିକେଟର ଗୌତମ ଗମ୍ଭୀର

126

ନୂଆ ଦିଲ୍ଲୀ ୨୨-୧ (ଓଡ଼ିଆ ପୁଅ) ରାମ ମନ୍ଦିର ନିର୍ମାଣ ପାଇଁ ବିଜେପି ସାଂସଦ ତଥା କ୍ରିକେଟର ଗୌତମ ଗମ୍ଭୀର ୧ କୋଟି ଟଙ୍କାର ସହଯୋଗ ରାଶି ପ୍ରଦାନ କରିଛନ୍ତି। ତାଙ୍କର ସହଯୋଗ ରାଶିର ଚେକ୍ ଜୁନା ଆଖାଡ଼ାର ମହାମଣ୍ଡଳଶ୍ୱର ସ୍ବାମୀ ଅବଦେଶାନନ୍ଦଙ୍କୁ ଦିଆଯାଇଛି।

ଗୌତମ ଗମ୍ଭୀର କହିଛନ୍ତି ଯେ ଏହା କେବଳ ଏକ ମନ୍ଦିର ନୁହେଁ ବରଂ କୋଟି କୋଟି ଭାରତୀୟଙ୍କ ବିଶ୍ୱାସର ପ୍ରତୀକ। ଏହି ଶୁଭ କାର୍ଯ୍ୟରେ ସମର୍ଥନ କରିବା ମୋ ପାଇଁ ସୌଭାଗ୍ୟର କଥା। ସେ କହିଛନ୍ତି ଯେ, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି, ଯାହାଙ୍କର ନିରନ୍ତର ଉଦ୍ୟମ ଆମକୁ ଏହି ଗୌରବମୟ ମୁହୂର୍ତ୍ତର ସାକ୍ଷୀ କରିପାରିଛି।

ରାମ ମନ୍ଦିର ପାଇଁ ମୂଳଦୁଆ ଖନନ କାର୍ଯ୍ୟ ୧୫ ଜାନୁୟାରୀରୁ ଆରମ୍ଭ ହୋଇଛି। ପ୍ରସ୍ତାବିତ ମନ୍ଦିରର ମୁଖ୍ୟ କେନ୍ଦ୍ର ଅର୍ଥାତ୍ ଗର୍ଭଗୃହର ନିହଁ ଖନନ କାର୍ଯ୍ୟ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହା ପୂର୍ବରୁ ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର, ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଜେନେରାଲ ଚମ୍ପତ ରାୟ, କୋଷାଧ୍ୟକ୍ଷ ସ୍ବାମୀ ଗୋବିନ୍ଦଦେବ ଗିରି, ସଦସ୍ୟ ଡକ୍ଟର ଅନିଲ ମିଶ୍ର ଏବଂ ଭିଏଚପି ଅନ୍ତର୍ଜାତୀୟ ସଂଗଠନ ମନ୍ତ୍ରୀ ଦୀନେଶଚନ୍ଦ୍ର ବିଧି ବାଧାନ ଅନୁଯାୟୀ ପବିତ୍ର ମନ୍ଦିରର ଭୂମି ପୂଜନ କରିଥିଲେ।

ଏହାପୂର୍ବରୁ ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ନୃପେନ୍ଦ୍ର ମିଶ୍ର ସକାଳ ୯:୩୦ ରେ ରାମ ଜନ୍ମ ଭୂମି ପରିସରରେ ପହଞ୍ଚି ନିର୍ମାଣ ସମ୍ପର୍କରେ ସମୀକ୍ଷା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.