Home Coronavirus Outbreak ଶ୍ରୀମନ୍ଦିର ଛତିଶା ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ – ଗରୁଡ ସ୍ତମ୍ବ ଓ ଅରୁଣ ସ୍ତମ୍ବ...

ଶ୍ରୀମନ୍ଦିର ଛତିଶା ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ – ଗରୁଡ ସ୍ତମ୍ବ ଓ ଅରୁଣ ସ୍ତମ୍ବ ଭକ୍ତ ଛୁଇଁ ପାରିବେ ନାହିଁ

263

ପୁରୀ, ୧୫/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆଜି ପୂର୍ବାହ୍ନରେ ଶ୍ରୀମନ୍ଦିର ଛତିଶା ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ଠାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଶନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କରୋନା ସଂପର୍କରେ ସ୍ଥିତି ସମୀକ୍ଷା କରିବା ସହ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି। ଆଗାମୀ ୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭିତରେ ଥିବା ଗରୁଡ ସ୍ତମ୍ବ ଓ ବାହାରେ ଥିବା ଅରୁଣ ସ୍ତମ୍ବ କୁ ଭକ୍ତମାନେ ସ୍ପର୍ଶ ଓ ଆଲିଙ୍ଗନ ନକରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତି ହୋଇଛି। ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ସେବାୟତଙ୍କ କ୍ଷେତ୍ରରେ ଏହାକୁ କୋହଳ କରାଯାଇଛି। ଶ୍ରୀମନ୍ଦିର କୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ଭକ୍ତ ଶ୍ରୀମନ୍ଦିର ଭିତରେ ଧାଡି ରେ ଯାଇ ଭିତର କାଠ ନିକଟରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଧାଡିରେ ରହିଥିବା ଭକ୍ତ ଅନ୍ୟ ଜଣଙ୍କ ଠାରୁ ୧ ମିଟର ଦୂରତାରେ ରହିବା ପାଇଁ କୁହାଯାଇଛି। ଆନନ୍ଦ ବଜାରରେ ବସି ଏକ ତ୍ରିତ ଖାଇବାକୁ ମନା କରାଯିବା ସଙ୍ଗେ ଆଖିରେ କର୍ପୂର ଲଗାଇବା ପାଇଁ ମନାକରାଯାଇଛି। ଜଗମୋହନ ଭିତରେ ଜନସମାଗମ କୁ ମଧ୍ୟ ମନାକରାଯାଇଛି। ସେହିପରି ବାହାରୁ ଆସୁଥିବା ଦର୍ଶନାର୍ଥୀ ମାନେ ନିଜସ୍ୱ ଘୋଷଣା ପତ୍ର ଦେବା ବାଧ୍ୟତାମୂଳକ କରାଯାଇଛି। ଏଥି ନିମନ୍ତେ ଶ୍ରୀମନ୍ଦିର ପାଖରେ ଏକ ହେଲ୍ପ ଡେସ୍କ ରହିବ ସେହି ଠାରେ ଭକ୍ତ ମାନଙ୍କୁ ଫର୍ମ ଯୋଗାଇଦିଆଯିବ। ଭକ୍ତ ମାନେ ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ସେମାନଙ୍କର ଗୋଡ ଓ ହାତକୁ ଭଲଭାବେ ଧୋଇ ପରୁଷ୍କାର ରଖି ଭିତରକୁ ଯିବେ। ସେବାୟତ ମାନେ ମଧ୍ୟ ପୁଜା କଲା ବେଳେ ବାରମ୍ବାର ହାତ ଧୋଇବାକୁ ପରାମର୍ଶ ଦିଆଯାଇଛି। କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାମାରୀ ରୂପ ଦେଇଛି। ତେବେ କରୋନା ଭଳି ଭୟଙ୍କର ଭାଇରସକୁ କିଭଳି ପ୍ରତିହତ କରାଯିବ ସେ ନେଇ ଛତିଶା ନିଯୋଗ ବୈଠକରେ ଆଲୋଚନା କରାଯାଇଥିଲା। ଶ୍ରୀ ମନ୍ଦିର ଭିତରେ ଥିବା କୌଣସି ଦେବାଦେବୀ କିମ୍ବା ବସ୍ତୁକୁ ସ୍ପର୍ଷ କରିପାରିବେ ନାହିଁ। ଶ୍ରୀମନ୍ଦିରର ଚାରି ଦୁଆରରେ ହାଣ୍ଡ ସାନିଟେସନ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ମହାପ୍ରସାଦ ଆନନ୍ଦ ବଜାରରେ ନଖାଇ ଘରକୁ ନେଇ ଖାଇବା ପାଇଁ ନିବେଦନ କରାଯାଇଛି। ଏହି ବୈଠକରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲାପାଳ ଶ୍ରୀ ବଲଓନ୍ତ ସିଂ, ଆରଖି ଅଧିକ୍ଷିକ ଡଃ ଉମାଶଙ୍କର ଦାଶ ଙ୍କ ସମେତ ପ୍ରମୁଖ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ମାନେ ବୈଠକରେ ଯୋଗ ଦେଇଥିଲେ।ଛତିଶା ନିଯୋଗର ସମସ୍ତ ସଦସ୍ୟ ବୃନ୍ଦ ଆଜିର ଏ ବୈଠକରେ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.