Home ଓଡ଼ିଶା ମଧ୍ୟପ୍ରଦେଶ ରାଜନୈତିକ ନାଟକ: ମୁଖ୍ୟମନ୍ତ୍ରୀ କମଲନାଥ, ରାଜ୍ୟପାଳଙ୍କୁ ଲେଖିଲେ ଚିଠି, କହିଲେ – ଏପରି ବାତାବରଣରେ...

ମଧ୍ୟପ୍ରଦେଶ ରାଜନୈତିକ ନାଟକ: ମୁଖ୍ୟମନ୍ତ୍ରୀ କମଲନାଥ, ରାଜ୍ୟପାଳଙ୍କୁ ଲେଖିଲେ ଚିଠି, କହିଲେ – ଏପରି ବାତାବରଣରେ ଫ୍ଲୋର ଟେଷ୍ଟ କରିବା ଅଗଣତାନ୍ତ୍ରିକ ହେବ

458

ନୂଆ ଦିଲ୍ଲୀ ୧୬-୩ (ଓଡ଼ିଆ ପୁଅ) ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ନାଟକରେ ଏକ ନୂଆ ମୋଡ଼ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ କମଲନାଥ ରାଜ୍ୟପାଳଙ୍କୁ ଚିଠି ଲେଖି କହିଛନ୍ତି କି ଏପରି ବାତାବରଣରେ ଫ୍ଲୋର ଟେଷ୍ଟ କରିବା ଅଗଣତାନ୍ତ୍ରିକ ଅଟେ।

ମୁଖ୍ୟମନ୍ତ୍ରୀ କମଲନାଥ ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଅନେକ କଂଗ୍ରେସ ବିଧାୟକଙ୍କୁ ବନ୍ଦୀ କରି ରଖାଯାଇଛି। ତେଣୁ ଏଭଳି ପରିସ୍ଥିତିରେ ବିଧାନସଭାରେ ଫ୍ଲୋର ଟେଷ୍ଟ କରିବାର କୌଣସି ଯଥାର୍ଥତା ନାହିଁ।

ସିଏମ୍ କମଲନାଥ ଚିଠିରେ ପ୍ରକାଶ କରିଛନ୍ତିଯେ, ‘ଯେତେବେଳେ ସମସ୍ତ ବିଧାୟକ ବିନା କୌଣସି ଚାପରେ ସମ୍ପୂର୍ଣ୍ଣ ମୁକ୍ତ ହେବେ ସେତେବେଳେ ଫ୍ଲୋର ଟେଷ୍ଟ କରିବା ଯଥାର୍ଥ ହେବ। ନଚେତ୍ ଏପରି କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ଅସାମ୍ବିଧାନିକ ହେବ।

ସୂଚନାଯୋଗ୍ୟଯେ, ରାଜ୍ୟପାଳ ଲାଲଜୀ ଟଣ୍ଡନ୍ ଫ୍ଲୋର ଚେଷ୍ଟ କରିବାକୁ ବିଧାନସଭା ବାଚସ୍ପତିଙ୍କୁ ଗତକାଲି ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ କମଲନାଥ ସୋମବାର ରାଜ୍ୟପାଳ ଦେଇଥିବା ଚିଠିର ଉତ୍ତର ରାଜ୍ୟପାଳଙ୍କୁ ଦେଇଛନ୍ତି।

କମଲନାଥ ତାଙ୍କ ଚିଠିରେ ସମ୍ବିଧାନର ଧାରା ୧୭୫ (୨) ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମଧ୍ୟ ଉଲ୍ଲେଖ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.