Home Top News ପେଟ୍ରୋଲ ଦର ବୃଦ୍ଧି ଉପରେ ଶଶି ଥରୁରଙ୍କ କଟାକ୍ଷ: ବାବା ରାମଦେବଙ୍କଠାରୁ ଯୋଗ ଶିଖଲେ, ପେଟ୍ରୋଲ...

ପେଟ୍ରୋଲ ଦର ବୃଦ୍ଧି ଉପରେ ଶଶି ଥରୁରଙ୍କ କଟାକ୍ଷ: ବାବା ରାମଦେବଙ୍କଠାରୁ ଯୋଗ ଶିଖଲେ, ପେଟ୍ରୋଲ ଦର ୯୦ ନୁହେଁ ୦୬ ଟଙ୍କା ଦେଖାଯିବ

79

ନୂଆଦିଲ୍ଲୀ ୧୭-୨ (ଓଡ଼ିଆ ପୁଅ) ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ସରକାର ଏହି ପ୍ରସଙ୍ଗରେ ପ୍ରତିରକ୍ଷା କରୁଥିବାବେଳେ ବିରୋଧୀମାନେ ଲଗାତାର ରାଜନୈତିକ ଆକ୍ରମଣ କରୁଛନ୍ତି। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ଯୋଗ ଗୁରୁ ବାବା ରାମଦେବଙ୍କ ଯୋଗ ଉପରେ ଏକ ଚିତ୍ର ମାଧ୍ୟମରେ କଂଗ୍ରେସ ସାଂସଦ ଶଶି ଥରୁର ସରକାରଙ୍କୁ କଟାକ୍ଷ କରିଛନ୍ତି। ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରରେ ଏକ ଫଟୋ ସେୟାର କରି ଥରୁର ଲେଖିଛନ୍ତି – ‘ଯଦି ଆପଣ ବାବା ରାମଦେବଙ୍କଠାରୁ ଯୋଗ ଶିକ୍ଷା ଗ୍ରହଣ କରିଛନ୍ତି, ତେବେ ଆପଣ ମଧ୍ୟ ପେଟ୍ରୋଲର ମୂଲ୍ୟ ଲିଟର ୦୬ ଟଙ୍କା ଦେଖିପାରିବେ!’

ବାସ୍ତବରେ, ଭାରତରେ ପେଟ୍ରୋଲ ଏବଂ ଡିଜେଲର ଖୁଚୁରା ମୂଲ୍ୟ ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ସହିତ ଜଡିତ। ଏହାର ଅର୍ଥ ହେଉଛି ଯଦି ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ କମ୍, ତେବେ ପେଟ୍ରୋଲ-ଡିଜେଲ ଭାରତରେ ଶସ୍ତା ହେବ।

ସେହିପରି ସ୍ମୃତି ଇରାନୀଙ୍କର ଦୁଇଟି ସମୟର ଫଟୋ ସେୟାର କରି ତାଙ୍କ ପ୍ରଶଂସକଙ୍କ ଉପରେ ସେ କମେଣ୍ଟ ଦେବାକୁ ଛାଡ଼ିଛନ୍ତି। ଏବଂ ଲେଖିଛନ୍ତିଯେ, ସେୟାରିଂ ବିନା କୌଣସି କମେଣ୍ଟରେ। ଆପଣ ବୁଝିପାରୁଥିବେଯେ, କଂଗ୍ରେସ ଶାସନ ସମୟରେ ସ୍ମୃତି ଇରାନୀ ପେଟ୍ରୋଲ ଦର ୬୦ ଟଙ୍କା ପ୍ରତି ଲିଟର ପାର କରିଥିବା ବେଳେ ଏବଂ ଗ୍ୟାସ ଦର ୪୦୦ ପାର କରିଥିବା ବେଳେ ଶାସକ ଦଳ କଂଗ୍ରେସକୁ ଟାରଗେଟ୍‌ କରିଥିଲେ ଏବଂ ଏନେକ ସମୟରେ ଆନ୍ଦୋଳନ କରିଥିଲେ ମଧ୍ୟ। କିନ୍ତୁ ବର୍ତ୍ତମାନ ବିଜେପି ଶାସନ ସମୟରେ ସେ ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି ଯାହାକି ଏହି ଫଟୋରୁ ଜଣାପଡ଼ୁଛି।

ଆଜି ଡିଜେଲ ଏବଂ ପେଟ୍ରୋଲର ମୂଲ୍ୟ କ’ଣ?

ଭୁବନେଶ୍ୱରରେ ପେଟ୍ରୋଲ ଦର ୯୦.୨୫ ଟଙ୍କା ପ୍ରତି ଲିଟର ହୋଇଥିବା ବେଳେ ଜିଜେଲ ଦର ୮୭.୧୨ ଟଙ୍କା ପ୍ରତି ଲିଟର ହୋଇଛି। ଦିଲ୍ଲୀରେ ପେଟ୍ରୋଲ ୮୯.୫୪ ଟଙ୍କା ଏବଂ ଡିଜେଲ ୭୯.୯୫ ଟଙ୍କା, ମୁମ୍ବାଇ ପେଟ୍ରୋଲ ୯୬.୦୦ ଟଙ୍କା ଏବଂ ଡିଜେଲ ୮୬.୯୮ ଟଙ୍କା, କୋଲକାତା ପେଟ୍ରୋଲ ୯୦.୭୮ ଟଙ୍କା ଏବଂ ଡିଜେଲ ୮୩.୫୪ ଟଙ୍କା, ଚେନ୍ନାଇ ପେଟ୍ରୋଲ ୯୧.୬୮ ଟଙ୍କା ଏବଂ ଡିଜେଲ ୮୫.୦୧ ଟଙ୍କା, ବେଙ୍ଗାଲୁରୁ ପେଟ୍ରୋଲ ୯୨.୫୪ ଟଙ୍କା ଏବଂ ଡିଜେଲ ୮୪.୭୫ ଟଙ୍କା ବିକ୍ରି ହେଉଛି। ଭୋପାଳରେ ୯୭.୫୨ ଟଙ୍କା ଏବଂ ଡିଜେଲ ଲିଟର ପିଛା ୮୮.୧୫ ଟଙ୍କା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.