Home Top News କ୍ରମାଗତ ନବମ ଦିନରେ ବଢ଼ିଲା ପେଟ୍ରୋଲ ଦର

କ୍ରମାଗତ ନବମ ଦିନରେ ବଢ଼ିଲା ପେଟ୍ରୋଲ ଦର

66

ନୂଆ ଦିଲ୍ଲୀ ୧୭-୨ (ଓଡ଼ିଆ ପୁଅ) ପେଟ୍ରୋଲ ଏବଂ ଡିଜେଲର ଦର ଆକାଶଛୁଆଁ ହେଲାଣି। ସରକାରୀ ତୈଳ ମାର୍କେଟିଂ କମ୍ପାନୀଗୁଡିକ କ୍ରମାଗତ ନବମ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି କରିଛନ୍ତି। କମ୍ପାନୀଗୁଡିକର ବିଜ୍ଞପ୍ତି ଅନୁଯାୟୀ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୨୬ ପଇସା ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୨୬ ପଇସା ବୃଦ୍ଧି କରାଯାଇଛି। ଦିଲ୍ଲୀ, ମୁମ୍ବାଇ ପରି ମେଟ୍ରୋରେ ମୂଲ୍ୟ ନୂଆ ରେକର୍ଡ ଭାଙ୍ଗୁଛି। ବୁଧବାର ଜାତୀୟ ରାଜଧାନୀରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୮୯.୫୪ ଟଙ୍କା ଏବଂ ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୯୬ ଟଙ୍କାକୁ ବୃଦ୍ଧି ପାଇଛି। ରାଜସ୍ଥାନର ଗଙ୍ଗାନଗରରେ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଛି। ଏଠାରେ ପେଟ୍ରୋଲ ହାର ୧୦୦.୧୩ ଟଙ୍କା ହୋଇଛି।

ଆଜି ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଏବଂ ଡିଜେଲ କେଉଁ ମୂଲ୍ୟରେ ବିକ୍ରି ହେଉଛି ଜାଣନ୍ତୁ

ସହର ନାମ ପେଟ୍ରୋଲ ଦର ଡିଜେଲ ଦର (ପ୍ରତି ଲିଟର)

ଭୁବନେଶ୍ୱର ୯୦.୨୫ ୮୭.୧୨
ମୁମ୍ବାଇ ୯୬.୦୦ ୮୬.୯୮
ଚେନ୍ନାଇ ୯୧.୬୮ ୮୫.୦୧
କୋଲକାତା ୯୦.୭୮ ୮୩.୫୪
ଦିଲ୍ଲୀ ୮୯.୫୪ ୭୯.୯୫

ପେଟ୍ରୋଲର ମୂଲ୍ୟ ଲିଟର ପିଛା ୨୩ ରୁ ୨୫ ପଇସା ଏବଂ ଡିଜେଲ ପିଛା ୨୪ ରୁ ୨୬ ପଇସା ବୃଦ୍ଧି କରାଯାଇଛି। କ୍ରମାଗତ ୯ ଦିନ ବୃଦ୍ଧି ପରେ ପେଟ୍ରୋଲ ୨.୬୧ ଟଙ୍କା ଏବଂ ଡିଜେଲ ପାଇଁ ୩.୧୬ ଟଙ୍କା ଦରରେ ବୃଦ୍ଧି ହୋଇଛି। ଆଜିର ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ମଙ୍ଗଳବାର ଦିନ ୮୯.୨୯ ରୁ ୮୯.୫୪ ଟଙ୍କା (୨୫ ପଇସା ବୃଦ୍ଧି) କୁ ବୃଦ୍ଧି ପାଇଥିବାବେଳେ ଭାରତୀୟ ତୈଳ ତଥ୍ୟ ଅନୁଯାୟୀ ଡିଜେଲର ମୂଲ୍ୟ ଲିଟର ପିଛା ୭୯.୭୦ ଟଙ୍କା ମଙ୍ଗଳବାର ଦିନ ରୁ ଆଜି ୭୯.୯୫ କୁ ବୃଦ୍ଧି ପାଇଛି।

ମେଘାଳୟ ସରକାରଙ୍କର ତରଫରୁ ପେଠ୍ରୋଲ ଏବଂ ଜିଜେଲ ମୂଲ୍ୟରେ ୫ ଟଙ୍କା ହ୍ରାସ
ମେଘାଳୟ ସରକାର ମଙ୍ଗଳବାର ଦିନ ଲିଟର ପିଛା ପେଟ୍ରୋଲ ମୂଲ୍ୟ ୫ ଟଙ୍କା ୪୦ ପଇସା ହ୍ରାସ କରିଛନ୍ତି। ଏହା ସହିତ ଡିଜେଲର ମୂଲ୍ୟ ଲିଟର ପିଛା ପାଞ୍ଚ ଟଙ୍କା ୧୦ ପଇସା ହ୍ରାସ କରିଛନ୍ତି।

ସୂଚନାଯୋଗ୍ୟଯେ, ମେଘାଳୟ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଥର ତୈଳ ମୂଲ୍ୟ ହ୍ରାସ କରିସାରିଲେଣି। ରାଜ୍ୟ ସରକାର ଦୁଇଟି ପର୍ଯ୍ୟାୟରେ ସାତ ଟଙ୍କା ହ୍ରାସ କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ରାଜ୍ୟବାସୀଙ୍କୁ ବହୁତ ଆଶ୍ୱସ୍ତି ପ୍ରଦାନ କରିବ। ସୂଚନାଯୋଗ୍ୟଯେ, ରାଜ୍ୟରେ ବ୍ୟବସାୟିକ ଯାନର ମାଲିକ ଏବଂ ଡ୍ରାଇଭରମାନେ ମହଙ୍ଗା ଇନ୍ଧନ ବିରୋଧରେ ଆନ୍ଦୋଳନ କରୁଛନ୍ତି। କିନ୍ତୁ ସରକାରଙ୍କ ଏହି ଘୋଷଣା ପରେ ବର୍ତ୍ତମାନ ଏହି ଆନ୍ଦୋଳନ ଶେଷ ହେବାର ସମ୍ଭାବନା ରହିଛି।

ଦୈନିକ ଛଅଟା ବେଳେ ମୂଲ୍ୟ ବଦଳିଯାଏ।
ସୂଚନାଯୋଗ୍ୟଯେ, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସକାଳ ୬ ଟାରେ ବଦଳିଯାଏ। ନୂତନ ଦର ସକାଳ ୬ ଟାରୁ ପ୍ରଯୁଜ୍ୟ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ।

ଏହି ମାନଦଣ୍ଡ ଆଧାରରେ ତୈଳ କମ୍ପାନୀଗୁଡିକ ପ୍ରତିଦିନ ପେଟ୍ରୋଲ ଦର ଏବଂ ଡିଜେଲ ଦର ଠିକ୍ କରନ୍ତି।

ଜାଣନ୍ତୁ ଆପଣଙ୍କର ସହରରେ ମୂଲ୍ୟ କେତେ?

ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.