Home ଓଡ଼ିଶା ଭାରତର ୧୦୦ ପାୱାରଫୁଲ୍ ବ୍ୟକ୍ତି: ଓଡ଼ିଶାରୁ ୪ ଜଣ, ଯୋଗୀ ସବୁଠୁ ପାୱାରଫୁଲ୍ ମୁଖ୍ୟମନ୍ତ୍ରୀ

ଭାରତର ୧୦୦ ପାୱାରଫୁଲ୍ ବ୍ୟକ୍ତି: ଓଡ଼ିଶାରୁ ୪ ଜଣ, ଯୋଗୀ ସବୁଠୁ ପାୱାରଫୁଲ୍ ମୁଖ୍ୟମନ୍ତ୍ରୀ

828

●ମୋଦୀଙ୍କ ପରେ ଶାହା ପାୱାରଫୁଲ୍
●ଲିଷ୍ଟରେ ଗୋଟିଏ ପରିବାରର ତିନି ଜଣ
●ନବୀନଙ୍କଠୁ ଆଗରେ ଧର୍ମେନ୍ଦ୍ର
●ଟପ୍- ୧୦୦ ଭିତରେ ବିରାଟ କୋହଲୀ, ପି. ଭି ସିନ୍ଧୁ,ଅମିତାଭ ବଚନ, ଅକ୍ଷୟ କୁମାର, ତିନି ଖାନ୍, କଙ୍ଗନା ଏବଂ ଦୀପିକା
ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତର ୧୦୦ ପାୱାରଫୁଲ ବ୍ୟକ୍ତି ମାନେ କିଏ?ଇଣ୍ଡିଆନ ଏକ୍ସପ୍ରେସ ଟପ୍-୧୦୦ ପାୱାରଫୁଲ୍ ବ୍ୟକ୍ତିଙ୍କ ଲିଷ୍ଟ ଜାରି କରିଛି।ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟପରେ ରହିଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ଦୂତୀୟ ସ୍ଥାନରେ ଅଛନ୍ତି।ଲିଷ୍ଟ ଭିତରେ ଗାନ୍ଧୀ/ନେହେରୁ ପରିବାରରୁ ସୋନିଆ, ରାହୁଲ ଏବଂ ପ୍ରିୟଙ୍କା ସ୍ଥାନ ପାଇଛନ୍ତି।ଟପ୍-୧୦୦ ପାୱାର ଫୁଲ୍ ବ୍ୟକ୍ତି ଭିତରେ ୪ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି।ନବୀନ ପଟ୍ଟନାୟକ ସିନା ଏଇ ଶତାବ୍ଦୀ ଆରମ୍ଭଠାରୁ ୧୯/୨୦ ବର୍ଷ ହେଲା ରାଜ୍ୟ ଶାସନର କ୍ଷମତା ନିଜ ହାତରେ ରଖିଛନ୍ତି।କିନ୍ତୁ ଜାତୀୟ ସ୍ତରରେ ପ୍ରଭାବଶାଳୀ ବ୍ୟକ୍ତି ଭାବରେ ଧର୍ମେନ୍ଦ୍ର ନବୀନଙ୍କଠାରୁ ଆଗରେ ରହିଛନ୍ତି।ଇଣ୍ଡିଆନ ଏକ୍ସପ୍ରେସ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ଭାରତର ୧୦୦ ପ୍ରଭାବଶାଳୀ ବ୍ୟକ୍ତି (ଆଇଇ- ୧୦୦)- ୨୦୧୯ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୪ତମ ସ୍ଥାନରେ ଅଛନ୍ତି।ଯେତେବେଳେ କି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ତମ ସ୍ଥାନରେ ଅଛନ୍ତି।ତାଲିକାରେ ୪ ଜଣ ଓଡ଼ିଆ ସ୍ଥାନ ପାଇଛନ୍ତି।ଧର୍ମେନ୍ଦ୍ର ଏବଂ ନବୀନଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ମୁଖ୍ୟ ସଚିବ ପି. କେ ମିଶ୍ର ୧୯ତମ ସ୍ଥାନରେ ଏବଂ ରିଜର୍ଭ ବ୍ୟାଙ୍କ ଗଭର୍ନର ଶଶିକାନ୍ତ ଦାସ ୨୯ତମ ସ୍ଥାନରେ ଅଛନ୍ତି।ତାଲିକାର ଶୀର୍ଷ ସ୍ଥାନରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ଦୂତୀୟ ସ୍ଥାନରେ ଗୃହମନ୍ତ୍ରୀ ଅମିତ ଶାହା, ତୃତୀୟ ସ୍ଥାନରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଚତୁର୍ଥ ସ୍ଥାନରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ) ସରସଂଘଚାଳକ ମୋହନ ଭାଗବତ, ପଞ୍ଚମ ସ୍ଥାନରେ ଶିଳ୍ପପତି ମୁକେଶ ଅମ୍ବାନୀ, ଷଷ୍ଠ ସ୍ଥାନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସପ୍ତମ ସ୍ଥାନରେ ରାଷ୍ଟ୍ରୀୟ ପରାମର୍ଶ ଦାତା ଅଜିତ ଡୋଭାଲ, ଅଷ୍ଟମ ସ୍ଥାନରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ, ନବମ ସ୍ଥାନରେ ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏବଂ ଦଶମ ସ୍ଥାନରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡା ରହିଛନ୍ତି।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅନ୍ୟ ସବୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଶକ୍ତିଶାଳୀ ମୁଖ୍ୟମନ୍ତ୍ରୀ ଭାବରେ ଆଗରେ ରହି ୧୧ତମ ସ୍ଥାନରେ ରହିଛନ୍ତି।ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ(୧୨), କେନ୍ଦ୍ରମନ୍ତ୍ରୀ ପିୟୁସ ଗୋଏଲ(୧୩), କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ(୧୪), ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରେନ୍ଦ୍ର ସିଂ(୧୫), ବିଜେପି ରାଷ୍ଟ୍ରୀୟ ସଙ୍ଗଠନ ସମ୍ପାଦକ ବି.ଏଲ ସନ୍ତୋଷ(୧୬), କଂଗ୍ରେସ ଆନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ(୧୭), ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର(୧୮), ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ମୁଖ୍ୟ ସଚିବ ପି.କେ ମିଶ୍ର(୧୯), କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ(୨୦), ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ(୨୧), ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର(୨୨), କେନ୍ଦ୍ରମନ୍ତ୍ରୀ ପ୍ରକାଶ ଯାଦବ(୨୩), ଶିବସେନା ପ୍ରମୁଖ ଉଦ୍ଧବ ଠାକରେ(୨୪), ରାହୁଲ ଗାନ୍ଧୀ ୨୫ ତମ ସ୍ଥାନରେ ରହିଛନ୍ତି।

ସେହିପରି ଅନ୍ୟ ପ୍ରମୁଖ ପ୍ରଭାବଶାଳୀ ବ୍ୟକ୍ତି ମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ୩୩ତମ ସ୍ଥାନରେ ରହିଥିବା ବେଳେ, ପ୍ରିୟଙ୍କା ଭଦ୍ରା ଗାନ୍ଧୀ ୩୪ତମ ସ୍ଥାନରେ , ସେନାମୁଖ୍ୟ ବିପିନ ରାୱତ ୩୬ତମ ସ୍ଥାନରେ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୯ତମ ସ୍ଥାନରେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦ୍ଦୁରପା ୪୨ତମ ସ୍ଥାନରେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଦାପାଡି କେ. ପାଲାନାସ୍ୱାମୀ ୪୩ତମ ସ୍ଥାନରେ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ୪୭ତମ ସ୍ଥାନରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ୫୧ତମ ସ୍ଥାନରେ, କ୍ରିକେଟିୟର ବିରାଟ କୋହଲୀ ୫୨ତମ ସ୍ଥାନରେ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାଣୀ ୫୫ତମ ସ୍ଥାନରେ, ଅମିତାଭ ବଚନ(୫୭), ରତନ ଟାଟା(୫୮), ଓମ ବିର୍ଲା(୬୧), ତେଲେଙ୍ଗନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(୬୨), ସୁନୀଲ ମିତ୍ତଲ(୬୬), ବାବା ରାମଦେବ(୬୭), ଶ୍ରୀ ଶ୍ରୀ ରବିଶଙ୍କର(୬୮), ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି(୭୦), କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ଭିଜୟନ(୭୫), ବିଜେପି ରାଷ୍ଟ୍ରୀୟ ମହାସଚିବ ରାମ ମାଧବ(୮୧), ସଚିନ ପାଇଲଟ(୮୨), ଲାଲୁ ପ୍ରସାଦ ଯାଦବ(୮୩), ପି.ଭି ସିନ୍ଧୁ(୯୦), କରଣ ଜୋହର(୯୧), ଅକ୍ଷୟ କୁମାର(୯୩), ସଲମାନ ଖାନ(୯୬), ଅମୀର ଖାନ(୯୭), ଶାହାରୁକ ଖାନ(୯୮), କଙ୍ଗନା ରାଣାୱାତ(୯୯) ଏବଂ ଦୀପିକା ପାଦୁକୋଣ ୧୦୦ ତମ ସ୍ଥାନରେ ଅଛନ୍ତି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.