Home Coronavirus Outbreak କୋଭିଡ ଆଣ୍ଟିବଡି : ମଧ୍ୟପ୍ରଦେଶରେ ସର୍ବାଧିକ, କେରଳରେ ସର୍ବନିମ୍ନ, ଓଡ଼ିଶା ଏକାଦଶ ସ୍ଥାନରେ : ଆଇସିଏମ୍‌ଆର୍‌...

କୋଭିଡ ଆଣ୍ଟିବଡି : ମଧ୍ୟପ୍ରଦେଶରେ ସର୍ବାଧିକ, କେରଳରେ ସର୍ବନିମ୍ନ, ଓଡ଼ିଶା ଏକାଦଶ ସ୍ଥାନରେ : ଆଇସିଏମ୍‌ଆର୍‌ ସେରୋ ସର୍ଭେ

45

ନୂଆଦିଲ୍ଲୀ ୨୯-୭ (ଓଡ଼ିଆ ପୁଅ) : ଆଇସିଏମ୍‌ଆର୍‌ ଦ୍ୱାରା ସର୍ଭେ କରାଯାଇଥିବା ସେରୋ ସର୍ଭେରୁ ଜଣାପଡ଼ିଛିଯେ, ୧୧ ଟି ରାଜ୍ୟରେ ଜନସଂଖ୍ୟାର ଅତିକମରେ ଦୁଇ ତୃତୀୟାଂଶ କରୋନାଭାଇରସ୍ ଆଣ୍ଟିବଡି ବିକଶିତ ହୋଇଥିବା ଜଣାପଡିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ୱାରା ଜୁନ୍ ୧୪ ରୁ ଜୁଲାଇ ୬ ମଧ୍ୟରେ କରାଯାଇଥିଲା ଏହି ସେରୋ ସର୍ଭେ।

ତେବେ ମଧ୍ୟପ୍ରଦେଶ ୭୯ ପ୍ରତିଶତ ସେରୋପ୍ରେଭାଲେନ୍ସ ସହ ଚାର୍ଟର ସର୍ବାର୍ଗ୍ରେ ଥିବା ବେଳେ କେରଳ ୪୪.୪ ପ୍ରତିଶତ ସହିତ ସବୁଠାରୁ ତଳେ ଅଛି ଏବଂ ଓଡ଼ିଶା ୬୮.୧ ପ୍ରତିଶତ ଆଣ୍ଟିବଡ଼ି ସହିତ ଏକାଦଶ ସ୍ଥାନରେ ଅଛି। ଆସାମରେ ସେରୋପ୍ରେଭାଲେନ୍ସ ୫୦.୩ ପ୍ରତିଶତ ଏବଂ ମହାରାଷ୍ଟ୍ର ୫୮ ପ୍ରତିଶତ।

ଭାରତର ୭୦ ଟି ଜିଲ୍ଲା ମଧ୍ୟରେ ଆଇସିଏମଆର ଦ୍ୱାରା ପରିଚାଳିତ ଚତୁର୍ଥ ରାଉଣ୍ଡ ଜାତୀୟ ସେରୋ ସର୍ଭେର ଫଳାଫଳ ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ସେୟାର କରାଯାଇଛି।

ସର୍ବେକ୍ଷଣରେ ରାଜସ୍ଥାନରେ ୭୬.୨ ପ୍ରତିଶତ, ବିହାରରେ ୭୫.୯ ପ୍ରତିଶତ, ଗୁଜୁରାଟରେ ୭୫.୩ ପ୍ରତିଶତ, ଛତିଶଗଡରେ ୭୪.୬ ପ୍ରତିଶତ, ଉତ୍ତରାଖଣ୍ଡରେ ୭୩.୧ ପ୍ରତିଶତ, ଉତ୍ତରପ୍ରଦେଶରେ ୭୧ ପ୍ରତିଶତ, ଆନ୍ଧ୍ରପ୍ରଦେଶ ୭୦.୨ ପ୍ରତିଶତ, କର୍ଣ୍ଣାଟକରେ ୬୯.୮ ପ୍ରତିଶତ, ତାମିଲନାଡୁରେ ୬୯.୨ ପ୍ରତିଶତ ଏବଂ ଓଡିଶାରେ ୬୮.୧ ପ୍ରତିଶତ ଥିବା ସର୍ଭେରୁ ଜଣାପଡ଼ିଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.