Home ଓଡ଼ିଶା ମୋହମ୍ମଦ ଶମୀ ଏବଂ ମାୟଙ୍କ ଅଗ୍ରୱାଲ କ୍ୟାରିୟରର ସର୍ବଶ୍ରେଷ୍ଠ ରେଙ୍କିଙ୍ଗରେ ପହଁଞ୍ଚିଲେ

ମୋହମ୍ମଦ ଶମୀ ଏବଂ ମାୟଙ୍କ ଅଗ୍ରୱାଲ କ୍ୟାରିୟରର ସର୍ବଶ୍ରେଷ୍ଠ ରେଙ୍କିଙ୍ଗରେ ପହଁଞ୍ଚିଲେ

597

ନୂଆ ଦିଲ୍ଲୀ ୧୯-୧୧ (ଓଡ଼ିଆ ପୁଅ) ଭାରତୀୟ ଫାଷ୍ଟ ବୋଲର୍ ମୋହମ୍ମଦ ଶମୀ ଏବଂ ଓପନିଂ ବ୍ୟାଟ୍ସମ୍ୟାନ୍ ମାୟଙ୍କ ଅଗ୍ରୱାଲ ଆଇସିସିର ତାଜା ଟେଷ୍ଟ ରେଙ୍କିଙ୍ଗରେ କ୍ୟାରିୟରର ସର୍ବଶ୍ରେଷ୍ଠ ରେଙ୍କିଙ୍ଗରେ ପହଁଚିଛନ୍ତି। ବାଂଗ୍ଲାଦେଶ ବିରୁଦ୍ଧରେ ମିଳିଥିଲା ଇନିଙ୍ଗ୍ସ ଏବଂ ୧୩୦ ରନର ବିଜୟରେ ଶମୀ ଏବଂ ମାୟଙ୍କଙ୍କର ମୁଖ୍ୟ ଯୋଗଦାନ ରହିଥିଲା। ଶମୀ ସେହି ମ୍ୟାଚ୍ ରେ ପ୍ରଥମ ଇନିଙ୍ଗ୍ସରେ ତିନି ଏବଂ ଦ୍ୱିତୀୟ ଇନିଙ୍ଗ୍ସରେ ଚାରି ୱିକେଟ ନେଇଥିବା ବେଳେ ମାୟଙ୍କ ୨୪୩ ରନର ଦ୍ୱିଶତକ ଲଗାଇଥିଲେ।

ଶମୀ ବୋଲରଙ୍କର ସୂଚୀରେ ଅଷ୍ଟମ ସ୍ଥାନର ଲମ୍ବା ଡିଆଁ ଲଗାଇ ସପ୍ତମ ସ୍ଥାନରେରେ ପହଁଚିଛନ୍ତି। ତାଙ୍କର ଏବେ ୭୯୦ ରେଟିଗ ପଏଣ୍ଟ୍ସ ହୋଇଛି। ସେ ସବୁଠାରୁ ଅଧିକ ରେଟିଂଗ ହାସଲ କରିଥିବା ତୃତୀୟ ଭାରତୀୟ ଫାଷ୍ଟ ବୋଲର୍ ବନିପାରିଛନ୍ତି। ତାଙ୍କ ପୂର୍ବରୁ କପିଲ ଦେବ ୮୭୭ ଏବଂ ଜସପ୍ରୀତ ବୁମରାହ ୮୩୨ ଅଙ୍କ ହାସଲ କରିଥିଲେ।

ଇଶାନ୍ତ ଶର୍ମା ଏବଂ ଉମେଶ ଯାଦବ ଗୋଟିଏ-ଗୋଟିଏ ସ୍ଥାନ ଉପରକୁ ଚଢ଼ି କ୍ରମଶଃ ୨୦ତମ ଏବଂ ୨୨ତମ ସ୍ଥାନରେ ପହଁଚିଛନ୍ତି। ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ ଟପ-୧୦ ରେ ଦଶମ ସ୍ଥାନରେ ଅପରିବର୍ତ୍ତିତ ଥିବା ବେଳେ ଅଲରାଉଣ୍ଡରର ସୂଚୀ ସେ ଚତୁର୍ଥ ସ୍ଥାନରେ ପହଁଚିଛନ୍ତି। ବ୍ୟାଟ୍ସମ୍ୟାନର ସୂଚୀରେ ମାୟଙ୍କ ଏକାଦଶ ସ୍ଥାନରେ ପହଁଚିଛନ୍ତି। ସେ ଆଜିପର୍ଯ୍ୟନ୍ତ ୮ଟି ଟେଷ୍ଟ ମ୍ୟାଚରେ ୮୫୮ ରନ ବନାଇଥିବା ବେଳେ ତାଙ୍କର ୬୯୧ ରେଟିଂଗ ହୋଇଛି। ରବିନ୍ଦ୍ର ଜାଡେଜା ଚାରି ସ୍ଥାନ ଉପର ଚଢ଼ି ୩୫ତମ ସ୍ଥାନରେପହଁଚିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.