Home ଓଡ଼ିଶା ଆଇ ଲଭ୍ ଭଦ୍ରକ: ଦେଖାଇହେବା ପାଇଁ ଗୋଟିଏ ଜାଗାକୁ ସ୍ୱର୍ଗପୁରୀ କରାନଯାଉ ..

ଆଇ ଲଭ୍ ଭଦ୍ରକ: ଦେଖାଇହେବା ପାଇଁ ଗୋଟିଏ ଜାଗାକୁ ସ୍ୱର୍ଗପୁରୀ କରାନଯାଉ ..

84

ଭୁବନେଶ୍ୱର/ଭଦ୍ରକ: ଭଦ୍ରକ ପୋୖର ପାଳିକା ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କରାଯାଇ “ଆଇ ଲଭ୍ ଭଦ୍ରକ” ସେଲ୍ଫି ପଏଣ୍ଟ କରାଯାଇଛି। ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ପ୍ରମୂଖ ଏହାର ଉଦ୍ଘାଟନ କରିଛନ୍ତି। ତେବେ ଏହା ଉପରେ ଭଦ୍ରକବାସୀଙ୍କ ପକ୍ଷରୁ ଭିନ୍ନ ମତ ପ୍ରକାଶ ପାଉଛି। ଭଦ୍ରକ ଜିଲ୍ଲା ବିଜେପି ଯୁବାନେତ୍ରୀ ଲିପିକା ବାରିକ “ଆଇ ଲଭ୍ ଭଦ୍ରକ” ସେଲ୍ଫି ପଏଣ୍ଟ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଭଦ୍ରକ ଆରଡ଼ି ଛକଠାରୁ ଡାହାଣୀଗଢିଆ ପଯ୍ୟନ୍ତ ରାସ୍ତାର ଅବସ୍ଥା ପୂରା ଖରାପ। ରାସ୍ତାସାରା ଖାଲ ଢିପରେ ଭରିରହିଛି। ଏହି ଖାଲଢିପ ପାଇଁ କେତେ ଯେ ଦୁର୍ଘଟଣା ହେଉଛି। ରାସ୍ତାରେ ଗାଈଗୋରୁ, କୁକୁର ବୁଲୁଛନ୍ତି ଦିନ ରାତି ସେଥିପାଇଁ ମଧ୍ୟ ଦୁର୍ଘଟଣା ଘଟୁଛି। ଠେଲା ଗାଡ଼ିବାଲା ବେପାରୀ ଭାଇମାନେ ବୁଲିବୁଲି ଯେଉଁ ବିକ୍ରୀ କରୁଛନ୍ତି, ରାସ୍ତା ଜାମ୍ ହେଉଛି। ସେଥିପାଇଁ ମଧ୍ୟ କିଛି ଦୁର୍ଘଟଣା ଘଟୁଛି। ତାଙ୍କ ପାଇଁ କିଛି ସ୍ୱତନ୍ତ୍ର ବ୍ୟବସ୍ଥା କରି, ସେମାନଙ୍କ ପାଇଁ ଥଇଥାନ ବ୍ୟବସ୍ଥା କରାଯାଉ। ଦୁର୍ଘଟଣା କିପରି ନ’ହେବ ମାନ୍ୟବର ଟିକେ ଲକ୍ଷ୍ୟ ଦିଅନ୍ତୁ। ଆମେ କହୁନୁ ଯେ “ଆଇ ଲଭ୍ ଭଦ୍ରକ” ସେଲ୍ଫି ପଏଣ୍ଟ ହେଇକି କିଛି ଖରାପ ହେଇଛି। ଆମେମାନେ ମଧ୍ୟ ସ୍ୱାଗତ କରୁଛୁ। କିନ୍ତୁ, ଭଦ୍ରକ ସାରା ଅବ୍ୟବସ୍ଥାରେ ଭରି ରହିଥିବା ବେଳେ କେବଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କରାଯାଇ “ଆଇ ଲଭ୍ ଭଦ୍ରକ” ସେଲ୍ଫି ପଏଣ୍ଟ କରାଯାଇଛି। ଦେଖେଇ ହେବା ପାଇଁ କେବଳ ଗୋଟେ ଜାଗାକୁ ସ୍ୱର୍ଗପୁରୀ କରାନଯାଉ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.