Home Coronavirus Outbreak କୋଭିଡ୍ ସଂକ୍ରମଣର ସାମ୍ଭାବ୍ୟ ୩ୟ ଲହର ମୁକାବିଲା ପ୍ରସ୍ତୁତି ପରିବର୍ତ୍ତେ ପ୍ରଚାର କାମରେ ବ୍ୟସ୍ତ ରାଜ୍ୟ...

କୋଭିଡ୍ ସଂକ୍ରମଣର ସାମ୍ଭାବ୍ୟ ୩ୟ ଲହର ମୁକାବିଲା ପ୍ରସ୍ତୁତି ପରିବର୍ତ୍ତେ ପ୍ରଚାର କାମରେ ବ୍ୟସ୍ତ ରାଜ୍ୟ ସରକାର: ମହିଳା ମୋର୍ଚ୍ଚା

84

ଭୁବନେଶ୍ୱର: ବୈଶ୍ୱିକ ମହାମାରୀ କୋଭିଡ୍ ସଂକ୍ରମଣର ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ଓଡ଼ିଶାର ବିପର୍ଯ୍ୟସ୍ତ ସ୍ୱାସ୍ତ୍ୟସେବା ପଦାରେ ପଡ଼ିଛି। ବର୍ତ୍ତମାନ କୋଭିଡ୍‌- ୧୯ର ତୃତୀୟ ଲହରରେ ବିଶେଷ ଭାବେ ଶିଶୁମାନେ ଅଧିକ ପ୍ରଭାବିତ ହେବେ ଏବଂ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇସାରିଛନ୍ତି। ରାଜ୍ୟରେ ଶାସକ ଦଳ ମୁକାବିଲା ପାଇଁ ପ୍ରସ୍ତୁତି ରହିବା ପରିବର୍ତ୍ତେ ବାସ୍ତବ ସ୍ଥିତିରୁ ବହୁ ଦୂରରେ ରହି କେବଳ ପ୍ରଚାର କାମରେ ବ୍ୟସ୍ତ ଅଛନ୍ତି। ବାସ୍ତବ ସ୍ଥିତିରେ ୩ୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ଆଦୈା ପ୍ରସ୍ତୁତ ନାହାନ୍ତି ବୋଲି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ଅଭିଯୋଗ କରିଛନ୍ତି। ସାମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣକୁ ନଜରରେ ରଖି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତି କାର୍ଯ୍ୟକୁ ପରଖିବା ପାଇଁ ମହିଳା ମୋର୍ଚ୍ଚା ତରଫରୁ ଜିଲ୍ଲା ସଭାନେତ୍ରୀଙ୍କ ନେତୃତ୍ୱରେ ରାଜ୍ୟର ସମସ୍ତ ଜିଲ୍ଲା ୩୦ଟି ଜିଲ୍ଲା ସଦର ମହକୁମା ଡାକ୍ତରଖାନା ସମେତ କଟକ ଏବଂ ଭୂବନେଶ୍ୱରରେ ଥିବା ଶିଶୁଭବନକୁ ପରିଦର୍ଶନ କରିବା ସହ ବାସ୍ତବ ସ୍ଥିତି ପରଖି ଥିଲେ। ୩ୟ ଲହର ମୁକାବିଲା ପ୍ରସଙ୍ଗରେ ପ୍ରସ୍ତୁତିକୁ ନେଇ ରାଜ୍ୟ ସରକାର କରୁଥିବା ଘୋଷଣା ଏବଂ ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଭିନ୍ନ ଅଟେ ବୋଲି ସ୍ମୃତି ପଟ୍ଟନାୟକ କହିଛନ୍ତି। କୋଭିଡ୍ ପରିଚାଳନା ପାଇଁ କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣରେ ଅର୍ଥ ଯୋଗାଇ ଦେଉଥିବା ବେଳେ, ରାଜ୍ୟ ସରକାର ରାଜ୍ୟରେ ସ୍ୱାସ୍ଥ୍ୟସେବା ଭିତିଭୂମି ସଜାଡ଼ିବାରେ ବିଫଳ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଶିଶୁମାନଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ। ସାଧାରଣ ରୋଗ ପାଇଁ କଟକ ଓ ଭୂବନେଶ୍ୱରରେ ଥିବା ଶିଶୁଭବନ ଗୁଡ଼ିକରେ କୈାଣସି ବ୍ୟବସ୍ଥା ହୋଇନଥିବା ବେଳେ କୋଭିଡ୍ ଆକ୍ରାନ୍ତ ଶିଶୁଙ୍କୁ କିଭଳି ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା ଯୋଗାଇବେ ବୋଲି ସ୍ମୃତି ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ରାଜ୍ୟର ଅନେକ ଡାକ୍ତରଖାନାରେ ଶିଶୁ ରୋଗ ବିଶେଷଜ୍ଞ ନାହାନ୍ତି। ସେହିପରି ଭେଂଟିଲେଟର, ଇକ୍ୟୁଭେଟର, ସକ୍‌ସର୍‌, ଏବିଜି, ଲାଇଭ ସେଭିଂ ମେଡିସିନ, ଆସିୟୁର ବ୍ୟବସ୍ଥା ସଠିକ୍ ଢଙ୍ଗରେ ହୋଇନାହିଁ। ରାଜ୍ୟରେ ‘ଡେଡିକେଟେଡ୍ ଚାଇଲ୍ଡ କେୟାର ୱାର୍ଡ’ କେତେ ଖୋଲାଯାଇଛି, ତାହା ରାଜ୍ୟ ସରକାର ସ୍ପଷ୍ଟ କରିବା ଆବଶ୍ୟକ ବୋଲି ସ୍ମୃତି ପଟ୍ଟନାୟକ ଦାବୀ କରିଛନ୍ତି।ରାୟଗଡା, ସୋନପୁର, ନବରଙ୍ଗପୁର ଆଦି ଜିଲ୍ଲାର ହସପିଟାଲରେ ମାତ୍ର ଜଣେ- ଦୁଇ ଜଣ ଶିଶୁରୋଗ ବିଶେଷଜ୍ଞ ଅଛନ୍ତି। ଗତ ଜାନୁଆରୀ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତ କରିବା ଅବସରରେ କଳାହାଣ୍ଡିକୁ ବିକାଶର ମଡେଲ ଭାବେ ଗଢ଼ି ତୋଳିବା ପାଇଁ ଘୋଷଣା କରିଥିଲେ। ସମଗ୍ର କଳାହାଣ୍ଡି ଜିଲ୍ଲାରେ ୫ ଲକ୍ଷ ଶିଶୁଙ୍କ ପାଇଁ ଆଜି ମାତ୍ର ୯ ଜଣ ଶିଶୁ ରୋଗ ବିଶେଷଜ୍ଞ ଅଛନ୍ତି ଏବଂ ୧୪ଟି ପଦବୀ ଖାଲି ପଡ଼ିଛି। ଏହା କଣ ମୁଖ୍ୟମନ୍ତ୍ରୀଙ୍କ ବିକାଶର ମଡେଲ ବୋଲି ସ୍ମୃତି ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। କୋଭିଡ୍ ସଂକ୍ରମଣର ୧ମ ଓ ୨ୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତତ୍ପରତା କାରଣରୁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ସୁରକ୍ଷା ରହିଲା। ରାଜ୍ୟ ସ୍ୱାର୍ଥ ଦୃଷ୍ଟିରୁ ଆୟୁଷ୍ମାନ ଭାରତ ଯୋଜନାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସ୍ମୃତି ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଉର୍ମିଳା ମହାପାତ୍ର, ମହିଳା ମୋର୍ଚ୍ଚା ରାଜ୍ୟ ଉପାଧ୍ୟକ୍ଷା କସ୍ତୁରୀ ମିଶ୍ର, ମହିଳା ମୋର୍ଚ୍ଚା ଗଣମାଧ୍ୟମ ସଂଯୋଜିକା ସୁଚରିତା ଜେନାମଣି ପ୍ରମୁଖ ଉପସ୍ଥିତ ଥିଲେ।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.