Home କୋରାପୁଟ ନିର୍ମାଣଧିନ କୋରାପୁଟ ମଡେଲ ଡିଗ୍ରୀ କଲେଜ ମାଟିରେ ମିଶିଯିବ !

ନିର୍ମାଣଧିନ କୋରାପୁଟ ମଡେଲ ଡିଗ୍ରୀ କଲେଜ ମାଟିରେ ମିଶିଯିବ !

36

କୋରାପୁଟ ୦୪-୦୯(ଓଡିଆ ପୁଅ /ରଂଜନ ଦାସ)ସେମିଲିଗୁଡା ତହସିଲ ଅନ୍ତର୍ଗତ ଡୋଲିଆମ୍ବ ନିକଟରେ କୋରାପୁଟ ମଡେଲ ଡିଗ୍ରୀ କଲେଜ ନିର୍ମାଣ ଶେଷ ହୋଇ ଉଚ୍ଚ ଶିକ୍ଷା ବିଭାଗକୁ ହସ୍ତାନ୍ତର କରାଯାଇଛି ।କିନ୍ତୁ ଭାରତମାଳା ଏକ୍ସପ୍ରେସ ରାଜପଥ ଉକ୍ତ କଲେଜ ଦେଇ ଯାଉଛି ତେଣୁ ନିର୍ମାଣଧିନ କଲେଜ କୋଠା ଭଙ୍ଗାଯିବ ଓ ଏହା ଅନ୍ୟତ୍ର କରାଯିବ ବୋଲି ଜଣାପଡିଛି ।ଏଥି ନିମନ୍ତେ ରାସ୍ତା ଓ କୋଠାବାଡି କୋରାପୁଟ ବିଭାଜନ ତରଫରୁ ଅଟକଳ ରିପୋର୍ଟ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣକୁ ପ୍ରଦାନ କରାଯାଇଥିବା ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଖୁରା ସୂଚନା ଦେଇଛନ୍ତି ।
କୋରାପୁଟ ମଡେଲ ଡିଗ୍ରୀ କଲେଜ ନିର୍ମାଣ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମୋଡରେ ଗତ ୨୦୧୯ ମସିହା ଫେର୍ବୁଆରୀ ୩ ତାରିଖରେ ଭିତିପ୍ରସ୍ତର ସ୍ଥାପନ କରିଥିଲେ ।ସେମିଲିଗୁଡା ତହସିଲ ଅନ୍ତର୍ଗତ ଡୋଲିଆମ୍ବନିକଟରେ ଜମି ଚିହ୍ନଟ କରାଯାଇ ୨୦୧୯ ମସିହା ମାର୍ଚ୍ଚମାସ ୧୫ ତାରିଖରେ କାର୍ଯ୍ୟ ଆରମ୍ଭ କରାଯାଇଥିଲା ବୋଲି ନିର୍ବାହୀ ଯନ୍ତ୍ରୀ ଶ୍ରୀ ଖୁରା ପ୍ରକାଶ କରିଛନ୍ତି ।ଏହାର ଅଟକଲ ମୂଲ୍ୟ ୮ କୋଟି ୨ ଲକ୍ଷ ୧୫ ହଜାର ଟଙ୍କା ଥିଲା ବୋଲି ସେ ସୂଚନା ଦେଇଛନ୍ତି ।୨୦୨୧ ମସିହା ମାର୍ଚ୍ଚ ମାସରେ କାର୍ଯ୍ୟ ଶେଷ ହୋଇଥିଲା  ଓ ଗୋଟିଏ ମାସ ପୂର୍ବରୁ  ଉଚ୍ଚଶିକ୍ଷା ବିଭାଗକୁ କୋଠା ହସ୍ତାନ୍ତର କରାଯାଇଥିବା ସେ ପ୍ରକାଶ କରିଛନ୍ତି ।ଭାରତମାଳା ଏକ୍ସପ୍ରେସ ରାଜପଥ ନିର୍ମାଣରେ ଏହି କଲେଜ ପ୍ରଭାବିତ ହେବ ।ତେଣୂ ନୂତନ କଲେଜ ନିର୍ମାଣ ନିମନ୍ତେ ଖର୍ଚ୍ଚର ଅଟକଳ ରିପୋର୍ଟ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣକୁ ପ୍ରଦାନ କରାଯାଇଥିବା ସେ ପ୍ରକାଶ କରିଛନ୍ତି ।
ଭାରତମାଳା ଏକ୍ସପ୍ରେସ ରାଜପଥ ନିର୍ମାଣଧିନ ମଡେଲ ଡିଗ୍ରୀ କଲେଜ ଦେଇ ଯାଉଥିବାରୁ ପୂର୍ବତନ ଜିଲ୍ଲାପାଳ ଏହାର କାର୍ଯ୍ୟବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ଉକ୍ତ କଲେଜକୁ ବନ୍ଦ କରାଯାଇ ଯଦି ସ୍ଥାନାନ୍ତରିତ କରାଯାଏ ତେବେ ରକ୍ତପାତ ହେବ ବୋଲି ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଭାରତମାଳା ଏକ୍ସପ୍ରେସ ରାଜପଥ ପରିବେଶ ମଞୁରୀ ନିମନ୍ତେ ହୋଇଥିବା ଜନଶୁଣାଣୀରେ ଚେତାବନୀ ଦେଇଥିଲେ ।ପରବର୍ତି ସମୟରେ ବନ୍ଦ ରଖାଯାଇଥିବା କଲେଜ ନିର୍ମାଣକୁ ପୁଣି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ଜଣାପଡିଛି ।ଭାରତମାଳା ଏକ୍ସପ୍ରେସ ରାଜପଥ ନିମନ୍ତେ ନିର୍ମାଣଧିନ ଡିଗ୍ରୀ କଲେଜ କୋଠା ମାଟିରେ ମିଶିଯିବ ।ଭାରତମାଳା ପ୍ରକଳ୍ପ କଲେଜ ଦେଇ ଯାଉଥିବା ପ୍ରଶାସନ ଜାଣି କାର୍ଯ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ପୁଣି କାହିଁକି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଲେ ।୮ କୋଟି ୨ ଲକ୍ଷ ୧୫ ହଜାର ଟଙ୍କା ଏବେ ମାଟିରେ ମିଶିଯିବ ଏଥିପାଇଁ ଦାୟୀ କିଏ ତାହା ପ୍ରଶାସନ ସାଧାରଣରେ ପ୍ରକାଶ କରିବେ କି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.