Home ଓଡ଼ିଶା ଏହା କିପରି ଆତ୍ମନିର୍ଭରଶୀଳ ଭାରତ ଯୋଜନା: ଲଜ୍ଜା ..

ଏହା କିପରି ଆତ୍ମନିର୍ଭରଶୀଳ ଭାରତ ଯୋଜନା: ଲଜ୍ଜା ..

285

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦୀ ଆତ୍ମନିର୍ଭରଶୀଳ ଭାରତର ଆହ୍ୱାନ ଦେଇଛନ୍ତି। ସ୍ବଦେଶୀ ସାମଗ୍ରୀ ବ୍ୟବହାର ଉପରେ ଏବେ ଗୁରୁତ୍ୱ ଦିଆଯାଉଛି। ଏମିତିରେ ଦେଖିଲେ ସ୍ବଦେଶୀ ସାମଗ୍ରୀର ବ୍ୟବହାର ଏବଂ ବିଦେଶୀ ସାମଗ୍ରୀ ବର୍ଜନକୁ ନେଇ ବିଦେଶୀ ଭିତରେ ମୁଖ୍ୟ ଟାର୍ଗେଟ୍ ଭିତରେ ଚାଇନା ରହୁଛି। ଚାଇନା ସାମଗ୍ରୀ ବର୍ଜନ ପାଇଁ ହିଁ ଅଧିକ ଆହ୍ୱାନ ଦିଆଯାଉଛି। ଭାରତ ଚାଇନା ସୀମାରେ ଏବେ ଉତ୍ତେଜନା ପୂର୍ଣ୍ଣ ସ୍ଥିତି ରହିଛି। ସଦ୍ୟତମ ସୂଚନା ଅନୁଯାୟୀ ସୀମାରେ ଭାରତ ଏବଂ ଚାଇନା ସେନାଙ୍କ ମଧ୍ୟରେ ହିଂସା ଘଟି ଜଣେ ଭାରତୀୟ ଅଫିସରଙ୍କ ସମେତ ଦୁଇଜଣ ଜବାନ ସହିଦ ହୋଇଛନ୍ତି। ସୂଚନା ମୁତାବକ ଚାଇନା ସେନାର ମଧ୍ୟ କ୍ଷୟକ୍ଷତି ଘଟିଛି। ଅବଶ୍ୟ ଏହି ହିଂସାରେ ଗୁଳିଗୋଳାର ବ୍ୟବହାର ହୋଇନଥିବା ଜଣାପଡ଼ିଛି। କିନ୍ତୁ, ସୀମାରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିଯାଇଛି। ହୁଏତ ଏହାପରେ ଭାରତରେ ଏବେ ଚାଇନା ସାମଗ୍ରୀ ବର୍ଜନ ସ୍ୱର ଆହୁରି ତୀବ୍ର ହୋଇଯାଇ ପାରେ। କିନ୍ତୁ ଦୁଃଖଦ ଏବଂ ଲଜ୍ଜାଜନକ କଥା ହେଲା ସ୍ବଦେଶୀ ବ୍ୟବହାର ତଥା ଆତ୍ମନିର୍ଭରଶୀଳ ଭାରତର ଆହ୍ୱାନ ଦେଉଥିବା ଲୋକ ନିଜେ ବିଦେଶୀ ତଥା ଚାଇନା ପ୍ଲାଟଫର୍ମର ବ୍ୟବହାର କରୁଛନ୍ତି ଏବଂ ଏହା ଆଉ କେହି ନୁହେଁ ବିଜେପି ହିଁ କରୁଛି।

ଚାଇନା ନିଜର ବିଭିନ୍ନ ଆପ୍ ଜରିଆରେ ଅନ୍ୟ ଦେଶରୁ ତଥ୍ୟ ଚୋରୀ କରୁଥିବା ଅଭିଯୋଗ ହେଉଛି। ଏହି ସବୁ ଆପ୍ ଗୁଡ଼ିକ ମଧ୍ୟରେ ଟିକଟକ୍, ୟୁସି ବ୍ରାଉଜର, ହିକ୍ ଭିଜନ୍, ହୁବାୱେ ଏବଂ ଜୁମ୍ ଆପ୍ ରହିଛି। ଭାରତରେ ଏବେ ଟିକଟକ୍ ବ୍ୟବହାର ବର୍ଜନ କରିବାକୁ ଆହ୍ୱାନ ବଢ଼ି ଚାଲିଥିବା ବେଳେ ଭାରତ ସରକାର ବିଶେଷ ଭାବରେ ଜୁମ୍ ଆପ୍ ବ୍ୟବହାର କରିବା ଉପରେ ଚେତାବନୀ ଜାରୀ କରିଛନ୍ତି। ବିଶେଷ କରି ଜୁମ୍ ଆପ୍ ମାଧ୍ୟମରେ ହିଁ ଚାଇନା ଅଧିକ ତଥ୍ୟ ଚୋରୀ କରୁଥିବା ଅଭିଯୋଗ ହେଉଛି। ତେଣୁ ଏହାର ବ୍ୟବହାର ଉପରେ କେନ୍ଦ୍ର ସରକାର କିଛି ଆଡଭାଇଜର୍ ଜାରୀ କରିଛନ୍ତି। ଭିଡିଓ କନଫରେନ୍ସିଂ ମିଟିଂ ପାଇଁ ଏବେ ଜୁମ୍ କନଫରେନ୍ସିଂ ଆପର ଖୁବ୍ ବ୍ୟବହାର କରାଯାଉଛି। କିନ୍ତୁ ଏହି ଆପ୍ ବ୍ୟବହାର କରିବା ସୁରକ୍ଷିତ ନୁହେଁ। ଏହି ଆପ୍ ବ୍ୟବହାର ଦ୍ୱାରା ଡାଟା (ତଥ୍ୟ) ଲିକ୍ ହେବାର ସମ୍ଭାବନା ରହିଛି। ଏହି ଆପ୍ ସହ ଜଡିତ ତଥ୍ୟ ଲିକ୍ ହେବା ଘଟଣା ଜଣାପଡ଼ିବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସାଇବର ସମନ୍ୱୟ କେନ୍ଦ୍ର ପକ୍ଷରୁ ଏଥିନେଇ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

କିନ୍ତୁ, ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚା ଆଜି ଆୟୋଜନ କରିବାକୁ ଯାଉଛି “ମହିଳା ଜନ ସମ୍ବାଦ ରାଲି”। ତାହା ପୁଣି ଏହି ଜୁମ୍ ଆପ୍ ମାଧ୍ୟମରେ। ଏଣେ ସୀମାରେ ଉତ୍ତେଜନା ଚାଲିଥିବା ବେଳେ, ସୀମାରେ ତେଣେ ଭାରତ ଏବଂ ଚାଇନା ସେନାଙ୍କ ମଧ୍ୟରେ ହିଂସା ଘଟି ଜଣେ ଭାରତୀୟ ଅଫିସରଙ୍କ ସମେତ ଦୁଇଜଣ ଜବାନ ସହିଦ ହୋଇଥିବା ବେଳେ, ସୀମାରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢ଼ିଯାଇଛି। ହୁଏତ ଏହାପରେ ଭାରତରେ ଏବେ ଚାଇନା ସାମଗ୍ରୀ ବର୍ଜନ ସ୍ୱର ଆହୁରି ତୀବ୍ର ହୋଇଯାଇ ପାରେ। କିନ୍ତୁ ଦୁଃଖଦ ଏବଂ ଲଜ୍ଜାଜନକ କଥା ହେଲା ସ୍ବଦେଶୀ ବ୍ୟବହାର ତଥା ଆତ୍ମନିର୍ଭରଶୀଳ ଭାରତର ଆହ୍ୱାନ ଦେଉଥିବା ଲୋକ ନିଜେ ବିଦେଶୀ ତଥା ଚାଇନା ପ୍ଲାଟଫର୍ମର ବ୍ୟବହାର କରୁଛନ୍ତି ଏବଂ ଏହା ଆଉ କେହି ନୁହେଁ, ବିଜେପି ହିଁ କରୁଛି। ବିଜେପି ନିଜର ସଙ୍ଗଠନ କରିବା ପାଇଁ, ନିଜର ପ୍ରଚାର କରିବା ପାଇଁ ଜୁମ୍ ଆପ୍ ବ୍ୟବହାର କରୁଛି। ଆଜି ୩ ଟା ୪୫ ମିନିଟ୍ ସମୟରେ ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚା କରିବାକୁ ଯାଉଛି “ମହିଳା ଜନ ସମ୍ବାଦ ରାଲି”।

ମୋଦୀ ସରକାରଙ୍କ ଦୂତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ମୋଦୀ ସରକାରଙ୍କ ଉପଲବ୍ଧି ଗୁଡ଼ିକ ପ୍ରଚାର କରିବା ପାଇଁ ଏବଂ ମୋଦୀଙ୍କ ଆତ୍ମନିର୍ଭରଶୀଳ ଭାରତ ଆହ୍ୱାନକୁ ପାଳନ କରିବା ପାଇଁ, “ମହିଳା ହେଲେ ସ୍ୱାବଲମ୍ବୀ ଭାରତ ହେବ ଆତ୍ମନିର୍ଭରଶୀଳ” କହି ମହିଳା ମୋର୍ଚ୍ଚା ଭର୍ଚୁଆଲ୍ ରାଲି କରିବାକୁ ଯାଉଛି। ଯାହାର ସିଧାପ୍ରସାରଣ ଫେସବୁକ୍, ୟୁଟ୍ୟୁବ୍ ମାଧ୍ୟମରେ ହେବା ସହ ବିଜେପି ମହିଳା ମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ଜୁମ୍ ଆପ୍ ଜରିଆରେ ଏଥିରେ ସିଧାସଳଖ ଯୋଡ଼ି ହେବେ। ଏଥିପାଇଁ ସେମାନଙ୍କ ପାଖକୁ ଜୁମ୍ ଆପର ଲିଙ୍କ୍ ପଠାଯାଇଛି। ଏହି ଭର୍ଚୁଆଲ୍ ରାଲିରେ ଉଦ୍ବୋଧନ ଦେବେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ସରୋଜା ପାଣ୍ଡେ, ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରାହାତକର ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତେଣେ ସୀମାରେ ଉତ୍ତେଜନା ଲାଗି ରହିଥିବା ବେଳେ, ଦେଶର ସାଧାରଣ ଜନତା ଚାଇନା ସାମଗ୍ରୀ ବର୍ଜନ ଆନ୍ଦୋଳନରେ ସାମିଲ ହେଉଥିବା ବେଳେ ଏବଂ ସବୁଠାରୁ ବଡ଼କଥା ସୀମାରେ ତିନି ଜଣ ଜବାନ ସହିଦ ହୋଇଥିବା ବେଳେ ଏଣେ ବିଜେପି ଚାଇନଜ୍ ଆପ୍ ଜୁମ୍ ମାଧ୍ୟମରେ କରିବାକୁ ଯାଉଛି ଭର୍ଚୁଆଲ୍ ରାଲି। ଏହା ବିଜେପିର କିପରି ରାଷ୍ଟ୍ରଭକ୍ତି, ଏହା କିପରି ଆତ୍ମନିର୍ଭରଶୀଳ ଭାରତ ଯୋଜନା। ଲଜ୍ଜା।। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.