Home ଓଡ଼ିଶା ସଙ୍ଗରୋଧ କେନ୍ଦ୍ରରୁ ଯୁବକକୁ ଉଠାଇନେଲା ବନବିଭାଗ-ବାଘ ଶିକାର ଲିଙ୍କ ନେଇ ସନ୍ଦେହ

ସଙ୍ଗରୋଧ କେନ୍ଦ୍ରରୁ ଯୁବକକୁ ଉଠାଇନେଲା ବନବିଭାଗ-ବାଘ ଶିକାର ଲିଙ୍କ ନେଇ ସନ୍ଦେହ

121

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୬/୦୬-ରଣପୁର ବ୍ଲକ୍ ବାଉଁଶଗଡ ସଙ୍ଗରୋଧ କେନ୍ଦ୍ର ରୁ ଜୁନ୍ ୧୬ ତାରିଖ ସକାଳ ୬ ଘଟିକା ୩୦ ମିନିଟ ସମୟରେ ଜଣେ ଯୁବକକୁ ରଣପୁର ବନବିଭାଗ ଉଠାଇ ନେଇଥିବା ଜଣା ପଡିଛି। ଯୁବକ ଜଣକ ହେଉଛନ୍ତି ଚାନ୍ଦପୁର ଥାନା ବନ୍ଧମୁଣ୍ଡା ଗ୍ରାମ ପଂଚାୟତ ଜାମୁଗଣ୍ଡ ଗ୍ରାମର ହାଡୁ ନାୟକଙ୍କ ପୁଅ ଭାସ୍କର ନାୟକ। ଯୁବକ ଜଣକ ୪ମାସ ତଳେ କେରଳ ଯାଇଥିଲେ। କେରଳରୁ ଫେରି କରୋନା ନିତି ନିୟମ ଭିତରେ ୧୨ ଦିନ ହେଲା ବାଉଁଶଗଡ କ୍ୱାରେଣ୍ଟାଇନ୍ ହଲ ରେ ରହି ଆସୁଥିଲେ। ଭାସ୍କର ନାୟକଙ୍କ ଏପର୍ଯ୍ୟନ୍ତ ସ୍ୱାବ ନମୁନା ପରୀକ୍ଷା ହୋଇନଥିଲା। ସକାଳୁ ରଣପୁର ରେଂଜର ସଦଳବଳେ ବାଉଁଶଗଡ କ୍ୱାରେଣ୍ଟାଇନ୍ ହଲ୍ ରେ ପହଁଚି ଯୁବକ କୁ ନେବାପାଇଁ କହିଥିଲେ। ସରପଂଚ ଦିଲ୍ଲୀପ୍ କୁମାର ଜେନା ଏ ସମ୍ପର୍କେ ରଣପୁର ବ୍ଲକ୍ ଗ୍ରାମ ପଂଚାୟତ ଅଫିସର୍ ଙ୍କ ସହ ଯୋଗା ଯୋଗ କରିଥିଲେ। ଗ୍ରାମ ପଂଚାୟତ ଅଫିସର୍ ଙ୍କ ନିର୍ଦ୍ଧେଶ ଅନୁଯାୟୀ ରଣପୁର ରେଂଜର ସରପଂଚଙ୍କୁ ଭାସ୍କର ନାୟକଙ୍କୁ ଜିମାରେ ନେଉଛନ୍ତି ବୋଲି ଲିଖିତ ଭାବରେ ଦେଇଥିଲେ। ତା ପରେ ରେଂଜର ଭାସ୍କର ନାୟକଙ୍କୁ ଉଠାଇ ନେଇଥିଲେ। ଭାସ୍କର ନାୟକ ଜବତ ବାଘଛାଲ ଘଟଣାରେ ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ସମ୍ପର୍କେ ସନ୍ଦେହ ବଢିବାରେ ଲାଗିଛି।

ବାଘଛାଲ ବିକ୍ରି ଘଟଣାରେ କିନପିନ ଲକ୍ଷ୍ମୀଧର ନାୟକକୁ କ୍ରାଇମ୍‌ବ୍ରାଂଚ ସ୍ପେସାଲ ଟାକ୍ସ ଫୋର୍ସ କୋର୍ଟ ଚାଲାଣ କରିବା ପରେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଉଭୟ ବନବିଭାଗ ଓ କ୍ରାଇମ୍‌ବ୍ରାଂଚ ଏସ.ଟି.ଏଫ୍ ଟିମ୍ ଉଦ୍ୟମ ଜାରି ରଖିଛନ୍ତି। ଏ ସମ୍ପର୍କେ ରଣପୁର ରେଂଜର ଶରତ ଚନ୍ଦ୍ର ଶତପଥିଙ୍କ ସହ ଫୋନ୍ ଯୋଗେ ଯୋଗା ଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ୍ କଲ୍‌କୁ ଅନ୍ୟ ନମ୍ବରକୁ ଡାଇଭର୍ଟ କରିଥିବା ଯୋଗୁଁ କଲ ସମ୍ଭବ ହୋଇ ପାରିନଥିଲା। ତେଣୁ ଏ ସମ୍ପର୍କେ ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ସୁଦିପ୍ତ ନାୟକଙ୍କ ସହ ଯୋଗା ଯୋଗ କରିବା ପରେ ସେ କୁହନ୍ତି ରଣପୁର ରେଂଜର କାହାକୁ ଉଠାଇ ଆଣିଛନ୍ତି କେଉଁ ମାମଲାରେ ଆଣିଛନ୍ତି ଏବଂ କେଉଁଠି ରଖିଛନ୍ତି ସେ ସମ୍ପର୍କେ ଆମ୍ଭ ପାଖରେ ଖବର ନାହିଁ। ସାଧାରଣରେ ଚର୍ଚ୍ଚା ହେଉଛି ଯେ ବନବିଭାଗ ଭାସ୍କର ନାୟକକୁ ଉଠାଇ ନେଇ ଏକ ନିବୃତ ସ୍ଥାନରେ ରଖି ବାଘଛାଲ ଲିଙ୍କ ସମ୍ପର୍କରେ ପଚରା ଉଚୁରା ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.