Home Ganesh Puja କିପରି ହେଲା ଗଣେଶଙ୍କ ହାତୀ ମୁଣ୍ଡ; କାହିଁକି ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ମନା?...

କିପରି ହେଲା ଗଣେଶଙ୍କ ହାତୀ ମୁଣ୍ଡ; କାହିଁକି ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ମନା? ଶାସ୍ତ୍ରୀୟ ଓ ବୈଜ୍ଞାନିକ କାରଣ ..

125

ଗଣେଶ ହେଉଛନ୍ତି ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର। ତେବେ, ଗଣେଶଙ୍କର କିପରି ହାତୀ ମୁଣ୍ଡ ହେଲା, ତାହା ପୂରାଣରେ ବର୍ଣ୍ଣିତ ଅଛି। ଶିବ ପୁରାଣ ଅନୁଯାୟୀ ଦେବୀ ପାର୍ବତୀ ନିଜ ଦେହରୁ ନିର୍ଗତ ମଇଳାରୁ ଏକ ମୂର୍ତ୍ତି ଗଠନ କଲେ ଏବଂ ତାକୁ ଜୀବନ୍ୟାସ ଦେଲେ। ତାଙ୍କ ନାମ ହେଲା ଗଣେଶ। ଥରେ ମାତା ପାର୍ବତୀ ଗଣେଶଙ୍କୁ ଦ୍ୱାର ମୁହଁରେ ଜଗାଇ ଏବଂ ଭିତରକୁ କାହାକୁ ପ୍ରବେଶ କରେଇ ନ’ଦେବା ପାଇଁ ଆଦେଶ ଦେଇ ସ୍ନାନ କରିବାକୁ ଗଲେ। ଠିକ୍ ସେହି ସମୟରେ ମହାଦେବ ଘରକୁ ଫେରି ଭିତରକୁ ପ୍ରବେଶ କରନ୍ତେ, ବାଳକ ଗଣେଶ ଆପଣା ପିତାଙ୍କୁ ଚିହ୍ନି ନ’ପାରି ବାଟ ଛାଡ଼ିଲେ ନାହିଁ। ଯେତେ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ମହାଦେବ କ୍ରୋଧ ଜର୍ଜରିତ ହୋଇ ଗଣେଶଙ୍କର ଶିର ଚ୍ଛେଦନ କଲେ। ପରେ ପାର୍ବତୀଙ୍କ ନିକଟରୁ ଗଣେଶଙ୍କର ପରିଚୟ ପାଇ ଫେରି ଆସି ଦେଖିଲା ବେଳକୁ ମୁଣ୍ଡହୀନ ଗଣ୍ଡିଟି ପଡ଼ିଛି। ମହାଦେବ ମୁଣ୍ଡ ଖୋଜି ନ’ପାଇ ଉତ୍ତର ଦିଗକୁ ମୁଣ୍ଡକରି ଶୋଇଥିବା କୌଣସି ଶିଶୁର ମୁଣ୍ଡ କାଟି ଆଣିବାକୁ ଦୂତ ପଠାଇଲେ। ତେବେ, ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଥିବା କୌଣସି ଶିଶୁକୁ ନପାଇ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଥିବା ଏକ ହାତୀର ମୁଣ୍ଡକୁ ଦୂତ କାଟି ଆଣିଲେ। ସେହି ହାତୀ ମୁଣ୍ଡକୁ ଗଣେଶଙ୍କ ଗଣ୍ଡିରେ ଯୋଡ଼ି ଜୀବନ୍ୟାସ ଦେଲେ ମହାଦେବ। ତେଣୁ ପୁରାଣରେ ବର୍ଣ୍ଣିତ ଏହି ଘଟଣାକୁ ଆଧାର କରି ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ବାରଣ କରାଯାଇଥାଏ।ଉତ୍ତର ଦିଗକୁ ମୁଣ୍ଡକରି ଶୋଇବାକୁ ବାରଣ କରାଯିବାର ଆଉ କିଛି ଶାସ୍ତ୍ରୀୟ କାରଣ ମଧ୍ୟ ରହିଛି। ଶାସ୍ତ୍ରରେ ଦକ୍ଷିଣ ଦିଗକୁ ଯମରାଜଙ୍କ ଦିଗ ବୋଲି ବିବେଚନା କରାଯାଏ। ତେଣୁ ବିଶ୍ୱାସ କରାଯାଏ ଯେ ଦକ୍ଷିଣ ଦିଗକୁ ପାଦ କରି ଶୋଇବା, ବୟସକୁ ହ୍ରାସ କରି ଦେଇଥାଏ। ସେହିପରି ଦକ୍ଷିଣ ଦିଗକୁ ପାଦ ଏବଂ ଉତ୍ତର ଦିଗକୁ ମୁଣ୍ଡ – ଏହା ହେଉଛି ଏପରି ସ୍ଥିତି ଯେଉଁ ଭଳି ମୃତ ଶରୀର ରଖାଯାଏ। ସ୍ମଶାନରେ ଏହିପରି ସ୍ଥିତରେ ଶବ ରଖାଯାଇ ଶବଦାହ କରାଯାଇଥାଏ। ତେଣୁ, ଏପରି ସ୍ଥିତିରେ ଶୋଇବା ବାରଣ କରାଯାଇ ଥାଏ। ଏହା ବ୍ୟତୀତ ପୂର୍ବ ଦିଗକୁ ପାଦ କରି ଶୋଇବା ମଧ୍ୟ ଉପଯୁକ୍ତ ବିବେଚନା କରାଯାଏ ନାହିଁ। କାରଣ ଏହି ଦିଗଟି ସୂର୍ଯ୍ୟ ଭଗବାନଙ୍କର ଅଟେ ଏବଂ ଏପରି ପରିସ୍ଥିତିରେ ଜୀବନରେ ଅନେକ ପ୍ରକାରର ଦୋଷ ଦେଖିବାକୁ ମିଳେ।

ବୈଜ୍ଞାନିକ କାରଣ –
ଯେତେବେଳେ ପୃଥିବୀର ଉତ୍ତର ଦିଗ ସହିତ ମଣିଷ ଶୋଇବା ବେଳେ ମୁଣ୍ଡ ଉତ୍ତର ଦିଗ ସହିତ ଏକାଠି ହୁଅନ୍ତି, ସେତେବେଳେ ଚୁମ୍ବକୀୟ ଶକ୍ତି କାର୍ଯ୍ୟ କରେ। ଉତ୍ତରରେ ମୁଣ୍ଡ ରଖିବା ମାତ୍ରେ ପ୍ରତ୍ୟାକର୍ଷଣ ଶକ୍ତି କାମ କରିବା ଆରମ୍ଭ କରେ। ଏହି ଧକ୍କା ହେବା ଶକ୍ତି ଦ୍ୱାରା ଶରୀରରେ ସଂକୋଚନ ସୃଷ୍ଟି କରେ। ଯଦି ଶରୀରରେ ସଂକୋଚନ ସୃଷ୍ଟି ହୁଏ, ରକ୍ତ ପ୍ରବାହ ସଂପୂର୍ଣ୍ଣ ନିୟନ୍ତ୍ରଣ ବାହାରକୁ ଚାଲିଯାଏ। ରକ୍ତଚାପ ବୃଦ୍ଧି ହେଲେ ନିଦ ହୁଏ ନାହିଁ। ମନରେ ଚଞ୍ଚଳତା ବୃଦ୍ଧି ପାଏ। ଦକ୍ଷିଣ ଆଡ଼କୁ ଆକର୍ଷଣ ବଳ କାମ କରେ ଏବଂ ଏହିପରି ଭାବରେ ଉତ୍ତର ଦିଗକୁ ମୁଣ୍ଡ ଏବଂ ଦକ୍ଷିଣ ଦିଗକୁ ପାଦ କରି ଶୋଇଲେ ଦୁଃସ୍ୱପ୍ନ ଆସିଥାଏ। ଯାହା ଫଳରେ ଶୋଇବା ପ୍ରାୟତଃ ବାଧାପ୍ରାପ୍ତ ହୋଇଥାଏ। ତେଣୁ ଉଭୟ ଶାସ୍ତ୍ରୀୟ ଏବଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବାକୁ ବାରଣ କରାଯାଇଛି।
।| ବକ୍ରତୁଣ୍ଡ ମହାକାୟ, ସୂର୍ୟକୋଟି ସମପ୍ରଭଃ।
ନିର୍ବିଘ୍ନମ୍ କୁରମେଦେବ,ସର୍ବକାର୍ଯ୍ୟେସୁ ସର୍ବଦା |।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.