Home ଅପରାଧ ଗୁଳି କଲେ, ଗଳା କାଟିଦେଲେ: ହିନ୍ଦୁନେତା କମଲେଶ ତିୱାରିଙ୍କ ହତ୍ୟା!

ଗୁଳି କଲେ, ଗଳା କାଟିଦେଲେ: ହିନ୍ଦୁନେତା କମଲେଶ ତିୱାରିଙ୍କ ହତ୍ୟା!

472

ନୂଆଦିଲ୍ଲୀ: ହିନ୍ଦୁ ସମାଜବାଦୀ ପାର୍ଟିର ସଂସ୍ଥାପକ ତଥା ରାଷ୍ଟ୍ରୀୟ ଅଧ୍ୟକ୍ଷ କଟ୍ଟର ହିନ୍ଦୁବାଦୀ ନେତା କମଲେଶ ତିୱାରିଙ୍କର ହତ୍ୟା ହୋଇଯାଇଛି।ଉତ୍ତରପ୍ରଦେଶ, ଲଷ୍ନୌର ନାକା ଥାନା କ୍ଷେତ୍ରରେ ଥିବା ତାଙ୍କ କାର୍ଯ୍ୟାଳୟ ଭିତରେ ପଶି ଦୁର୍ବୁତ୍ତମାନେ କମଲେଶଙ୍କୁ ହତ୍ୟା କରିଛନ୍ତି।ସୂଚନା ମୁତାବକ ଦୁର୍ବୁତ୍ତମାନେ କମଲେଶଙ୍କୁ ଫୋନ କରି ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ।ସେଠାରେ ଚା’ ପିଇଲେ।ଏହାପରେ ହଠାତ୍ ମିଠା ଡବା ଭିତରେ ଆଣିଥିବା ଛୁରୀରେ ଜଣେ ଦୁର୍ବୁତ୍ତ ତାଙ୍କ ଗଳା କାଟିଦେବା ସହ ଅନ୍ୟ ଜଣେ ଗୁଳି କରିଥିଲା।ଗୁରୁତ୍ୱର ଆହତ ଅବସ୍ଥାରେ କମଳଲେଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ପୋଲିସ ଘଟଣା ସ୍ଥଳରେ ପହଁଚି ଯାଞ୍ଚ ଆରମ୍ଭ କରିଦେଇଛି।ସୂଚନାଯୋଗ୍ୟ ଯେ କମଲେଶ ତିୱାରୀ କଟ୍ଟରବାଦୀ ମୁସଲିମଙ୍କ ଶତୃ ଥିଲେ।ମୁସଲିମ ଧର୍ମଗୁରୁ ମହମ୍ମଦ ପୈଗମ୍ବରଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ସେ କଟ୍ଟରବାଦୀ ମୁସଲିମଙ୍କ ଟାର୍ଗେଟକୁ ଆସିଥିଲେ।ତାଙ୍କ ବିରୋଧରେ ମୁସଲିମ ସମ୍ପ୍ରଦାୟ ପକ୍ଷରୁ ଏକ ବିରାଟ ବିକ୍ଷୋଭ ଜୁଲୁସ୍ କରାଯାଇଥିଲା।ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ପାଇଁ ସେ ଜେଲ ମଧ୍ୟ ଯାଇଥିଲେ।ତାଙ୍କୁ ହତ୍ୟା କରିବା ପାଇଁ ପୁରସ୍କାର ଘୋଷଣା/ଫତ୍ୱଆ ଜାରୀ ହୋଇଥିଲା।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.