Home ଅପରାଧ ବେଆଇନ ଶ୍ରମିକ ଚାଲାଣରେ ଲିପ୍ତ ଥିବା  ମଧ୍ୟସ୍ଥି ଓ ଦଲାଲ ତିନୋଟି ଜିଲ୍ଲାର ବିଭିନ୍ନ ଥାନା...

ବେଆଇନ ଶ୍ରମିକ ଚାଲାଣରେ ଲିପ୍ତ ଥିବା  ମଧ୍ୟସ୍ଥି ଓ ଦଲାଲ ତିନୋଟି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ପୋଲିସ ଦ୍ୱାରା ଗିରଫ

234

ଭୁବନେଶ୍ୱର/କଟକ୧୮ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର, ରାୟଗଡା ଓ କଳାହାଣ୍ତି ଜିଲ୍ଲାରେ ତା ୧୭/୧୮.୧୦.୨୦୧୯ ରିଖ ରାତିରେ ପୋଲିସ ପକ୍ଷରୁ ରାଜ୍ୟ ଭିତରେ ଓ ରାଜ୍ୟ ବାହାରକୁ ବେଆଇନ ଶ୍ରମିକ ଚାଲାଣରେ ଲିପ୍ତ ଥିବା  ମଧ୍ୟସ୍ଥି ଓ ଦଲାଲ ମାନଙ୍କୁ ଧରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଏକକାଳୀନ ଅଭିଯାନ ଆରମ୍ଭ କରାଯାଇଥିଲା । ଆପାତଃ ପ୍ରମାଣ ଆଧାରରେ ଏହି ମଧ୍ୟସ୍ଥି ଓ ଦଲାଲ ମାନଙ୍କୁ ଚିହ୍ନଟ କରିବା ପାଇଁ ନବରଙ୍ଗପୁର, ରାୟଗଡା  ଓ କଳାହାଣ୍ତି ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରା ସ୍ୱତନ୍ତ୍ର ଦଳ ଗଠନ କରାଯାଇଥିଲା । ସେହି ଚିହ୍ନଟ ଆଧାରରେ ବେଆଇନ ଶ୍ରମିକ ଚାଲାଣରେ ଲିପ୍ତ ଥିବା ୫୦ ଜଣ ଦଲାଲଙ୍କୁ ଉପରୋକ୍ତ ତିନୋଟି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ପୋଲିସ ଦ୍ୱାରା ଗିରଫ କରାଯାଇଛି ।ଏହି ଅଭିଯୁକ୍ତ ମାନଙ୍କୁ ୧୭ ଟି ଏଫ୍.ଆଇ.ଆର ଆଧାରରେ ଗିରଫ କରାଯାଇଛି । ସେଥିମଧ୍ୟରୁ ରାୟଗଡା ଜିଲ୍ଲାରେ ୮ ଟି, ନବରଙ୍ଗପୁର ଜିଲ୍ଲାରେ ୪ ଟି ଏବଂ କଳାହାଣ୍ତି ଜିଲ୍ଲାରେ ୫ ଟି ଏଫ୍.ଆଇ.ଆର ରୁଜୁ କରାଯାଇଛି । ଏହି ଅଫ୍.ଆଇ.ଆର ସବୁ ଭାରତୀୟ ଦଣ୍ତବିଧି ଆଇନର ଧାରା ୧୨୦(ବି) / ୩୭୦ (୨) ଓ (୩) /୪୧୭ / ୩୪ ଅନୁସାରେ ପଞ୍ଜୀକୃତ କରାଯାଇଛି । ଏହି ଅଭିଯୁକ୍ତ ମାନଙ୍କୁ ମାନ୍ୟବର କୋର୍ଟକୁ ପଠାଯିବାର ବ୍ୟବସ୍ଥା କରାଯାଇଛି । ଏହି ଗିରଫ ଦଲାଲ ମାନଙ୍କ ସହ ରାଜ୍ୟ ଭିତରେ କିମ୍ୱା ରାଜ୍ୟ ବାହାରେ ଯଦି ଆଉ କିଛି ଦଲାଲ ମାନଙ୍କ ସଂପୃକ୍ତି ଥାଏ ସେ ବାବଦରେ ଅଧିକ ତଦନ୍ତ ଜାରି ରହିବ ଏବଂ ଆପାତଃ ପ୍ରମାଣ ଆଧାରରେ ଅଧିକ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯିବାର ସମ୍ଭାବନା ରହିଛି ।ବେଆଇନ ମାନବ ଚାଲାଣ ବିରୁଦ୍ଧରେ ଓଡିଶା ପୋଲିସ ପକ୍ଷରୁ ଏହି ସ୍ୱତନ୍ତ୍ର ଅଭିଯାନ ରାଜ୍ୟ ସରକାରଙ୍କ ୫-ଟି ସଂସ୍କାର ମନ୍ତ୍ରର ଅଂଶ ବିଶେଷ ଅଟେ ଯାହାକି ମାନବ ଚାଲାଣରେ ଲିପ୍ତ ଥିବା ଦଲାଲଙ୍କ ଶୋଷଣରୁ ରକ୍ଷା କରି ସାଧାରଣ ଲୋକଙ୍କ ଜୀବନ ଶୈଳିରେ ପରିବର୍ତ୍ତନ ଆଣିବା ଲକ୍ଷରେ ଆରମ୍ଭ କରାଯାଇଛି । ଶ୍ରମିକ ଚାଲାଣରେ ଲିପ୍ତ ଥିବା ଏହି ଦଲାଲ ମାନଙ୍କ ବିରୁଦ୍ଧରେ ପୋଲିସର ଏହି ସ୍ୱତନ୍ତ୍ର ଅଭିଯାନ ଭବିଷ୍ୟତରେ ମଧ୍ୟ ଜାରି ରହିବ ବୋଲି ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଶର୍ମା ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.