Home ଓଡ଼ିଶା ଧର୍ମେନ୍ଦ୍ରଙ୍କ ପରିବାରକୁ ନେଇ ହେମା ମାଳିନୀ କହିଲେ ଏମିତି କଥା ..

ଧର୍ମେନ୍ଦ୍ରଙ୍କ ପରିବାରକୁ ନେଇ ହେମା ମାଳିନୀ କହିଲେ ଏମିତି କଥା ..

1002

ମୁମ୍ବାଇ: ଅଭିନେତ୍ରୀରୁ ନେତ୍ରୀ ହୋଇଥିବା ସାଂସଦ ହେମା ମାଳିନୀ ତାଙ୍କ ସ୍ୱାମୀ ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀଙ୍କ ବାବଦରେ କହିଛନ୍ତି, ଯେ ସେ କେବେ ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ ଏବଂ ତାଙ୍କ ପିଲାମାନଙ୍କ ଜୀବନରେ ହସ୍ତକ୍ଷେପ କରିନାହିଁ।ମୁଁ ଧର୍ମେନ୍ଦ୍ରଙ୍କୁ ଦୂତୀୟ ବିବାହ କଲି, କିନ୍ତୁ ତାଙ୍କୁ କେବେ ତାଙ୍କ ପରିବାର ଠାରୁ ଦୂରେଇବାକୁ ଚେଷ୍ଟା କରିନି।ମୁଁ ସୁନିଶ୍ଚିତ କରିବାକୁ ଚାହୁଁଥିଲି ଯେ ଏହି ବିବାହ ଦ୍ୱାରା କାହାର କ୍ଷତି ନହେଉ ବୋଲି କହିଛନ୍ତି ହେମାମାଳିନୀ।

୧୯୭୯ରେ ହେମା ମାଳିନୀଙ୍କୁ ବିବାହ କରିବା ପୂର୍ବରୁ ୧୯୫୪ରେ ୧୯ ବର୍ଷ ବୟସରେ ପ୍ରକାଶ କୌରଙ୍କ ସହ ଧର୍ମେନ୍ଦ୍ରଙ୍କର ପ୍ରଥମ ବିବାହ ହୋଇଥିଲା।ଅଭିନେତା ସନି ଦେଓଲ, ବବି ଦେଓଲ ସେମାନଙ୍କର ଦୁଇ ପୁଅ ଏବଂ ବିଜେତା, ଅଜିତା ଦୁଇ ଝିଅ।ସେହିପରି ଇଶା ଦେଓଲ ଏବଂ ଅହାନା ଦେଓଲ ଧର୍ମେନ୍ଦ୍ର ଏବଂ ହେମା ମାଳିନୀଙ୍କ ଦୁଇ ଝିଅ।ହେମା ମାଳିନୀ ଏବେ ଉତ୍ତରପ୍ରଦେଶ ମଥୁରାର ସାଂସଦ ଅଛନ୍ତି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.