Home ଜାତୀୟ ହାଇକୋର୍ଟର ଅଚଳାବସ୍ଥାନେଇ ୨ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ନିର୍ଦେଶ

ହାଇକୋର୍ଟର ଅଚଳାବସ୍ଥାନେଇ ୨ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ନିର୍ଦେଶ

135

ଭୁବନେଶ୍ୱର୨୩ା୧୦(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)  ଆଇନଜୀବୀ ମାନଙ୍କ ଧର୍ମଘଟ ଯୋଗୁ  ଗତ ୧୮ତାରିଖରୁ ରାଜ୍ୟର ସମସ୍ତ କୋର୍ଟ ଏକ ପ୍ରକାର ବନ୍ଦ ରହିବାସହ ଓଡିଶା ହାଇକୋର୍ଟ ଅଚଳହୋଇପଡିଛି । ଫଳରେ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ବିଚାର ହେବାରେ ବାଧା ସୃଷ୍ଟି ହେବା ସହ ସାଧାରଣ ଜନତା ପୁଲିସର ଦାଦାଗିରିରେ ଶିକାର ହୋଇ ହାଜାତରେ ପଡିରହିବା ସହ ପୁଲିସ ଜବତ କରିଥିବା ସାମଗ୍ରି ଗୁଡିକ ବାହର କରିବାରେ ବାଧା ସୃଷ୍ଟି ହୋଇଛି । ଆଇନଜୀବୀଙ୍କ ଏଭଳି କାଯ୍ୟଁକୁ ଦେଖି ମାନ୍ୟବର ସୁପ୍ରିମକୋର୍ଟ କଠୋର ହୋଇଥିବା ଦେଖାଯାଇଛି । ସୁପ୍ରିମକୋର୍ଟ ଓକିଲଙ୍କ ଧର୍ମଘଟକୁ ନିନ୍ଦା କରିବା ସହ ଓକିଲଙ୍କ ଧର୍ମଘଟ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଛନ୍ତି। ଆଇନଜୀବୀଙ୍କ ଧର୍ମଘଟ ହେଲେ କୋର୍ଟ କେମିତି ଚାଲିବ ବୋଲି ସୁପ୍ରିପକୋର୍ଟ ପ୍ରଶ୍ନ କରିଛନ୍ତି। ହାଇକୋର୍ଟର ଅଚଳାବସ୍ଥାନେଇ ୨ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଏଥି ସହିତ ସୁପ୍ରିମକୋର୍ଟ ମଧ୍ୟ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି। ହାଇକୋର୍ଟ କିମ୍ବା କୌଣସି ନିମ୍ନ କୋର୍ଟ ଆଇନଜୀବୀ ମାନଙ୍କ ଦ୍ବାରା ସମ୍ପୂର୍ଣ୍ଣ ଅଚଳ ହେବା ସୁପ୍ରିମକୋର୍ଟର ନିୟମ ଉଲ୍ଲଘନ କରୁଛି।ସୂଚନାଯୋଗ୍ୟ ହାଇକୋର୍ଟରେ ମହାନଦୀ କୋଲ୍ ଫିଲଡର ଏକ ମାମଲା ରହିଥିଲା କିନ୍ତୁ ଆଇନଜୀବୀଙ୍କ ଧର୍ମଘଟ ଯୋଗୁଁ ହାଇକୋର୍ଟରେ ଶୁଶାଣି ହୋଇପାରିନଥିଲା। ମାମଲାକୁ ସୁପ୍ରିମକୋର୍ଟକୁ ଟ୍ରାନ୍ସଫର କରିବାପାଇଁ ଏମସିଏଲ ଅପିଲ କରିଥିଲା। ଆଇନଜୀବୀଙ୍କ ଧର୍ମଘଟ ଯୋଗୁଁ ଣୁଣାଣି ହୋଇପାରୁନଥିବା ମହାନଦୀ କୋଲ୍ ଫିଲଡର ସୁପ୍ରିମକୋର୍ଟରେ ଆବେଦନରେ ଦର୍ଶାଇଥିଲା। ଏଥିରେ କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ ଏବଂ ଆଇନଜୀବୀଙ୍କ ଧର୍ମଘଟକୁ ନିନ୍ଦା କରିବା ସହ ଗ୍ରହଣଯୋଗ୍ୟ ନୁହେଁ ବୋଲି କହିଥିଲେ ଏବଂ ଏପରି ପରିସ୍ଥିତିରେ ସ୍ଥାନୀୟ ପୁଲିସର ପାରିବା ପଣିଆକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇବା ସହ ଯଦି ସ୍ଥାନୀୟ ପୁଲିସ ସ୍ଥାନିୟ ପୁଲିସ ସ୍ଥିତି ସ୍ବାଭାବିକ ପାଇଁ  ସକ୍ଷମ ନୁହେଁ ତେବେ ପାରାମିଲିଟାରି ଫୋର୍ସ ମୁତୟନ କରିବାକୁ ପଡିବ। ଏନେଇ ୨ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.