Home ଓଡ଼ିଶା ଆଗାମୀ ୪ ଦିନ ଯାଏଁ ବର୍ଷା: ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହି ୭ଟି ଜିଲ୍ଲାରେ ପ୍ରବଳ...

ଆଗାମୀ ୪ ଦିନ ଯାଏଁ ବର୍ଷା: ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହି ୭ଟି ଜିଲ୍ଲାରେ ପ୍ରବଳ ବର୍ଷିବ

426

ଭୁବନେଶ୍ୱର, ୨୪ା୭,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ଶ୍ରାବଣ ମାସରେ ମଧ୍ୟ ଅସହ୍ୟ ଖରା ଓ ଗରମ ଅନୁଭୂତ ହେଉଥିଲା। ମାତ୍ର ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆଗାମୀ ୪ ଦିନ ଯାଏଁ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ୭ଟି ଜିଲ୍ଲା ଗୁଡ଼ିକ ହେଉଛି ରାୟଗନା, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସମ୍ବଲପୁର,କେନ୍ଦୁଝର ଓ ମୟୁରଭଞ୍ଜରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ଜୁଲାଇ ୨୭ ଓ ୨୮ରେ ସମୁଦ୍ରକୁ ନଯିବାକୁ ଲାଗି ଧୀବରଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ସମୁଦ୍ରକୁ ଯାଇଥିବା ଧୀବର ୨୬ତାରିଖ ସୁଦ୍ଧା ଫେରି ଆସିବାକୁ ପରାମର୍ଶ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.