Home ଓଡ଼ିଶା ଦୀର୍ଘ ଏକ ବର୍ଷ ପ୍ରତୀକ୍ଷା ପରେ ମିଳିଲା ସରକାରୀ ମଞ୍ଜୁରୀ; କର୍ମଚାରୀ ଖୁସ

ଦୀର୍ଘ ଏକ ବର୍ଷ ପ୍ରତୀକ୍ଷା ପରେ ମିଳିଲା ସରକାରୀ ମଞ୍ଜୁରୀ; କର୍ମଚାରୀ ଖୁସ

240

କ୍ଷତ୍ରିୟ ବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସଂପାଦକ ପଦବୀକୁ ସରକାରୀ ମଂଞ୍ଜୁରି

ବ୍ରହ୍ମପୁର: ୨୪/୭ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟ ବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷତାରେ ତଥା ସଂପାଦକ ପଦବୀକୁ ସରକାରୀ ଭାବେ ମଞ୍ଜୁରୀ ମିଳିଥିବା ଜଣାପଡିଛି।ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ତଥା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ଅନୁମୋଦନ କ୍ରମେ କଲେଜର ବରିଷ୍ଠ ଅଧ୍ୟାପକ ସୁବାଷ ଚନ୍ଦ୍ର ସାମଲଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ସଂପାଦକ ରୁପେ ମଂଜୁରୀ ପ୍ରଦାନ କରିଛନ୍ତି।ଉଚ୍ଚ ଶିକ୍ଷା ନିର୍ଦ୍ଦେଶକ, ଭୁବନେଶ୍ୱର ୨୨/୭/୧୯ ତାରିଖ ଚିଠି ନଂ ୨୮୩୭୮ ପ୍ରକାରେ ସୁଚୀତ ହୋଇଥିବା ଜଣାପଡିଛି। ଦୀର୍ଘ ୧ ବର୍ଷର ପ୍ରତୀକ୍ଷା ପରେ ଏହା ହୋଇଥିବାରୁ ମହାବିଦ୍ୟାଳୟ କର୍ମଚାରୀ ମାନେ ଆନନ୍ଦିତ ହୋଇଛନ୍ତି। ସୋରଡା ବିଧାୟକ, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ବ୍ରହ୍ମପୁର ଏବଂ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭୁବନେଶ୍ୱରଙ୍କୁ କର୍ମଚାରୀ ମାନେ ସାଧୁବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.