Home Top News ମମତାଙ୍କ ଭଳି ଜଣେ ନିଷ୍ଠୁର ବ୍ୟକ୍ତି ରାଜନୀତି ପରି ଏକ ବହୁଜନ ହିତାୟ କ୍ଷେତ୍ରରେ ଥିବାରୁ...

ମମତାଙ୍କ ଭଳି ଜଣେ ନିଷ୍ଠୁର ବ୍ୟକ୍ତି ରାଜନୀତି ପରି ଏକ ବହୁଜନ ହିତାୟ କ୍ଷେତ୍ରରେ ଥିବାରୁ ଆଜି ଏପରି ସ୍ଥିତିରେ ପଶ୍ଚିମବଙ୍ଗ ଅବସ୍ଥା: ହରପ୍ରିୟା ସାହୁ

19

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ଘଟୁଥିବା ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛି। ଗତ କାଲିଠାରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ ହିଂସା ପ୍ରତିବାଦରେ ଆଜି ବିଜେପି ଓଡ଼ିଶା ସମେତ ଦେଶବ୍ୟାପୀ ପାଳନ କରୁଛି ଉପବାସ ପ୍ରତିବାଦ। ପଶ୍ଚିମବଙ୍ଗରେ ଘଟୁଥିବା ହିଂସା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ବିଜେପି ମହିଳା ମୋର୍ଚ୍ଚା ଭଦ୍ରକ ଜିଲ୍ଲା ସଭାନେତ୍ରୀ ହରପ୍ରିୟା ସାହୁ କହିଛନ୍ତି, “ନାଁ’ଟି ସିନା ମମତା, ହେଲେ ବ୍ୟକ୍ତିଗତ ଜୀବନରେ ତାଙ୍କ ଭଳି ଜଣେ ନିଷ୍ଠୁର ବ୍ୟକ୍ତି ରାଜନୀତି ପରି ଏକ ବହୁଜନ ହିତାୟ କ୍ଷେତ୍ରରେ ଥିବାରୁ ଆଜି ଏପରି ସ୍ଥିତିରେ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରବର୍ତ୍ତୀ ଅବସ୍ଥା। ମାତ୍ର ପ୍ରତି ଅନ୍ଧାରୀ ଶୁଡ଼ଙ୍ଗ ପରେ ନିଶ୍ଚିତ ଆଲୋକର ସନ୍ଧାନ ମିଳେ। ଏକଥା ମମତା ବାନାର୍ଜୀ ବୋଧେ ହେଜ କରିବାକୁ ଭୁଲି ଯାଇଛନ୍ତି। ପଶ୍ଚିମବଙ୍ଗରେ ନିର୍ବାଚନ ପରେ ଟିଏମସିର କର୍ମୀମାନେ ଯେଉଁଭଳି ବର୍ବର କାଣ୍ଡ ଘଟାଇ ଚାଲିଛନ୍ତି, ତାହା ଅତ୍ୟନ୍ତ ନିନ୍ଦନୀୟ ତଥା ଅକ୍ଷମଣୀୟ। ହିଂସା, ଆତଙ୍କରାଜ ଓ ହତ୍ୟା ଦ୍ୱାରା କୌଣସି ସମାଧାନ ହୋଇନାହିଁ। ବାରମ୍ବାର ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଟିଏମସିର ବର୍ବରୋଚିତ ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.