Home ଜିଲ୍ଲା ପରିକ୍ରମା ଲକ୍‌ଡାଉନ୍ ସମୟରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରିବା ଅଭିଯୋଗରେ ୩ ଗିରଫ

ଲକ୍‌ଡାଉନ୍ ସମୟରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରିବା ଅଭିଯୋଗରେ ୩ ଗିରଫ

24

ମାଲକାନଗିରି,୫ା୫ (ଓଡିଆ ପୁଅ )ଲକ୍‌ଡାଉନ୍ ସମୟରେ ଚୋରାରେ ବେଆଇନ ଭାବେ ମଦ ବିକ୍ରି କରିବା ଅଭିଯୋଗରେ ମାଲକାନଗିରି ପୁଲିସ ତିନିଜଣଙ୍କୁ ଗିରଫ କରି ଆଜିକୋର୍ଟ ଚାଲାଣ କରିଛନ୍ତି । କରୋନା ମହାମାରି ଯୋଗୁ ସମଗ୍ର ରାଜ୍ୟରେ ଲକ୍‌ଡାଉନ ଘୋଷଣା ବେଳେ ମଦ ବାର ଓ ମଦ ଦୋକାନ ବନ୍ଦ କରାଯାଇଥିବାରୁ ଏହାର ସୁଯୋଗ ନେଇ କିଛି ଚୋରା ମଦ ବେପାରି ମାନେ ବେଆଇନ ଭାବେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଚଂଳରେ ମଦ ବିକ୍ରି ଆରମ୍ଭ କରିଦେଇଛନ୍ତି । ଏହି ଖବର ପୁଲିସପ୍‌୍ରଶାସନ ନିକଟରେ ପହଁଚିବା ପରେ ଏସପି ରିଶିକେଶ ଡି ଖିଲାରୀ ଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ଅଶୁଂମାନ ଦ୍ୱିବେଦୀ ,ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗ ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ସ୍କାର୍ଡ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ଏହି ଚଢଉ ରେ ମାଲକାନଗିରି ପାତ୍ରଗୁଡା ସାହିର ପି.ଦିଲ୍ଲୀପ,ଦୁର୍ଗାଗୁଡିସାହିର ମଙ୍ଗୁଳୁ ସେନାପତୀ ଓ ଶ୍ରୀକାନ୍ତ ମହାରଣାଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ବେଆଇନ ଭାବେ ମଦ ବିକ୍ରିକରିବା ପାଇଁ ରଖାଯାଇଥିବା ଅନେକ ଦେଶୀ ବିଦେଶୀ ମଦବୋତଲ,ମଦ ପାଉଚ ସହ ୭୧ ଲିଟର ବିଦେଶୀ ମଦ ଜବତ କରାଯାଇଛି । ଆଜି ଗିରଫ ତିନିଜଣଙ୍କୁ କୋର୍ଟଚାଲାଣ କରାଯାଇଥିବାର ପୁଲିସ ପ୍ରେସ ନୋଟ ମାଧ୍ୟମରେ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.