Home Top News ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଓ ଦାରା ସିଂଙ୍କୁ ମୁକ୍ତ କରିବା ପାଇଁ ଲଢ଼େଇ କରିବାକୁ...

ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଓ ଦାରା ସିଂଙ୍କୁ ମୁକ୍ତ କରିବା ପାଇଁ ଲଢ଼େଇ କରିବାକୁ ହେବ

158

ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଓ ଦାରା ସିଂଙ୍କୁ ମୁକ୍ତ କରିବା ପାଇଁ ବିଜେପିକୁ ଲଢ଼େଇ କରିବାକୁ ହେବ ବୋଲି କହିଛନ୍ତି ବିଜେପି ଫାୟାରବ୍ରାଣ୍ଡ ଯୁବାନେତ୍ରୀ ହରପ୍ରିୟା ସାହୁ। ହରପ୍ରିୟା କହିଛନ୍ତି, ଆଜି ଓଡ଼ିଶା ବିଜେପି ମନମୋହନ ସାମଲ ଏବଂ ଜୟ ନାରାୟଣ ମିଶ୍ରଙ୍କ ପରି ଦକ୍ଷ ନେତୃତ୍ୱଙ୍କୁ ରାଜ୍ୟ ସଭାପତି ଏବଂ ବିରୋଧୀ ଦଳ ନେତା ଭାବରେ ପାଇଛି। କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଏକ ନୂଆ ଶକ୍ତି ସଞ୍ଚାର ହୋଇଛି। ମନରେ ଆଶା, ବିଶ୍ୱାସ ଏବଂ ଜୋଶ୍ ଭରି ଯାଇଛି। ଏଥର ବିଜେପି ଆହୁରୀ ଶକ୍ତିଶାଳୀ ହେବ। ଲଢ଼େଇ ଆହୁରୀ ଜୋରଦାର୍ କରିବ। ଓଡ଼ିଶାରେ ସରକାର ଗଢ଼ିବା ପାଇଁ ବିଜେପି ପୂର୍ଣ୍ଣ ପ୍ରୟାସ କରିବ ଏବଂ ସଫଳତା ପାଇବ ବୋଲି ଆମେ ସମସ୍ତେ ଆଶାବାଦୀ। ତେବେ, ଏହା ପୂର୍ବରୁ ପ୍ରଥମେ ଆମକୁ ଏକ ଅଭିଶାପରୁ ମୁକ୍ତ ହେବାକୁ ପଡ଼ିବ। ଅଣଦେଖା କରି ରହିଥିବା ଏକ କର୍ତ୍ତବ୍ୟ ଆମକୁ ସମ୍ପାଦନ କରିବାକୁ ପଡ଼ିବ। ହରପ୍ରିୟା କହିଛନ୍ତି, ୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ପବିତ୍ର ଜନ୍ମାଷ୍ଟମୀ ଅବସରରେରେ କନ୍ଧମାଳର ଜଲେଶପଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସମେତ ସ୍ୱାମୀଜୀଙ୍କ ୪ ଜଣ ଅନୁଗାମୀଙ୍କୁ ଗୁଳି କରି ହତ୍ୟା କରିଦିଆଗଲା। ସେମାନଙ୍କ ମଧ୍ୟରେ ଜଣେ ମହିଳା ସନ୍ୟାସୀ ମଧ୍ୟ ଥିଲେ। ପରମପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମହାରାଜଙ୍କୁ ହତ୍ୟା କରାଯିବାର ଆଜିକୁ ୧୫ ବର୍ଷ ହୋଇଗଲା। ଏତେ ବର୍ଷ ପରେ ମଧ୍ୟ ଆମେ ଆଜି ପର୍ଯ୍ୟନ୍ତ ଜାଣି ପାରିଲେ ନାହିଁ, କିଏ ସେହି ହତ୍ୟାକାରୀ? ଘଟଣାର ଅନୁସନ୍ଧାନ ଆୟୋଗର ରିପୋର୍ଟ ଏ’ ପର୍ଯ୍ୟନ୍ତ ସାର୍ବଜନୀନ କରାଗଲା ନାହିଁ। ସରକାର ଲୁଚାଇ ରଖିବାକୁ ଚେଷ୍ଟା କରୁଛନ୍ତି, କରନ୍ତୁ। କିନ୍ତୁ, ସତ୍ୟ ଉଜାଗର କରିବାକୁ ଆମକୁ ଲଢ଼େଇ କରିବାକୁ ପଡ଼ିବ। ଅଭିଯୁକ୍ତକୁ ଦଣ୍ଡ ଦେବାକୁ ପଡ଼ିବ। ସ୍ଵାମୀଜୀ’ଙ୍କୁ ନ୍ୟାୟ ଦେବାକୁ ପଡ଼ିବ ଏବଂ ଆମକୁ ଏ ଅଭିଶାପରୁ ମୁକ୍ତ ହେବାକୁ ପଡ଼ିବ।
https://youtu.be/tipwh-T_08w
ସେହିପରି କେନ୍ଦୁଝର ଜିଲ୍ଲା ମନୋହରପୁର ଠାରେ ବେନିୟମ ଭାବରେ ଧର୍ମାନ୍ତରୀକରଣ କରୁଥିବା ଖ୍ରୀଷ୍ଟିୟାନ ପାଦ୍ରୀ ଗ୍ରାହାମ୍ସ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁତ୍ରଙ୍କ ହତ୍ୟା ଘଟଣାରେ ଦାରା ସିଂ ଓରଫ ରବିନ୍ଦ୍ର କୁମାର ପାଲଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବରେ ସଜାଇ ଏବେ ସେ କେନ୍ଦୁଝର ଜେଲରେ ଆଜୀବନ ସଜ୍ଜା କାଟି ସାରିବା ପରେ ଆହୁରି ୭ ବର୍ଷରୁ ଅଧିକ ସମୟ ଜେଲ୍ ଭୋଗିଲେଣି। ରାଜନୈତିକ ଆକ୍ରୋଶ ରଖି, କେସ୍‌ର ଠିକ ଭାବରେ ତର୍ଜ୍ଜମା ବା ଫେୟାର ଟ୍ରାଏଲ କରାନଯାଇ ଦାରା ସିଂଙ୍କୁ ଦୋଷୀ ସଜାଇ ଦିଆଗଲା। ସେ ଯାହା ହେଉ, ଏପରି କୌଣସି ନିୟମ ନାହିଁ ଯେଉଁଥିରେ କାହା ପାଇଁ ୧୪ ବର୍ଷରୁ ଅଧିକ ଆଜୀବନ ସଜ୍ଜାର ପ୍ରାବଧାନ ରହିଛି। ଦାରା ସିଂହ ୨୨ ବର୍ଷରୁ ଅଧିକ ସମୟ ଧରି ଜେଲରେ ରହିଲେଣି। ଏବେ ତାଙ୍କୁ ମୁକ୍ତ କରିବାର ସମୟ ଆସିଛି। ଆମକୁ ଆମ କର୍ତ୍ତବ୍ୟ ସମ୍ପାଦନ କରିବାର ଅଛି ବୋଲି ହରପ୍ରିୟା କହିଛନ୍ତି।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.