Home Top News ଆନ୍ଧ୍ର ଗୋ ବ୍ୟାକ୍: ଭଲ କଥା, କିନ୍ତୁ କିଏ କହିବା ଜାଗାରେ କିଏ କହିଲା?

ଆନ୍ଧ୍ର ଗୋ ବ୍ୟାକ୍: ଭଲ କଥା, କିନ୍ତୁ କିଏ କହିବା ଜାଗାରେ କିଏ କହିଲା?

92

ଭୁବନେଶ୍ୱର: ଜଣେ କେନ୍ଦ୍ରମନ୍ତ୍ରୀ ହୋଇ “ଆନ୍ଧ୍ର ଗୋ ବ୍ୟାକ୍” ପରି ଏକ ବିବାଦୀୟ ନ୍ୟାରା ଦେଇ ସମାଲୋଚିତ ହେବା ପରେ ଧର୍ମେନ୍ଦ୍ରଙ୍କ ସମର୍ଥନରେ ବାହାରିଛି ଓଡ଼ିଶା ବିଜେପି। ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଭୃଗୁ ବକ୍ସିପାତ୍ର କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରାପୁଟ ଜିଲ୍ଲା କୋଟିଆକୁ ଯାଇ ସେଠାରେ ଉତ୍କଳ ଦିବସ ପାଳନ କରି ଜଣେ ପ୍ରକୃତ ଓଡ଼ିଆର ପରିଚୟ ଦେଇଛନ୍ତି। ଓଡ଼ିଶାର ଐତିହ୍ୟ, କଳା ଓ ସୀମା ଆଜି ଅସୁରକ୍ଷିତ ସମୟରେ ଧର୍ମେନ୍ଦ୍ର ସେମାନଙ୍କ ପାଖରେ ପହଞ୍ଚି କୋଟିଆବାସୀଙ୍କ ମନୋବଳକୁ ବଢ଼ାଇଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଜଣେ ଓଡ଼ିଆ ପୁଅ ଏବଂ ଓଡ଼ିଶା ନାଗରୀକ ତା’ପରେ ସେ କେନ୍ଦ୍ରମନ୍ତ୍ରୀ। “ଆନ୍ଧ୍ର ଗୋ ବ୍ୟାକ” ଭାରତୀୟ ଜନତା ପାର୍ଟିର ସ୍ପଷ୍ଟ ଷ୍ଟାଣ୍ଡ। ଏଥିରେ କୌଣସି ଦ୍ବିମତ କିମ୍ବା ଦ୍ଵନ୍ଦ ନାହିଁ। ଧର୍ମେନ୍ଦ୍ର ଏପରି କହି ଜଣେ ପ୍ରକୃତ ଓଡ଼ିଆର ପରିଚୟ ଦେଇଛନ୍ତି ବୋଲି ଭୃଗୁ କହିଛନ୍ତି। କିନ୍ତୁ, ଭୃଗୁ ସଂପୂର୍ଣ୍ଣ ଭୁଲ୍ କହିଛନ୍ତି। “ଆନ୍ଧ୍ର ଗୋ ବ୍ୟାକ” ହୁଏତ ଓଡ଼ିଶା ବିଜେପିର ଷ୍ଟାଣ୍ଡ ହୋଇପାରେ, କିନ୍ତୁ ଭାରତୀୟ ଜନତା ପାର୍ଟି (ରାଷ୍ଟ୍ରୀୟ) କିମ୍ବା ଆନ୍ଧ୍ର ବିଜେପି ପାଇଁ ଏପରି ନ୍ୟାରା କେବେ ଗ୍ରହଣୀୟ ହୋଇନପାରେ।ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କିମ୍ବା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କୋଟିଆ ଯାଇ ଏପରି ପ୍ରସଙ୍ଗ ଉଠାଇ ଏପରି ବିବାଦୀୟ ମନ୍ତବ୍ୟ ଦେଇଥିଲେ ହୁଏତ ତାହା ଭଲ ହୋଇଥାଆନ୍ତା। କିନ୍ତୁ, ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପାଟିରୁ ଏପରି ଶବ୍ଦ ଶୋଭା ପାଏନା। ବାସ୍ତବରେ “ଆନ୍ଧ୍ର ଗୋ ବ୍ୟାକ୍” ପରି ନ୍ୟାରା ଦେଇ ଧର୍ମେନ୍ଦ୍ର କେନ୍ଦ୍ରମନ୍ତ୍ରୀ ଭଳି ନୁହେଁ ଓଡ଼ିଶା ବିଜେପି ରାଜ୍ୟ ସଭାପତି କିମ୍ବା ବିରୋଧି ଦଳ ନେତାଙ୍କ କାର୍ଯ୍ୟ କରିଛନ୍ତି!

ଧର୍ମେନ୍ଦ୍ର ଜଣେ ପ୍ରକୃତ ଓଡ଼ିଆ: ତେବେ ବିଶ୍ୱଭୂଷଣ କ’ଣ ନକଲି ?


-/Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.