Home Top News ବିକାଶ ପସନ୍ଦ, ଅଜିତାକୁ ବାସନ୍ଦ: ମୃଦଳାଙ୍କୁ ସପର୍ଟ, ଅପରାଜିତାଙ୍କୁ ଟାର୍ଗେଟ୍ ..

ବିକାଶ ପସନ୍ଦ, ଅଜିତାକୁ ବାସନ୍ଦ: ମୃଦଳାଙ୍କୁ ସପର୍ଟ, ଅପରାଜିତାଙ୍କୁ ଟାର୍ଗେଟ୍ ..

134

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦଳା ଠାକୂର ସକ୍ରିୟ ହୋଇଯାଇଛନ୍ତି। ସମ୍ଭବତଃ ଢେଙ୍କାନାଳ – ଅନୁଗୁଳରୁ ଧର୍ମେନ୍ଦ୍ର ଏଥର ନିର୍ବାଚନ ଲଢ଼ିବା ସ୍ଥିର କରି ଧର୍ମେନ୍ଦ୍ରଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି ମୃଦଳା। ଲୋକଙ୍କ ସହିତ ମିଶୁଛନ୍ତି, ବୈଠକ କରୁଛନ୍ତି ଆଉ ସେଲ୍ଫି ମଧ୍ୟ ନେଉଛନ୍ତି। ଏହା ସହିତ ମୃଦଳା ତାଙ୍କ “ସଂସ୍ଥା ବିକାଶ ଫାଉଣ୍ଡେସନ” ପକ୍ଷରୁ ମଧ୍ୟ କାର୍ଯ୍ୟକ୍ରମ କରୁଛନ୍ତି। ଧର୍ମେନ୍ଦ୍ରଙ୍କ ପାଇଁ ରାଜନୀତି କରି କାର୍ଯ୍ୟକ୍ରମ ସ୍ଥଳୀରେ ମୋଦୀ ଏବଂ ଧର୍ମେନ୍ଦ୍ରଙ୍କ ବ୍ୟାନର୍, ପୋଷ୍ଟର୍ ମାରୁଛନ୍ତି। ବିଜେପି ମହିଳା ମୋର୍ଚ୍ଚା ଏହାର ଖୁବ୍ ପ୍ରଚାର କରୁଛି। କିନ୍ତୁ, ଏହି ମହିଳା ମୋର୍ଚ୍ଚା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ‘ଅଜିତା’କୁ ବିରୋଧ କରେ। ଦଳରେ ଥାଇ ଅଜିତା ନାମରେ ସଙ୍ଗଠନ କରି ଅପରାଜିତା ବିଜେପିକୁ ଭାଗଭାଗ କରୁଛନ୍ତି ବୋଲି ଏମାନ ଅଭିଯୋଗ କରନ୍ତି। ହଁ, ହୁଏତ ଏମାନେ କହିପାରନ୍ତି ଅପରାଜିତା ବିଜେପିର ଦାୟିତ୍ୱରେ ଅଛନ୍ତି ମୃଦଳା ବିଜେପିର କିଛି ଦାୟିତ୍ୱରେ ନାହାଁନ୍ତି। କିନ୍ତୁ, ମୃଦଳାଙ୍କ ସେହି ଟ୍ରଷ୍ଟ “ବିକାଶ ଫାଉଣ୍ଡେସନ” ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ଏହି ମହିଳା ମୋର୍ଚ୍ଚା ହିଁ ପ୍ରମୋଟ୍ କରନ୍ତି। କିନ୍ତୁ, ଅପରାଜିତାଙ୍କ ଅଜିତା କାମକୁ ଟାର୍ଗେଟ୍ କରେ ବିଜେପି ମହିଳା ମୋର୍ଚ୍ଚା। ରାଜ୍ୟ ମହିଳା ମୋର୍ଚ୍ଚା ଆଇଟି ସେଲ୍ ସଂଯୋଜିକା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ସିଧାସଳଖ ଅପରାଜିତାଙ୍କୁ ଟାର୍ଗେଟ୍ କରି ଅପରାଜିତା କାହିଁକି ଅଜିତା, ୟୁଥ ଫର୍ ଆକ୍ସନ ଗଢ଼ିଲେ ବୋଲି ପ୍ରଶ୍ନ କରନ୍ତି। “ଆପଣ କ’ଣ ଆମକୁ ଆଉ ଆମ ପାର୍ଟିକୁ ଭଲ ପାଉନାହାଁନ୍ତି? ପରିବାର ବୋଲି ଭାବୁନାହାଁନ୍ତି? ବିଜେପି ଲୋକଙ୍କୁ ବିଜେପି ବିରୋଧୀ କରେଇ, ଅଜିତା, ୟୁଥ ଫର୍ ଆକ୍ସନରେ କାହିଁକି ସାମିଲ କରେଇଲେ? ଏହିପରି ଯାତ୍ରା ଷ୍ଟାଇଲରେ ପ୍ରଶ୍ନ କରି ନିଜ ଦଳର ସାଂସଦଙ୍କୁ କଟାକ୍ଷ କରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଆଇଟି ସେଲ୍।
-/Dev@Drath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.