Home Top News ଦବଙ୍ଗଗିରୀ: ବିଜେପି ନେତାଙ୍କୁ ଆକ୍ରମଣ କଲେ ବିଜେପି ନେତା!

ଦବଙ୍ଗଗିରୀ: ବିଜେପି ନେତାଙ୍କୁ ଆକ୍ରମଣ କଲେ ବିଜେପି ନେତା!

85

● ସମ୍ବିତ ପାତ୍ରଙ୍କ ଉପସ୍ଥିତିରେ ହୋଇଛି ଆକ୍ରମଣ !
ଭୁବନେଶ୍ୱର: ବିଜେଡି ନେତାଙ୍କ ଗୁଣ୍ଡାଗିରୀ କଥା କହି ବିଜେପି ନେତା ଏଣେ ବିଧାନସଭା ଘେରାଉ କରୁଥିବା ବେଳେ ତେଣେ ଜଣଙ୍କ ପରେ ଜଣେ ବିଜେପି ନେତାଙ୍କ ଗୁଣ୍ଡାଗିରୀ ପଦାରେ ପଡ଼ିବାରେ ଲାଗିଛି। ନିକଟରେ ଘରୁ ବାହାର କରିବା ପାଇଁ ଭୁବନେଶ୍ୱରରେ ଜଣେ ଭଡ଼ାଟିଆଙ୍କୁ ୪୦/୫୦ ଗୁଣ୍ଡାଙ୍କୁ ନେଇ ବିଜେପି ନେତା ସାରଦା ଓରଫ ବୁଲୁ ପ୍ରଧାନ ଏବଂ ବିଜେପି ନେତ୍ରୀ ଉପାସନା ମହାପାତ୍ର ଆକ୍ରମଣ କରିଥିବା ଅଭିଯୋଗ ଆସିଥିଲା ବେଳେ ଏବେ ୨୦୧୯ ନିର୍ବାଚନରେ ବିଜେପି ପାର୍ଥି ହୋଇଥିବା ଜଣେ ନେତା ନିଜ ଦଳର ଆଉ ଜଣେ ନେତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଇଥିବା ଅଭିଯୋଗ ଆସିଛି। ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ କୋଅପରେଟିଭ୍ ସେଲ୍ ସଂଯୋଜକ ଜିଷ୍ଣୁଜୟ ମତଗଜସିଂହଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ବଡ଼ କଥା ହେଲା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର ଏବଂ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନୀ ମଣ୍ଡଳୀରୁ ୨୦୧୯ରେ ବିଜେପିରୁ ପାର୍ଥି ହୋଇଥିବା ଓମ ପ୍ରକାଶ ମିଶ୍ରଙ୍କ ଉପସ୍ଥିତିରେ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ନିଜେ ଓମ ପ୍ରକାଶ ମିଶ୍ର ହିଁ ଏହି ଆକ୍ରମଣ କରାଇଥିବା ଅଭିଯୋଗ ହେଉଛି।

କଣାସ ଅଞ୍ଚଳର ବିଜେପି ନେତା ସୁରଥ ବିଶ୍ୱାଳଙ୍କ ମାତୃ ବିୟୋଗ ପରେ ସମବେଦନା ଜଣାଇବା ତଥା ବନ୍ଧୁ ଶଙ୍ଖୁଳିବା ପାଇଁ ଯାଇଥିବା ସମୟରେ ଜିଷ୍ଣୁଜୟ ମତ୍ତଗଜସିଂହଙ୍କ ଉପରେ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ଓମ ପ୍ରକାଶ ମିଶ୍ର ଏବଂ ଅନେକ ବିଜେପି କର୍ମୀଙ୍କ ଉପସ୍ଥିତରେ ଓମ ପ୍ରକାଶ ମିଶ୍ରଙ୍କ ସମର୍ଥକ ଗୁଣ୍ଡାମାନେ ଆକ୍ରମଣ କରିଥିଲେ ଏବଂ ପୁନର୍ବାର ସେଠାରୁ ଫେରିବା ରାସ୍ତାରେ ବକୁ ଛକ ନିକଟରେ ଏକୁଟିଆ ଦେଖି ପୁଣି ଆକ୍ରମଣ କରିଥିଲେ ବୋଲି ଅଭିଯୋଗ ହୋଇଛି। ଓମ ପ୍ରକାଶ ମିଶ୍ର ଏବଂ ତାଙ୍କର ଗୁଣ୍ଡାମାନେ ମିଶି ବିଭିନ୍ନ ମାରଣାସ୍ତ୍ର ଧରି ତାଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ। ଏ’ନେଇ ଗଡ଼ିଶାଗୋଦା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଭବିଷ୍ୟତରେ ଯଦି ତାଙ୍କର କିଛି ଅସୁବିଧା ହୁଏ, ସେଥିପାଇଁ ଓମ ପ୍ରକାଶ ଦାୟୀ ରହିବେ ବୋଲି କହିଛନ୍ତି ଜିଷ୍ଣୁଜୟ ମତ୍ତଗଜସିଂହ। ଏହା ବିଜେପି ପାଇଁ ଏକ ନିନ୍ଦାର କାରଣ ହୋଇଛି। ଦଳର ବରିଷ୍ଠ ନେତୃତ୍ୱ ଏହି ଘଟଣାର ଉପଯୁକ୍ତ ବିଚାର କରନ୍ତୁ ବୋଲି ସ୍ଥାନୀୟ ବିଜେପି କର୍ମୀ କହୁଛନ୍ତି। ଓମ ପ୍ରକାଶଙ୍କ ଦବଙ୍ଗଗିରୀର ପୁରୁଣା ରେକର୍ଡ ମଧ୍ୟ ରହିଛି। ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକ୍, ଦିବ୍ୟସିଂହପୁର ପଞ୍ଚାୟତ, ବୀରକିଶୋରପୁର ଗ୍ରାମର ୭୮ ନଂ ବୁଥରେ ଇଭିଏମ୍ ଭଙ୍ଗାରୁଜା କରିଥିବା ଅଭିଯୋଗ ମଧ୍ୟ ଓମ ପ୍ରକାଶଙ୍କ ନାମରେ ରହିଛି। ପୁଲିଂରେ ତ୍ରୁଟି ଥିବା ଦର୍ଶାଇ ନିଜେ ଓମପ୍ରକାଶ ମିଶ୍ର ଓ ତାଙ୍କର ସମର୍ଥକମାନେ ବୁଥ ଭିତରେ ପଶି ଇଭିଏମ୍ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଥିଲା।

ଦବଙ୍ଗଗିରୀ: ଉମାଙ୍କୁ କହିଥିଲେ, ଏବେ ଓମଙ୍କୁ କ’ଣ କହିବେ ବିଜେପି ନେତ୍ରୀ ମନସ୍ମିତା ଖୁଣ୍ଟିଆ?


ନିକଟରେ ବିଭିନ୍ନ ପ୍ରସଙ୍ଗରେ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ କଣାସ ବ୍ଲକ୍ ଘେରାଉ କରିଥିଲା ଭାରତୀୟ ଜନତା ପାର୍ଟି। ଓମ ପ୍ରକାଶ ମିଶ୍ରଙ୍କ ନେତୃତ୍ୱ ତଥା ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଜେପି ନେତ୍ରୀ ମନସ୍ମିତା ଖୁଣ୍ଟିଆ ଏକ ପୁରୁଣା ଭାଇରାଲ୍ ଅଡିଓ କଥାରେ ବିଜେଡି ବିଧାୟକ ଉମା ସାମନ୍ତରାୟଙ୍କ ଦବଙ୍ଗଗିରୀ କଥା କହି ତାଙ୍କୁ ଟାର୍ଗେଟ୍ କରିଥିଲେ। ଆଜି କିନ୍ତୁ ତାଙ୍କ ନିଜ ଦଳ ବିଜେପି ନେତା ଓମ ପ୍ରକାଶଙ୍କ ଦବଙ୍ଗଗିରୀ ପୁଣି ନିଜ ଦଳ ଲୋକଙ୍କ ପ୍ରତି ଦେଖିବାକୁ ମିଳିଲା। ମାହାଙ୍ଗା ଡବଲ ମର୍ଡର ପରେ ପ୍ରତାପ ବିଶ୍ୱାଳଙ୍କ ମୃତ୍ୟୁକୁ ଦୁର୍ଘଟଣା ନୁହେଁ, ହତ୍ୟା ବୋଲି ଅଭିଯୋଗ କରି ବିଜେଡି ନେତା କିପରି ନିଜ ଦଳର ଲୋକଙ୍କୁ ମଧ୍ୟ ହତ୍ୟା କରିପାରନ୍ତି କହି ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିଜେପି ଟାର୍ଗେଟ୍ କରୁଥିବା ବେଳେ ଏବେ ନିଜ ଦଳ ଭିତରେ ବିଜେପି ନେତା ଆଉ ଜଣେ ବିଜେପି ନେତାଙ୍କ ଉପରେ ଆକ୍ରମଣ କରାଇଥିବା ଅଭିଯୋଗ ଓଲଟି ବିଜେପି ପ୍ରତି ଏକ ଖରାପ ଧାରଣା ସୃଷ୍ଟି କରାଉଛି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.