Home ଜିଲ୍ଲା ପରିକ୍ରମା ବିଶ୍ୱ ବନ ଦିବସରେ ଜନସଚେତନତା ଶୋଭାଯାତ୍ରା ଓ ପ୍ରକୃତି ମିତ୍ର ପୁରସ୍କାର

ବିଶ୍ୱ ବନ ଦିବସରେ ଜନସଚେତନତା ଶୋଭାଯାତ୍ରା ଓ ପ୍ରକୃତି ମିତ୍ର ପୁରସ୍କାର

37

ମାଲକାନଗିରି,୨୧ା୩ (ଓଡିଆ ପୁଅ )ମାଲକାନଗିରି ବନଖଣ୍ଡ ଓ ବନାଚଂଳ ପକ୍ଷରୁ ବିଶ୍ୱ ବନଦିବସ ପାଳିତି ହୋଇ ଯାଇଛି । ଆଜି ସକାଳେ ବନଖଣ୍ଡୀୟ କାର୍ଯ୍ୟାଳୟ ପରିସରରୁ ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷାର ଜନସଚେତନତା ର ବାର୍ତାନେଇ ଏକ ସୋଭାଯାତ୍ରା ସହର ପରିକ୍ରମାକରିଥିଲା । ଏହି ସୋଭା ଯାତ୍ରାକୁ ବନଖଣ୍ଡିୟ ଅଧିକାରୀ ପ୍ରଦୀପ ଦେବିଦାସ ମିରସେ,ଅଧ୍ୟାପକ ରଜଂନ କୁମାର ସ୍ୱାଇଁ ଓ ବରିଷ୍ଠ ସାମ୍ବାଦିକ ରତ୍ନାକରଦାଶ ସବୁଜପତକା ଦେଖାଇ ଉଦଘାଟନ କରିଥିଲେ । ସୋଭା ଯାତ୍ରା ପରେ ବନଖଣ୍ଡ କାର୍ଯ୍ୟାଳୟ ପରିସର ସଭାଗୃହରେ ବଶ୍ୱ ବନଦିବସ ଜିଲ୍ଲାସ୍ତରୀୟ ଉତ୍ସବ ସହକାରି ବନ ସଂରକ୍ଷକ ବିଭୂତି ଭୂଷଣ ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରେ ମୁଖ୍ୟଅତିଥି ଭାବେ ଡିଏଫଓ ପ୍ରଦୀପ ମିରସେ,ମୁଖ୍ୟବକ୍ତା ଭାବେ ସହକାରି ବନସଂରକ୍ଷକ ଶୁଶ୍ରୀ ଲିଲି ଅମନାତ୍ୟ,ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଡ.ରଜଂନକୁମାର ସ୍ୱାଇଁ,କୋରକୁଣ୍ଡା ବ୍ଲକ ଶିକ୍ଷାଅଧିକାରୀ ଗାୟତ୍ରୀ ଦେବୀ ଯୋଗଦେଇଥିଲେ । ବିଶ୍ୱ ବନ ଦିବସ ତାତ୍‌ପର୍ଯ୍ୟତା ସହ ଜଙ୍ଗଲରେ ନିଆଁ ନ ଲାଗାଇବା,ଜଙ୍ଗଲ ଓ ବନ୍ୟ ସଂପଦକୁ ସୁରକ୍ଷିତ ରଖିବା,ବନ୍ୟଜନ୍ତୁ ଶିକାରକୁ ରୋକିବା ସହ ଜଙ୍ଗଲ ଆଇନ ସଂପର୍କରେ ମଚାଂଶିନ ଅତିଥିମାନେ କହିଥିଲେ । ମାଲାକନଗିରି ବନାଚଂଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀ ପ୍ରାରମ୍ଭିକ ସୁଚନା ଦେବାସହିତ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଅବସରେ ଜଙ୍ଗଲ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲେଖ୍ୟନିୟ ସଫଳତା ହାସଲକରିଥିବା ନାକାମାମୁଡି ପଚାଂୟତର ସରପଂଚ ବିଶ୍ୱନାଥ ହନ୍ତାଳ ଙ୍କୁ ୨୦ହଜାର ଟଙ୍କା,ମାନପତ୍ର ଦେଇ ସମ୍ମାନିତ କରିବା ସହ ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ଉତମ ଶିକ୍ଷାଅନୁଷ୍ଟାନ ଭାବେ ନିଳାକାମ୍ବେରୁ ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ଓଝାଙ୍କୁ ୧୦ହଜାରଟଙ୍କା ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏହା ବ୍ୟତିତ ଜିଲ୍ଲାର ୬ଟି ଶିକ୍ଷା ଅନୁଷ୍ଟାନକୁ ପ୍ରକୃତି ମିତ୍ର ସମ୍ମାନ ସହିତ ୧୦ହଜାର ଟଙ୍କା ଲେଖା ପୁରସ୍କାର ପ୍ରଦାନ କରାଯାଇଛି । ଅନୁରୁପ ମାଲକାନଗିରି ମହାବିଦ୍ୟାଳୟ ପରିସରରେ ଯୁବରେଡକ୍ରସ,ସବୁଜ ବାହିନୀ,ଜାତୀୟସେବା ସଂସ୍ଥା ପକ୍ଷରୁ ବିଶ୍ୱ ବନ ଦିବସ ପାଳିତ ହୋଇ ଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.