Home ଓଡ଼ିଶା ଭୁବନେଶ୍ଵରରେ ପହଞ୍ଚିଲା ସହିଦ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର – ଶେଷ ସମ୍ମାନ ଜଣାଇଲେ ରାଜ୍ୟପାଳ...

ଭୁବନେଶ୍ଵରରେ ପହଞ୍ଚିଲା ସହିଦ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର – ଶେଷ ସମ୍ମାନ ଜଣାଇଲେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ

244

ଭୁବନେଶ୍ଵର ୧୮-୬ (ଓଡ଼ିଆ ପୁଅ) ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିଛି ଦୁଇ ସହିଦ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର। ସ୍ଵତନ୍ତ୍ର ବିମାନ ଯୋଗେ ଦୁଇ ସହିଦଙ୍କ ମର ଶରୀରକୁ ଭୁବନେଶ୍ଵର ଅଣାଯାଇଛି। ଶେଷ ସମ୍ମାନ ଜଣାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଏୟାରପୋର୍ଟରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ସୂଚନାଯୋଗ୍ୟଯେ, ଗଲୱାନଘାଟିରେ ଚୀନ-ଭାରତ ସୈନିକମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ସହିଦ ହୋଇଛନ୍ତି ୨୦ ଜଣ ଭାରତୀୟ ସୈନିକ। ଏମାନଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ପୁଅ ରହିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ନନ୍ଦୁରାମ ସୋରେନ ଓ ଅନ୍ୟ ଜଣେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ଚନ୍ଦ୍ରକାନ୍ତ ପ୍ରଧାନ।

କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ଅନେକ ନେତା ଏବଂ ମନ୍ତ୍ରୀମାନେ ପହଂଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଦୁଇ ସହିଦ ଯବାନଙ୍କୁ ଗାର୍ଡ ଅଫ୍ ଅନରରେ ସମ୍ମାନିତ କରାଯାଇଛି। ଶେଷ ଦର୍ଶନ ପାଇଁ ବିମାନବନ୍ଦରରେ ପୋଲିସ ମୁଖ୍ୟ, ସେନାମୁଖ୍ୟମାନେ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଛନ୍ତି।

ଭୁବନେଶ୍ଵରରେ ଶ୍ରଦ୍ଧାଞ୍ଜଳି ଦେବା ପରେ ପାର୍ଥିବା ଶରୀରକୁ ଜନ୍ମମାଟିକୁ ନିଆଯିବ। ସେଠାରେ ଅଞ୍ଚଳବାସୀ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ। ଏହା ପରେ ଗାଁ ମଶାଣିରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସହିଦ୍‌ ଯବାନମାନଙ୍କର ଶେଷକୃତ୍ୟ ସଂପନ୍ନ ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.