Home ଓଡ଼ିଶା ୬୦ଜଣ ପ୍ରବାସୀ ଓଡିଆଙ୍କ ଘର ବାହୁଡା ସମ୍ବର୍ଦ୍ଧନା

୬୦ଜଣ ପ୍ରବାସୀ ଓଡିଆଙ୍କ ଘର ବାହୁଡା ସମ୍ବର୍ଦ୍ଧନା

105

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୮/୦୬-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ବ୍ରଜରାଜପୁର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ରୁ ୬୦ ଜଣ ପ୍ରବାସୀ ଓଡିଆଙ୍କ ଘର ବାହୁଡା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ମୁଖ୍ୟ ଅତିଥି  ଭାବେ ଯୋଗ ଦେଇଥିଲେ । ୬୦ ଜଣ ପ୍ରବାସୀ ଓଡିଆଙ୍କ ମଧ୍ୟରୁ ୪ ଜଣ ମହିଳା ଅଟନ୍ତି । ଏକ ଭାବାବେଗ ପରିବେଶ ମଧ୍ୟରେ ସମସ୍ତ ପ୍ରବାସୀ ଓଡିଆ ଭାଇ ଭଉଣୀ ମାନଙ୍କୁ ଫୁଲତୋଡା ସହ  ଡିସ୍‌ଚାର୍ଜ ସାର୍ଟିଫିକେଟ ଓ ୨ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଶିବିର ରେ ଥିବା ୬୦ଜଣ ପ୍ରବାସୀ ଓଡିଆଙ୍କ କରୋନା ସଂକ୍ରମଣ ଲକ୍ଷଣ ୧୪ ଦିନ ମଧ୍ୟରେ ପ୍ରକାଶ ପାଇନାହିଁ । ତେଣୁ କାହାରି ସ୍ୱାବ ନମୁନା ପରୀକ୍ଷଣ ପାଇଁ ଯାଇ ନଥିବା ଜଣା ପଡିଛି । ସେମାନଙ୍କୁ ସେମାନଙ୍କ ଘରେ ୭ ଦିନ ସଙ୍ଗରୋଧ ଭାବେ ରହିବା ପାଇଁ ବିଧାୟକ ପରାମର୍ଶ ଦେଇଥିଲେ ।

କୋଭିଡ୍ ଯୋଦ୍ଧା ଭାବେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଆଚାର୍ଯ୍ୟ ବିଶ୍ୱରଂଜନ ଓ ସୁକାନ୍ତ ଡାକୁଆ , ଆଶା କର୍ମୀ, ଅଙ୍ଗନାବାଡି କର୍ମୀ, ସରପଂଚ ସୁକାନ୍ତ ସାମନ୍ତରାୟ, ସମିତି ସଭ୍ୟ ତପନ କୁମାର ପଟ୍ଟନାୟକ ଏବଂ କରୋନା ଯୁଦ୍ଧରେ ସହଯୋଗ କରିଥିବା ଯୁବକମାନଙ୍କୁ ଫୁଲତୋଡା ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଯୁବନେତା ଇଂ.ଦେବାଶିଷ ପଟ୍ଟନାୟକ ଏହି ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.