Home ଓଡ଼ିଶା ବାଘ ଶିକାର ଅଭିଯୋଗରେ ବନବିଭାଗ ୩ଜଣଙ୍କୁ କୋର୍ଟ ଚାଲାଣ କଲା

ବାଘ ଶିକାର ଅଭିଯୋଗରେ ବନବିଭାଗ ୩ଜଣଙ୍କୁ କୋର୍ଟ ଚାଲାଣ କଲା

134

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୮/୦୬-ନୟାଗଡ ଜିଲ୍ଲା ଖୋର୍ଦ୍ଧା ବନଖଣ୍ଡ ଅଧିନରେ ଥିବା ରଣପୁର ବନାଂଚଳରେ ବାଘ ଶିକାରକୁ ନେଇ କିଛିଦିନ ହେଲା ଜୋରଦାର  ଚର୍ଚ୍ଚା ଚାଲିଥିଲା । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜାମୁଗଣ୍ଡ ଗ୍ରାମର ଲକ୍ଷ୍ମୀଧର ନାୟକକୁ କ୍ରାଇମ୍‌ବ୍ରାଂଚ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଟିମ୍ କୋର୍ଟ ଚାଲାଣ କରିଥିଲା । ବାଘ ଶିକାର ରେ  ଆଉ ଦୁଇ ତିନି ଜଣଙ୍କର ସମ୍ପୃକ୍ତ ଥିବା ମିଳିଥିବା ଫଟୋଚିତ୍ରରୁ ଜଣା ପଡୁଥିଲା । ପରେ ପରେ ରଣପୁର ବନବିଭାଗ ସଜାଗ ହୋଇ ଉଠିଥିଲା ।

ସେ ସେହି ଗାମୁଗଣ୍ଡ ଗ୍ରାମର କରୁଣାକର ନାୟକ, ଭାସ୍କର ନାୟକ ଓ ବିରଂଚି ନାୟକଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଥିଲା । ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ସୁଦିପ୍ତ କୁମାର ନାୟକ, ଏ.ସି.ଏଫ୍ ରବିନାରାୟଣ ମହାପାତ୍ର ଓ ରଣପୁର ବନାଂଚଳ ଅଧିକାରୀ ଶରତ ଚନ୍ଦ୍ର ଶତପଥି ଅଟକ ରଖିଥିବା ୩ ଜଣ ଅଭିଯୁକ୍ତଙ୍କୁ ନେଇ ରଣପୁର ବନାଂଚଳରେ ଖୋଳତାଡ କରିଥିଲେ । ଶାଳିଆ ନାଳ ନିକଟ ପଥରଗଡ ପାହାଡ ନିକଟରେ ବାଘ ଶିକାର ହୋଇଥିବା ଚିହ୍ନଟ କରିଥିଲେ । ତା ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବା ପରେ ଜାମିନ୍ ନାମଂଜୁର ହେବାରୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.