Home ଓଡ଼ିଶା ବଢ଼ିଆ ଶାସନ: ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ ଲୋକ ଯୋଗାଡ଼ କରୁଛନ୍ତି ସରକାରୀ କର୍ମଚାରୀ! ତାଲିକା ଦେଖନ୍ତୁ...

ବଢ଼ିଆ ଶାସନ: ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ ଲୋକ ଯୋଗାଡ଼ କରୁଛନ୍ତି ସରକାରୀ କର୍ମଚାରୀ! ତାଲିକା ଦେଖନ୍ତୁ କାହାକୁ କେତେ ଦାୟୀତ୍ତ୍ୱ

1555

ବ୍ରହ୍ମପୁର ; ୨୮/୦୨ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଗଞ୍ଜାମ ଗସ୍ତକୁ ସଫଳ କରିବା ପାଇଁ ସରକାରୀ କଳ ଓ କର୍ମଚାରୀଙ୍କୁ ଯେପରି ବ୍ୟବହାର ଓ ଉପଯୋଗ କରାଯାଇଛି ସେଥିରେ କର୍ମଚାରୀମାନେ ଖପ୍ପା ହୋଇଛନ୍ତି। ଲୋକ ଯୋଗାଡ଼ କରିବା ଓ ନିର୍ଦ୍ଧିଷ୍ଟ ସ୍ଥାନରେ ବସାଇବା ପ୍ରଭୃତି ନିମନ୍ତେ ସେମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଲୋକଙ୍କୁ ପାଣି ବୋତଲ ଓ ବିସ୍କୁଟ ଯୋଗାଇବାକୁ ମଧ୍ୟ ତାଗିଦ ହୋଇଥିଲା। ଏସବୁ ସତ୍ତ୍ଵେ ସନଖେମୁଣ୍ଡିର ରାମଚନ୍ଦ୍ରପୁର ଠାରେ ଆୟୋଜିତ ସଭାରେ ଆଶାଜନକ ଲୋକଙ୍କ ସମାଗମ ହୋଇନଥିଲା। ଘରକୁ ଘର ବୁଲି ନିମନ୍ତ୍ରଣ ଦେବା ସହ ପ୍ରଲୋଭନ ଦେଖାଇ ଡାକିବା ପରେ ମଧ୍ୟ ଲୋକମାନେ ଏକ ପ୍ରକାର ମୁହଁ ମୋଡ଼ିବା ଘଟଣା ବି ଜେ ପି ର ସମସ୍ତ ନେତା, ବିଧାୟକ ଓ ଲୋକ ଯୋଗଡ଼ରେ ଲାଗିଥିବା କର୍ମୀମାନଙ୍କୁ ବିସ୍ମିତ କରିଛି।

ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଆଜି ଗୋପାଳପୁର ବନ୍ଦରକୁ ଲୋକାର୍ପିତ କରିଥିଲେ। ଶେରଗଡ ଓ ସାନଖେମୁଣ୍ଡି ଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଆଳରେ କର୍ମୀ ଓ ସମର୍ଥକ ସମାବେଶରେ ଯୋଗ ଦେଇଥିଲେ। ଜିଲ୍ଲାର ମନ୍ତ୍ରୀ, ବିଧାୟକ, ନେତାମାନଙ୍କ ଉଦ୍ୟମ ସଫଳ ରୂପ ନେଇପାରିନଥିବା ସାଧାରଣରେ ଆଲୋଚନା ହେଉଛି। ସରକାରୀ କର୍ମଚାରୀ ମାନଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କ ଫୋନ ନମ୍ବର ଉଲ୍ଲେଖ କରି ବିଭିନ୍ନ ଅଞ୍ଚଳର ଲୋକଙ୍କୁ ସଂଗଠିତ କରିବା ପାଇଁ ବି ଜେ ଡି ଅଭିନବ ଉଦ୍ୟମ କରିଥିଲା। ଏପରି କାର୍ଯ୍ୟକ୍ରମ ଦ୍ୱାରା ସରକାରୀ କଳ ବି ଜେ ଡି ର ହାତବାରିଶି ହୋଇସାରିଥିବ ସ୍ପଷ୍ଟ ହୋଇଛି। ସାଧାରଣ ଲୋକ ସରକାରୀ କଳ ରୁ ନିରପେକ୍ଷ ଓ ସୁବିଚାର କିମ୍ବା ନ୍ୟାୟ ପାଇବା ଆଶା ଛାଡି ଦେଇଛନ୍ତି। ବିପକ୍ଷ ଦଳର ନେତା ଓ କର୍ମୀମାନେ ଏପରି କାର୍ଯ୍ୟର ତୀବ୍ର ନିନ୍ଦା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.