Home ଜିଲ୍ଲା ପରିକ୍ରମା ବସ ଧକ୍କାରେ ଲୁନାଆରୋହୀ ମୃତ, ଘଟଣାସ୍ଥଳରେ ଉତେଜନା, କ୍ଷତିପୁରଣ ଦାବିକରି ରାସ୍ତାରୋକ ଆନ୍ଦୋଳନ

ବସ ଧକ୍କାରେ ଲୁନାଆରୋହୀ ମୃତ, ଘଟଣାସ୍ଥଳରେ ଉତେଜନା, କ୍ଷତିପୁରଣ ଦାବିକରି ରାସ୍ତାରୋକ ଆନ୍ଦୋଳନ

978

ମାଲକାନଗିରି, ୨୮ା୨ (ଓଡିଆ ପୁଅ ) ଆଜି ସକାଳେ ମାଲକାନଗିରି ଜୟପୁର ମୁଖ୍ୟରାଜ ରାସ୍ତା କତାମେଟା ବଜାର ନିକଟରେ ବସ ଓ ଲୁନା ମଧ୍ୟରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଲୁନାଚାଳଙ୍କର ମୃତ୍ୟୁଘଟିଛି। ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇବା ସହିତ ମୃତବ୍ୟକ୍ତିଙ୍କ ପରିବାରଙ୍କୁ କ୍ଷତିପୁରଣ ଦାବିକରି ବସଟିକୁ ଅଟକାଇ ରାସ୍ତାରେ ଟାୟାର ଜାଳି ରାସ୍ତାଅବରୋଧ କରିଛନ୍ତି ଗ୍ରାମବାସୀ। କଟକ ଠାରୁ ମାଲକାନଗିରି ଅଭିମୁଖେ ଆସୁଥିବା ଓଁ ନିଳକଠଂ ନାମକ ନୂତନ ଏସି ସ୍ଲିପର ବସଟି ମାଲକାନଗିରି ଜୟପୁର ରାଜରାସ୍ତା କତାମେଟା ବଜାର ନିକଟରେ ସକାଳ ୮.୨୫ରେ ଏକ ଲୁନାସହିତ ଧକ୍କାଲାଗି ଯାଇଥିଲା। ଘଟଣାସ୍ଥଳରେ କତାମେଟା ପଚାଂୟତସ୍ଥ ତଙ୍ଗଗୁଡା ଗ୍ରାମର ଲୁନାଚାଳକ ଡମ୍ବରୁ ବାଙ୍କିଆ(୬୦)ଙ୍କ ମୃତ୍ୟୁଘଟିଥିବା ବେଳେ ତାଙ୍କ ଲୁନାଟି ବସଚକ ତଳେ ଚାପିହୋଇ ଗୁଣ୍ଡହୋଇ ଯାଇଛି। ବସ ଦୁର୍ଘଟଣାରେ ଡମ୍ବରୁ ବାଙ୍କିଆ ଙ୍କର ମୃତ୍ୟୁ ଘଟିବା ଖବର ପାଇ କତାମେଟା, ତଙ୍ଗଗୁଡା ଗ୍ରାମର ଶହଶହ ଲୋକ ଦୁର୍ଘଟଣାସ୍ଥଳରେ ରୁଣ୍ଡ ହୋଇ ବସଟିକୁ ଅଟକାଇ ରାସ୍ତାରେ ଟାୟାର ଜାଳି ମୃତପରିବାରଙ୍କୁ ତୁରନ୍ତ କ୍ଷତିପୁରଣ ଦେବାପାଇଁ ଦାବିକରିଥିଲେ। ରାସ୍ତା ଅବରୋଧ ଯୋଗୁଁ ମୁଖ୍ୟରାଜ ରାସ୍ତାର ଦୁଇପାଶ୍ୱର୍ରେ ଶତାଧିକ ବସ ଓ ଯାନବାହନ ଦୀର୍ଘ ୪ଘଟାଂରୁ ଉର୍ଦ୍ଦ ଅଟକିରହି ଯାଇଥିଲା, ଆଜି ମେଟ୍ରିକ ପରୀକ୍ଷା ଓ ସିଡିଏମଓ ଅଫିସରେ ଟେକନସିଆନ ଫାର୍ମାସିଷ୍ଟ ପରୀକ୍ଷା ଥିବାରୁ ଛାତ୍ର ଛାତ୍ରୀ ମାନେ ବହୁତ ହଇରାଣ ହୋଇଥିଲେ। ଏ ସଂପର୍କରେ ମାଲକାନଗିରି ଥାନା ପୁଲିସ ଜାଣିବା ପରେ ଥାନା ଅଧିକାରୀ ରଜଂନକୁମାର ସାହୁ ପୁଲିସ ସଦଳବଳ ଘଟଣାସ୍ଥଳରେ ପହଁଚି ଆନ୍ଦୋଳନ କାରି ମାନଙ୍କୁ ବୁଝାଇ ରାସ୍ତାରେ ଅଟକିଥିବା ଜରୁରୀକାଳିନ ଗାଡି କୁ ଛାଡିଥିଲେ। ପରେ ଜିଲ୍ଲାପ୍ରଶାସନ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ମୃତ ପରୀବାରଙ୍କୁ ସାମିଲ କରିବା ଓ ରେଡକ୍ରସସଂସ୍ଥା ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆ ଯିବା ପାଇଁ ପ୍ରତି ସୃତି ଦେବାସହିତ ବସ ମାଲିକଙ୍କ ଦ୍ୱାରା ମାଲକାନଗିରି ଜିଲ୍ଲା ଘରୋଇ ବସ ମାଲିକ ସଂଘର କର୍ମକର୍ତା ମାନେ ସେଠାରେ ପହଁଚି ମୃତପରିବାରଙ୍କୁ ସ୍ୱାନ୍ତନା ଦେଇ ତାଙ୍କପରିବାର ଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତି ସୃତି ଦେବାପରେ ଆନ୍ଦୋଳନକାରି ମାନେ ରାସ୍ତାରୋକରୁ ହଟି ଯାଇଥିଲେ। ଦୁର୍ଘଟଣା ଘଟାଇଥିବା ବସଟିକୁ ପୁଲିସ ଜବତ କରି ଥାନାକୁ ନେବାସହ ଡମ୍ବରୁ ଙ୍କ ମୃତ ଶରୀର ଜବତ କରି ମାଲକାନଗିରି ହସପିଟାଲକୁ ଶବବ୍ୟବଛେଦ ନିମନ୍ତେ ପଠାଇ ଘଟଣାର ଅଧିକ ତଦନ୍ତ ଚଳାଇଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.