Home ଜିଲ୍ଲା ପରିକ୍ରମା ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି ଭାଜପା ଦଳରୁ ଇସ୍ତପା ଦେଇ ବିଜେଡି ଦଳରେ ସାମିଲ ହେବା...

ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି ଭାଜପା ଦଳରୁ ଇସ୍ତପା ଦେଇ ବିଜେଡି ଦଳରେ ସାମିଲ ହେବା ପାଇଁ ଭୁବନେଶ୍ୱର ଗଲେ

620

ମାଲକାନଗିରି, ୨୮ା୨ (ଓଡିଆ ପୁଅ ) ମାଲକାନଗିରି ବିଧାନସଭା ନିବା ର୍ଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ଭାଜପା ଦଳର ନେତା ମୁକୁନ୍ଦସୋଡି ଆଜି ଭାରତୀୟ ଜନତା ପାର୍ଟୀ ର ସାଧାରଣ ସଭ୍ୟପଦରୁ ଇସ୍ତପା ଦେଇଛନ୍ତି। ତାଙ୍କର ବ୍ୟକ୍ତିଗତ କାରଣଯୋଗୁଁ ସେ ଭାଜପା ଦଳର ସାଧାରଣ ସଭ୍ୟ ପଦସହ ଅନ୍ୟାନ ପଦବୀରୁ ଇସ୍ତପା ଦେଲେ ବୋଲି ରାଜ୍ୟ ଭାଜପା ସଭାପତି ଓ ମାଲକାନଗିରି ଜିଲ୍ଲା ଭାଜପା ସଭାପତିଙ୍କ ନିକଟକୁ ଆଜି ଏକ ଦରଖାସ୍ତ ପଠାଇଛନ୍ତି। ସୂଚନା ଯୋଗ୍ୟ ଯେ ଗତ ୨୦୦୯ରେ ବିଜେଡି ଦଳରୁ ସେ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳିରୁ ବିଧାୟକ ଭାବେ ନିର୍ବାଚିତ ହୋଇ ୨୦୧୪ ମସିହା ପର୍ଯ୍ୟନ୍ତ ବିଜେଡି ଦଳରେ ଥିଲେ।୨୦୧୪ ମସିହା ନିର୍ବାଚନରେ ତାଙ୍କୁ ଟିକେଟ ଦିଆନ ଯାଇ କୋରକୁଣ୍ଡା ବ୍ଲକର ଚେୟାରମେନ ଯୁବ ବିଜେଡି ନେତା ମାନସ ମାଡକାମିଙ୍କୁ ବିଜେଡି ଦଳରୁ ଟିକେଟ ଦିଆ ଯାଇଥିଲା, ଶ୍ରୀମାଡକାମି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଶ୍ରୀ ସୋଡି ବିଜେଡି ଦଳରୁ ବିଧାୟକ ଟିକେଟ ପାଇନଥିଲେ ମଧ୍ୟ ଦଳପାଇଁ କାମକରୁଥିଲେ। ଦଳଭିତରେ ଗୋଷ୍ଟିକନ୍ଦଳ ଓ କୌଣସି କାରଣ ଯୋଗୁ ସେ ଗତ ୨୦୧୭ମସିହା ଜାନୁଆରୀ ମାସ୧୮ତାରିଖରେ ଭାରତୀୟ ଜନତା ପାର୍ଟି ଦଳରେ ସାମିଲ ହୋଇଥିଲେ। ଏବେ ତାଙ୍କର ବ୍ୟକ୍ତିଗତ କାରଣ ଯୋଗୁଁ ସେ ଆଜି ଠାରୁ ଭାଜପା ଦଳରୁ ଇସ୍ତପା ଦେଇଥିବାର ଜଣାପଡିଛି। ସୂଚନା ଯୋଗ୍ୟ ଯେ ଚଳିତବର୍ଷ ବିଜେଡି ଦଳରେ ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଡାକରାରେ ଶ୍ରୀ ସୋଡି ଘରବାହୁଡା ହୋଇ ପୁଣିଥରେ ବିଜେଡି ଦଳରେ ସାମିଲ ହେବାପାଇଁ ଆଜି ଭୁବନେଶ୍ୱର ଯାତ୍ରା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.